ପିଟିରିଆସିସ ରୋଜିଆ
ପିଟିରିଆସିସ ରୋଜିଆ (ଇଂରାଜୀ ଭାଷାରେ Pityriasis rosea) ରୋଗ ଏକ ପ୍ରକାର ଚର୍ମ ରାସ (skin rash) ।[୨] ପ୍ରଥମେ ଏହା ଗୋଟିସ ପ୍ୟାଚ ଆକାରରେ ବାହାରେ ଲାଲ ଓ କାତି ସମ୍ପନ୍ନ ହୋଇଥାଏ ଯାହାକୁ ହେରାଲ୍ଡ ପ୍ୟାଚ କୁହାଯାଏ । [୨] ଏହା ପରେ ଧୀରେ ଧୀରେ ଦିନ ଓ ସପ୍ତାହ ଧରି ସାରା ଶରୀରରେ ରାସ ବ୍ୟପିଯାଏ ।[୩] ଏହା ପ୍ରାୟ ୩ମାସ ରହେ ଓ ବିନା ଚିକିତ୍ସାରେ ଭଲ ହୋଇଯାଏ ।[୩] ବେଳେ ବେଳେ ଆରମ୍ଭ ହେବା ପୂର୍ବରୁ ଜ୍ୱର ହୋଇପାରେ ବା ଗଲୁ ଥାଇପାରେ । [୩]
ପିଟିରିଆସିସ ରୋଜିଆ (Pityriasis rosea) | |
---|---|
ପିଟିରିଆସିସ ରୋଜିଆ ଗିଲବର୍ଟ (Pityriasis rosea Gibert)[୧] | |
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology), ସଂକ୍ର।ମକ ରୋଗ (infectious disease) |
ଲକ୍ଷଣ | ଏକକ ଲାଲ ଓ କାତି ସମ୍ପନ୍ନ ସ୍ଥାନ |
ଆକ୍ରାନ୍ତ ସମୟ | ୧୦ରୁ ୩୫ ବର୍ଷ ବୟସ [୨] |
ଅବଧି | ୩ମାସରୁ କମ [୨] |
କାରଣ | ଅସ୍ପଷ୍ଟ[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ [୨] |
ସଠିକ ରୋଗ ନିର୍ଣ୍ଣୟ | ଟିନିଆ କର୍ପୋରିସ (Tinea corporis), ଭାଇରାଲ ରାସ (viral rash), ପିଟିରିଆସିସ ଭର୍ସିକଲର (pityriasis versicolor), ନୁମ୍ମୁଲାର ଏକଜିମା (nummular eczema)[୩] |
ଚିକିତ୍ସା | ସାହାଯ୍ୟକାରୀ ଯତ୍ନ (Supportive care)[୩][୨] |
ପୁନଃପୌନିକ | ୧.୩% [୩] |
ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଶ୍ୱାସ କରାଯାଏ, ଏହାର ହ୍ୟୁମାନ ହର୍ପିସଭାଇରସ ୬ (human herpesvirus 6 ବା HHV6) ବା ହ୍ୟୁମାନ ହର୍ପିସଭାଇରସ ୭ (human herpesvirus 7 ବା HHV7) ସହିତ ସମ୍ପର୍କ ଅଛି ।[୩] ଏହା ଛୁଆଁ (contagious) ରୋଗ ନୁହେଁ ।[୩] କେତେକ ଔଷଧ ଏହିପରି ରାସ ଉତ୍ପନ୍ନ କରିପାରେ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୨]
ନିର୍ଦ୍ଦଷ୍ଟ ଚିକିତ୍ସାର କୌଣସି ପ୍ରମାଣ ନାହିଁ ।[୩] ପ୍ରାୟ ୧.୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି । [୩] ବୟସ ୧୦ରୁ ୩୫ ମଧ୍ୟରେ ରୋଗ ହେବା ଦେଖାଯାଏ ।[୨] ସନ ୧୭୯୮ରେ ଏହି ରୋଗ ବିଷୟ ବର୍ଣ୍ଣନା ହୋଇଥିବା ଦେଖାଯାଇଛି । [୧]
ଏହାକୁ ଦେଖନ୍ତୁ
ସମ୍ପାଦନା- Pityriasis circinata - a localized form of pityriasis rosea that affects the axillae and groin
- Pityriasis - for list of similarly named flaky skin conditions
- List of cutaneous conditions
ଆଧାର
ସମ୍ପାଦନା- ↑ ୧.୦ ୧.୧ Bolognia, Jean L.; Jorizzo, Joseph L.; Rapini, Ronald P. (2003). Dermatology (in ଇଂରାଜୀ). Mosby. p. 183. ISBN 9789997638991.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pityriasis Rosea". NORD (National Organization for Rare Disorders). 2015. Retrieved 10 November 2017.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Eisman, S; Sinclair, R (29 October 2015). "Pityriasis rosea". BMJ (Clinical research ed.). 351: h5233. doi:10.1136/bmj.h5233. PMID 26514823.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |