ପାଦ ଭାତୁଡ଼ି
ପାଦ ଭାତୁଡ଼ି (ଇଂରାଜୀ ଭାଷାରେ plantar wart) ଏକ ଭାତୁଡ଼ି wart ଯାହା ପାଦତଳେ (bottom) ବା ପାଦ ଆଙ୍ଗୁଠି (toes) ତଳେ ସୃଷ୍ଟି ହୁଏ । [୪] ଏହି ଭାତୁଡ଼ିର ରଙ୍ଗ ଚର୍ମ (skin) ରଙ୍ଗ ସହିତ ସମାନ ଥାଏ । [୨] ପୃଷ୍ଠ ଭାଗରେ କଳା ଦାଗ ଦେଖାଯାଇପାରେ ।[୪] ଏକାଧିକ ଭାତୁଡ଼ି ଗୋଟିଏ ସ୍ଥାନରେ ଦେଖାଯାଇପାରେ । [୨] ଏହା ଯୋଗୁ ଚାଲିବା ବେଳେ କଷ୍ଟ ଅନୁଭବ ହୁଏ । [୨]
ପାଦ ଭାତୁଡ଼ି (Plantar wart) | |
---|---|
ଭେରୁକା (Verruca), ମିରମେସିଆ (myrmecia), ଭେରୁକା ପ୍ଲାଣ୍ଟାରିସ (verruca plantaris) [୧] | |
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଚର୍ମ ରଙ୍ଗର ଲିଜନ, କଷ୍ଟଦାୟକ ହୋଇପାରେ । Skin colored lesion, may be painful[୨] |
ଅବଧି | ୨ବର୍ଷ[୨] |
କାରଣ | ମାନବ ପାପିଲୋମା ଭୁତାଣୁ (Human papillomavirus)/ HPV)[୨] |
ବିପଦ କାରକ | ଗୋଷ୍ଠି ସ୍ନାନ, ପୂର୍ବତନ ଭାତୁଡ଼ି, ଦୁର୍ବଳ ଇମ୍ମ୍ୟୁନିଟି (poor immune function)[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [୩] |
ସଠିକ ରୋଗ ନିର୍ଣ୍ଣୟ | କ୍ୟାଲସ (Callus), ମୋଲୁସ୍କମ କୋଣ୍ଟାଜିଓସମ, ସ୍କ୍ୱାମସ ସେଲ କର୍କଟ (squamous cell carcinoma)[୨] |
ଚିକିତ୍ସା | ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର), କ୍ରାୟୋଥେରାପି (cryotherapy), ଅପରେଶନ କରି ବାହାର କରିଦେବା[୨] |
ପୁନଃପୌନିକ | ସାଧାରଣ[୪] |
ମାନବ ପାପିଲୋମା ଭୁତାଣୁ/ ଏଚପିଭି (Human papillomavirus)/ HPV) ଯୋଗୁ ଏହି ରୋଗ ହୁଏ ।[୨] ରୋଗ ହେବା ନିମନ୍ତେ ଚମ ଖଣ୍ଡିଆ ହେବା ଆବଶ୍ୟକ ।[୨] ଗୋଷ୍ଠି ସ୍ନାନ କରୁଥିଲେ, ପୂର୍ବରୁ ଭାତୁଡ଼ି ଥିଲେ ଓ ଦୁର୍ବଳ ଇମ୍ମ୍ୟୁନିଟି (poor immune function) ଥିଲେ ଏହି ରୋଗ ସଙ୍କଟ ରହେ ।[୨][୩] ଲକ୍ଷଣ ଦେଖି ରୋଗ ସହଜରେ ରୋଗ ନିର୍ଣ୍ଣୟ କରିହୁଏ ।[୩]
ଲକ୍ଷଣ ଦେଖାଗଲେ ଚିକିତ୍ସା ଆବଶ୍ୟକ ହୁଏ ।[୩] ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର), କ୍ରାୟୋଥେରାପି (cryotherapy) ଓ ଅପରେଶନ କରି ବାହାର କରିଦେବା ଆଦି ଚିକିତ୍ସା କରାଯାଏ । [୨] ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଭାତୁଡ଼ି ଉପରେ ଥିବା ଚମକୁ ବାହାର କରିଦିଆଯାଏ ।[୨] ପ୍ରାୟ ୧/୩ରୁ ୨/୩ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି କିନ୍ତୁ ଏହା ୨ ବର୍ଷ ନିମନ୍ତେ ଲାଗୁ ହୁଏ ।[୨] ଏହି ପାଦ ଭାତୁଡ଼ି ଏକ ସାଧାରଣ ରୋଗ ।[୪] ପିଲା ଓ ଯୁବାବସ୍ଥାରେ ଏ ରୋଗଦ୍ୱାରା ସାଧାରଣତଃ ଆକ୍ରାନ୍ତ ହେବା ଦେଖାଯାଏ ।[୩]
-
ପାଦ ଭାତୁଡ଼ି
-
ମୋଜାଇକ ଭାତୁଡ଼ି ପୁଞ୍ଜ
-
ନବଜାତ ପାଦ ଭାତୁଡ଼ି
ଆଧାର
ସମ୍ପାଦନା- ↑ James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 405. ISBN 0-7216-2921-0.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Vlahovic, TC; Khan, MT (July 2016). "The Human Papillomavirus and Its Role in Plantar Warts: A Comprehensive Review of Diagnosis and Management". Clinics in podiatric medicine and surgery. 33 (3): 337–53. doi:10.1016/j.cpm.2016.02.003. PMID 27215155.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1375. ISBN 9780323529570.
- ↑ ୪.୦ ୪.୧ ୪.୨ ୪.୩ "Plantar Warts". AOFAS (in ଆମେରିକୀୟ ଇଂରାଜୀ). Archived from the original on 11 November 2017. Retrieved 11 November 2017.
External links
ସମ୍ପାଦନାଶ୍ରେଣୀବିଭାଗ |
---|
- Plantar warts at the Mayo Clinic website
- Warts at The Merck Manual