ପାଇରିଫର୍ମିସ ସିଣ୍ଡ୍ରୋମ
ପାଇରିଫର୍ମିସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Piriformis syndrome) ଏକ ବେମାରୀ ଯାହା ପାଇରିଫର୍ମିସ ମାଂସପେଶୀ (piriformis muscle) ଚାରିପାଖରେ ସିଆଟିକ ସ୍ନାୟୁ (sciatic nerve) ଚାପିହେବା ଫଳରେ ହେଉଥିବା ବିଶ୍ୱାସ କରାଯାଏ ।[୨][୫] ପିଚା ଯନ୍ତ୍ରଣା ଓ ପିଚାରୁ (buttock) ଗୋଡ଼ ପର୍ଯ୍ୟନ୍ତ କାଲୁଆ ଅନୁଭବ ହୋଇଯାଏ ।[୨][୩] ବସିଲେ ଓ ଦୌଡ଼ିଲେ ଯନ୍ତ୍ରଣା ଅସହ୍ୟ ହୋଇଯାଏ ।[୩]
ପାଇରିଫର୍ମିସ ସିଣ୍ଡ୍ରୋମ (Piriformis syndrome) | |
---|---|
ଡିପ ଗ୍ଲୁଟିଆଲ ସିଣ୍ଡ୍ରୋମ (Deep gluteal syndrome)[୧] | |
ବିଭାଗ | ଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ପୋର୍ଟ୍ସ ମେଡିସିନ (sports medicine) |
ଲକ୍ଷଣ | ପିଚା ଯନ୍ତ୍ରଣା ଯାହା ବସିଲେ ଅସହ୍ୟ ହୋଇଯାଏ ।[୨] |
ଅବଧି | ଦୀର୍ଘକାଳୀନ[୩] |
କାରଣ | ଆଘାତ, ସ୍ପାଜ୍ମ ଓ ଅତିବ୍ୟବହାର । [୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଉପରେ ପର୍ଯ୍ୟବସିତ[୪] |
ସଠିକ ରୋଗ ନିର୍ଣ୍ଣୟ | ପିଆଇଡି (Herniated disc), ବୃକ୍କ ପଥର ରୋଗ, ଏସଆଇ ଗଣ୍ଠି ଅକର୍ମଣ୍ୟ (SI joint dysfunction)[୩][୨] |
ଔଷଧ | ଏନଏସଏଆଇଡି NSAIDs, କର୍ଟିକୋସ୍ଟିରଏଡ steroids, ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ [୨] |
ଚିକିତ୍ସା | ଲକ୍ଷଣ ସୃଷ୍ଟି କରୁଥିବା କାମ ନକରିବା, ସ୍ଟ୍ରେଚିଙ୍ଗ (stretching) ଓ ଔଷଧ [୩][୫] |
ପୁନଃପୌନିକ | ଅଜ୍ଞାତ (୨୦୧୭)[୪] |
ଗ୍ଲୁଟିଆଲ ମାଂସପେଶୀ (gluteal muscle) ଆଘାତପ୍ରାପ୍ତ ହେଲେ, ପାଇରିଫର୍ମିସ ପେଶୀ ସ୍ପାଜ୍ମ ହେଲେ ବା ଅତି ବ୍ୟବହାର (overuse injury) କଲେ ଓ ଗଠନ ବ୍ୟତିକ୍ରମ ଥିଲେ ଏହି ରୋଗ ହୋଇପାରେ । [୨] କେତେକ ଖେଳାଳୀଙ୍କର ଏହି ରୋଗ ହେବା ମଧ୍ୟ ଜଣାଯାଏ ।[୨] କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନଥିବାରୁ ଏହି ରୋଗ ଚିହ୍ନିବା କଷ୍ଟକର ହୁଏ ।[୫][୪] କେତେକ ପରୀକ୍ଷା ନିର୍ଣ୍ଣୟରେ ସାହାଯ୍ୟକାରୀ ହୁଏ ।[୩] ମେଡିକାଲ ଇମେଜିଙ୍ଗରେ (Medical imaging) ସାଧାରଣ ଦେଖାଯାଏ ।[୨] ପିଆଇଡି (Herniated disc) ରୋଗ ଏହିଭଳି ଲକ୍ଷଣ ସୃଷ୍ଟିକରେ । [୩]
ଲକ୍ଷଣ ସୃଷ୍ଟି କରୁଥିବା କାମ ନକରିବାକୁ ଉପଦେଶ ଦିଆଯିବା ସହିତ ସ୍ଟ୍ରେଚିଙ୍ଗ (stretching), ଫିଜିଓଥେରାପି (physiotherapy) ଓ ଏନଏସଏଆଇଡି NSAIDs ଦିଆଯାଏ ।[୩][୫] ଏଥିରେ ଉପଶମ ନହେଲେ କର୍ଟିକୋସ୍ଟିରଏଡ steroid ବା ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ ଦିଆଯାଇପାରେ ।[୨] ସାଧାରଣତଃ ଅପରେଶନ ନିମନ୍ତେ ଉପଦେଶ ଦିଆଯାଏନାହିଁ । [୩] ଏ ରୋଗ ସାଧାରଣ ବା ଅଳ୍ପ ସାଧାରଣ, ଏ ବିଷୟରେ ମତୈକ୍ୟ ନାହିଁ ।[୪][୨]
ଆଧାର
ସମ୍ପାଦନା- ↑ Martin, HD; Reddy, M; Gómez-Hoyos, J (July 2015). "Deep gluteal syndrome". Journal of Hip Preservation Surgery. 2 (2): 99–107. doi:10.1093/jhps/hnv029. PMC 4718497. PMID 27011826.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Cass, SP (January 2015). "Piriformis syndrome: a cause of nondiscogenic sciatica". Current Sports Medicine Reports. 14 (1): 41–4. doi:10.1249/JSR.0000000000000110. PMID 25574881.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Piriformis Syndrome". Merck Manuals Professional Edition (in କାନାଡିୟ ଇଂରାଜୀ). October 2014. Retrieved 30 December 2017.
- ↑ ୪.୦ ୪.୧ ୪.୨ ୪.୩ Hopayian, K; Danielyan, A (23 August 2017). "Four symptoms define the piriformis syndrome: an updated systematic review of its clinical features". European Journal of Orthopaedic Surgery & Traumatology: Orthopedie Traumatologie. 28 (2): 155–164. doi:10.1007/s00590-017-2031-8. PMID 28836092.
- ↑ ୫.୦ ୫.୧ ୫.୨ ୫.୩ Miller TA, White KP, Ross DC (September 2012). "The diagnosis and management of Piriformis Syndrome: myths and facts". The Canadian Journal of Neurological Sciences. Le Journal Canadien des Sciences Neurologiques. 39 (5): 577–83. doi:10.1017/s0317167100015298. PMID 22931697.
ଅଧିକ ପଢ଼ନ୍ତୁ
ସମ୍ପାଦନା- Jassal, Navdeep Singh (2017). "Piriformis Muscle Syndrome". In Pope, Jason E.; Deer, Timothy R (eds.). Treatment of Chronic Pain Conditions. pp. 269–71. doi:10.1007/978-1-4939-6976-0_78. ISBN 978-1-4939-6974-6.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |