ପରମେଥ୍ରିନ
ପରମେଥ୍ରିନ (ଇଂରାଜୀ ଭାଷାରେ Permethrin, ବିକ୍ରୟ ନାମ ନିକ୍ସ/Nix) ଏକ ଔଷଧ ଓ କୀଟମାରୀ (insecticide)[୧][୨] ଔଷଧ ଭାବରେ ଏହା କାଛୁ (scabies) ଓ ଉକୁଣୀ (lice) ମାରିବାକୁ ବ୍ୟବହାର କରାଯାଏ ।[୩] କ୍ରିମ ବା ମଲମ ଆକାରରେ ଏହା ଚର୍ମରେ ଲଗାଯାଏ ।[୧] କୀଟମାରୀ ଭାବରେ ଏହାକୁ ଲୁଗାରେ ଓ ମଶାରୀରେ (mosquito nets) ସ୍ପ୍ରେ କଲେ କୀଟ ତାହା ସଂସ୍ପର୍ଶରେ ଆସିଲେ ମରିଯାଆନ୍ତି ।[୨]
Clinical data | |
---|---|
Trade names | Nix, others |
AHFS/Drugs.com | monograph |
Pregnancy category |
|
Routes of administration | topical |
ATC code | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.052.771 |
Chemical and physical data | |
Formula | C21H20Cl2O3 |
Molar mass | ୩୯୧.୨୯ g·mol−1 |
3D model (JSmol) | |
Density | 1.19 g/cm3, solid g/cm3 |
Melting point | 34 °C (93 °F) |
Boiling point | 200 °C (392 °F) |
Solubility in water | 5.5 x 10−3 ppm mg/mL (20 °C) |
| |
|
ପରମେଥ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଲଗେଇବା ସ୍ଥାନରେ ରାସ ଓ ଜ୍ୱାଳା ହୁଏ ।[୩] ଗର୍ଭାବସ୍ଥାରେ ଏହା ନିରାପଦ ଥାଏ । ୨ମାସ ବୟସ ପରେ ଏହା ଲଗାଯାଇପାରେ । ପାଇରେଥ୍ରଏଡ (pyrethroid) ଶ୍ରେଣୀର ପରମେଥ୍ରିନ ଏକ ଔଷଧ । ଉକୁଣୀ ଓ କାଛୁର ପରଜୀବୀ ସାର୍କୋପ୍ଟେସ ସ୍କାବିର ସ୍ନାୟୁମାନଙ୍କର (neuron) କାର୍ଯ୍ୟବିଧିକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୧]
ସନ ୧୯୭୩ରେ ପରମେଥ୍ରିନ ଆବିଷ୍କୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମର ହୋଲସେଲ ମୂଲ୍ୟ ୦.୦୨ରୁ ୦.୦୬ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଚିକିତ୍ସା କୋର୍ଷର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ଓ ଏହା ବିନା ପ୍ରେସକ୍ରିପସନରେ ମିଳେ ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Permethrin". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ Keystone, J. S.; Kozarsky, Phyllis E.; Freedman, David O.; Connor, Bradley A. (2013). Travel Medicine (in ଇଂରାଜୀ). Elsevier Health Sciences. p. 58. ISBN 1455710768.
- ↑ ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 213. ISBN 9789241547659. Retrieved 8 December 2016.
- ↑ Zweig, Gunter; Sherma, Joseph (2013). Synthetic Pyrethroids and Other Pesticides: Analytical Methods for Pesticides and Plant Growth Regulators (in ଇଂରାଜୀ). Academic Press. p. 104. ISBN 9781483220901.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Permethrin". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 182. ISBN 9781284057560.