ଅବସ୍ଟେଟ୍ରିକ୍ସ ଫିସଚୁଲା

ପ୍ରସବ ସମୟରେ ଜନ୍ମ କେନାଲରେ କଣା ହୋଇଯାଏ
(Obstetric fistulaରୁ ଲେଉଟି ଆସିଛି)
ଅବସ୍ଟେଟ୍ରିକ୍ସ ଫିସଚୁଲା (Obstetric fistula)
ଅବସ୍ଟେଟ୍ରିକ୍ସ ଫିସଚୁଲା ହେଉଥିବା ସ୍ଥାନ
ବିଭାଗମୂତ୍ର ପ୍ରଣାଳୀ ରୋଗ ବିଜ୍ଞାନ (Urology), ସ୍ତ୍ରୀ ରୋଗ ବିଜ୍ଞାନ (gynecology)
ଲକ୍ଷଣମଳ ଓ ମୂତ୍ର ଅସଞ୍ଜମତା (Incontinence of urine‌)[୧]
ଆକ୍ରାନ୍ତ ସମୟପ୍ରସବ (Childbirth)[୧]
ବିପଦ କାରକଅବରୁଦ୍ଧ ପ୍ରସବ (Obstructed labor), ଡାକ୍ତରଖାନାରୁ ଦୂରରେ, କୁପୋଷଣ, କିଶୋରୀ ଗର୍ଭ (teenage pregnancy)[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ମେଥିଲିନ ବ୍ଲୁ ସ‌ହାୟତାରେ (methylene blue)[୩]
ପ୍ରତିକାରସମୟୋପ‌ଯୋଗୀ ସିଜରିଆନ ସେକସନ (cesarean section)[୧]
ଚିକିତ୍ସାଅପରେଶନ, ୟୁରିନାରି କାଥେଟର (urinary catheter), କାଉନସେଲିଙ୍ଗ (counselling)[୧][୩]
ପୁନଃପୌନିକବିକାଶଶୀଳ ଦେଶମାନଙ୍କରେ (developing world) ୨ ନିୟୁତ, ବିକଶିତ ଦେଶମାନଙ୍କରେ (developed world) କ୍ୱଚିତ[୧]

ସଂଜ୍ଞା ସମ୍ପାଦନା

ଅବସ୍ଟେଟ୍ରିକ୍ସ ଫିସଚୁଲା (ଇଂରାଜୀ ଭାଷାରେ Obstetric fistula) ଏକ ରୋଗ ଯେଉଁଥିରେ ପ୍ରସବ (childbirth) ଫଳରେ ଯୋନିପଥ ବା ପ୍ରସବନଳୀରେ (birth canal) କଣା ବା ଫିସଚୁଲା (hole|) ହୋଇଯାଏ ।[୨][୧] ଯୋନୀପଥ (vagina), ମଳାଶୟ (rectum), ୟୁରେଟର (ureter) ବା ମୂତ୍ରାଶୟରେ (bladder) ଏହି ଫିସଚୁଲା ହୋଇପାରେ ।[୧][୪] ଏହା ଫଳରେ ପରିସ୍ରା ବା ମଳତ୍ୟାଗ ଉପରେ ନିୟନ୍ତ୍ରଣ (incontinence of urine) ରହେନି ।[୧] ଅବସାଦ (Depression), ବାଞ୍ଝ ଦୋଷ (infertility), ଦାରିଦ୍ର୍ୟ (poverty) ଓ ସାମାଜିକ ପରିତ୍ୟକ୍ତ ଆଦି ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ ।[୧]

କାରଣ ଓ ରୋଗ ନିରୂପଣ ସମ୍ପାଦନା

ଅବରୁଦ୍ଧ ପ୍ରସବ (Obstructed labor), ଡାକ୍ତରଖାନାରୁ ଦୂରରେ, କୁପୋଷଣ, କିଶୋରୀ ଗର୍ଭ (teenage pregnancy) ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨][୧] ଅନେକ ସମୟ ଧରି ପ୍ରସବ ଚାପ ଯୋଗୁ ଉକ୍ତ ସ୍ଥାନମାନଙ୍କରେ ରକ୍ତ ସରବରାହ କମିଯିବା ଯୋଗୁ ଏହି ରୋଗ ସୃଷ୍ଟି ହୁଏ ।[୧] ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ମେଥିଲିବ ବ୍ଲୁ (methylene blue) ସାହାଯ୍ୟ ନିଆଯାଇପାରେ ।[୩]

ପ୍ରତିଷେଧ , ଚିକିତ୍ସା ଓ ରୋଗନୁଶୀଳନ ସମ୍ପାଦନା

ସମୟୋପ‌ଯୋଗୀ ସିଜରିଆନ ସେକସନ (cesarean section) କଲେ ଏହି ଅବସ୍ଥାର ସମ୍ପୁର୍ଣ୍ଣ ପ୍ରତିରୋଧ କରିହୁଏ ।[୧] ସାଧାରଣତଃ ଅପରେଶନ ଯୋଗେ ଏହାର ଚିକିତ୍ସା କରାଯାଏ ।[୧] ଜଲ୍‌ଦି ଚିକିତ୍ସା କଲେ ଗୋଟିଏ ୟୁରିନାରି କାଥେଟର (urinary catheter) ଦେଲେ ଉପଶମରେ ସାହାଯ୍ୟ ହୁଏ ।[୩] କାଉନସେଲିଙ୍ଗ (counselling) ମଧ୍ୟ ସାହାଯ୍ୟରେ ଆସେ ।[୧] ସବ୍‌-ସାହାରା ଆଫ୍ରିକା (sub-Saharan Africa), ଏସିଆ, ଆରବ ସ୍ଥାନ (Arab region) ଓ ଲାଟିନ ଆମେରିକାରେ (Latin America) ପ୍ରାୟ ୨ ନିୟୁତ ମହିଳାଙ୍କର ଏହି ରୋଗ ଅଛି ଓ ପ୍ରତି ବର୍ଷ ପ୍ରାୟ ୭୫,୦୦୦ ନୂଆ ମହିଳା ରୋଗାକ୍ରାନ୍ତ ହେଉଛନ୍ତି ।[୧] ବିକଶିତ ଦେଶମାନଙ୍କରେ (developed world) କ୍ୱଚିତ ଏହି ରୋଗ ଦେଖାଯାଏ ।[୧] ଏହାକୁ ଦାରିଦ୍ର୍ୟ (disease of poverty) ରୋଗ ଭାବରେ ବିବେଚନା କରାଯାଏ ।[୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Obstetric fistula". UNFPA - United Nations Population Fund (in ଇଂରାଜୀ). 8 May 2017. Retrieved 12 December 2017.
  2. ୨.୦ ୨.୧ ୨.୨ "10 facts on obstetric fistula". WHO. May 2014. Retrieved 12 December 2017.
  3. ୩.୦ ୩.୧ ୩.୨ ୩.୩ Creanga, AA; Genadry, RR (November 2007). "Obstetric fistulas: a clinical review". International Journal of Gynaecology and Obstetrics. 99 Suppl 1: S40-6. doi:10.1016/j.ijgo.2007.06.021. PMID 17868675.
  4. Setchell, Marcus E.; Hudson, C. N. (2013). Shaw's Textbook of Operative Gynaecology - E-Book (in ଇଂରାଜୀ). Elsevier Health Sciences. p. 370. ISBN 8131234819.
  5. Disch, Lisa; Hawkesworth, Mary (2015). The Oxford Handbook of Feminist Theory (in ଇଂରାଜୀ). Oxford University Press. p. 821. ISBN 9780199328598.