ନିକିତା କୃସ୍ଚେଭ

ସୋଭିଏଟ କମ୍ମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସେକ୍ରେଟାରୀ ଥିଲେ ।
(Nikita Khrushchevରୁ ଲେଉଟି ଆସିଛି)

ନିକିତା କୃସ୍ଚେଭ ବା ନିକିତା ସର୍ଜେୟେଭିଚ କୃସ୍ଚେଭ (ଇଂରାଜୀ ଭାଷାରେ Nikita Sergeyevich Khrushchev[a] (୧୫ ଏପ୍ରିଲ, ଅନ୍ୟ ଉତ୍ସ ୩ ଏପ୍ରିଲ, ୧୮୯୪ – ୧୧ ସେପ୍ଟେମ୍ବର ୧୯୭୧)[୧] ଜଣେ ସୋଭିଏଟ ରାଜନୀତିଜ୍ଞ (Soviet statesman) ଥିଲେ ଯିଏ କମ୍ମ୍ୟୁନିଷ୍ଟ ପାର୍ଟିର (Communist Party of the Soviet Union) ପ୍ରଥମ ସେକ୍ରେଟାରୀ ଭାବରେ ସୋଭିଏଟ ୟୁନିଅନ‌କୁ ଶୀତଳ ଯୁଦ୍ଧ (Cold War) ସମୟରେ କମ୍ମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସେକ୍ରେଟାରୀ (first secretary) ଭାବରେ ସନ ୧୯୫୩ରୁ ୧୯୬୪ ପର୍ଯ୍ୟନ୍ତ ନେତୃତ୍ୱ ଦେଇଥିଲେ ଓ ସନ ୧୯୫୮ରୁ ୧୯୬୪ ପର୍ଯ୍ୟନ୍ତ ସୋଭିଏଟ ୟୁନିଅନର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ଋଷିଆରେ ସ୍ଟାଲିନ ରାଜତ୍ୱର ଅନ୍ତ (de-Stalinization) କରିବାରେ ସେ ଦାୟୀ ଥିଲେ, ସୋଭିଏଟ ସ୍ପେସ ପ୍ରୋଗ୍ରମକୁ ସମର୍ଥନ କରିଥିଲେ ଓ କେତେକ ଅପେକ୍ଷାକୃତ ଘରୋଇ ପଲିସିରେ ଉଦାରତା ପୂର୍ଣ୍ଣ ସୁଧାର ଆଣିଥିଲେ । ସନ ୧୯୬୪ରେ ତାଙ୍କର ପାର୍ଟି ସ‌ହକର୍ମୀମାନେ ତାଙ୍କୁ କ୍ଷମତାଚ୍ୟୁତ କରିଦେଇଥିଲେ ଓ ତାଙ୍କ ବଦଳରେ ଲିଓନିଦ ବ୍ରେଜନେଭଙ୍କୁ (Leonid Brezhnev) ପ୍ରଥମ ସେକ୍ରେଟାରୀ ଓ ଆଲେକ୍ସି କୋସିଜିନଙ୍କୁ (Alexei Kosygin) ପ୍ରଧାନ ମନ୍ତ୍ରୀ ପଦବୀରେ ଅଲଙ୍କୃତ କରେଇଥିଲେ ।

Nikita Khrushchev
Никита Хрущёв
Khrushchev in 1963
First Secretary of the Communist Party of the Soviet Union
କାର୍ଯ୍ୟକାଳ
14 September 1953 – 14 October 1964
ପୂର୍ବ ଅଧିକାରୀGeorgy Malenkov (de facto)
ପର ଅଧିକାରୀLeonid Brezhnev
Chairman of the Council of Ministers
of the Soviet Union
କାର୍ଯ୍ୟକାଳ
27 March 1958 – 14 October 1964
First Deputies
ପୂର୍ବ ଅଧିକାରୀNikolai Bulganin
ପର ଅଧିକାରୀAlexei Kosygin
ବ୍ୟକ୍ତିଗତ ସବିଶେଷ
ଜନ୍ମ
Nikita Sergeyevich Khrushchev

(1894-04-15)୧୫ ଅପ୍ରେଲ ୧୮୯୪
Kalinovka, Kursk Governorate, Russian Empire
ମୃତ୍ୟୁ୧୧ ସେପ୍ଟେମ୍ବର ୧୯୭୧(1971-09-11) (ବୟସ ୭୭)
Moscow, Russian SFSR, Soviet Union
ଜାତୀୟତାSoviet
ରାଜନୀତିକ ଦଳSoviet Communist Party (1918–1964)
ଜୀବନ ସାଥୀ
ସନ୍ତାନ
  • Yulia Khrushcheva (1915–81)
  • Leonid (1917–43)
  • Rada Khrushcheva (1929–2016)
  • Sergei (1935–present)
  • Elena Khrushcheva (1937–72)
ଶିକ୍ଷାନୁଷ୍ଠାନIndustrial Academy
ପୁରସ୍କାରHero of the Soviet Union
Hero of Socialist Labor (thrice)
ସନ୍ତକA scrawled "Н Хрущёв"
Military service
ଆନୁଗତ୍ୟSoviet Union
Branch/serviceRed Army
Years of service1941–45
ର‍୍ୟାଙ୍କLieutenant General
କମାଣ୍ଡ୍‌ସSoviet Armed Forces
ଯୁଦ୍ଧWorld War II
Central institution membership

Other offices held
Leader of the Soviet Union

କୃସ୍ଚେଭଙ୍କ ଜନ୍ମ ଏପ୍ରିଲ ୧୫, ୧୮୯୪ରେ ([b][୨] ) ହୋଇଥିଲା, ଜନ୍ମସ୍ଥାନ କାଲିନୋଭକା (Kalinovka,[୩]) ଯାହା ଏବେକାର କୁର୍ସକ ଓବ୍ଲାସ୍ଟ ନାମରେ ପରିଚିତ ଓ ଉକ୍ରାନିଆନ ସୀମାରେ ([୪]) ଅବସ୍ଥିତ । ତାଙ୍କ ପିତାମାତାଙ୍କ ନାମ ସର୍ଜେଇ କୃସ୍ଚେଭ ଓ ଜେନିୟା କୃସ୍ଚେଭ ଥିଲା ଓ ସେମାନେ ଋଷିଆର ଗୋଟିଏ ଗରିବ ଚାଷୀ ପରିବାରର ସଦସ୍ୟ ଥିଲେ । [୪][୫] ତାଙ୍କର ଯୁବାବସ୍ଥାରେ ସେ ଧାତୁ ଶ୍ରମିକ ଭାବରେ ନିଯୁକ୍ତ ହୋଇଥିଲେ ଓ ଋଷିଆର ଗୃହ ଯୁଦ୍ଧ ସମୟରେ ସେ ରାଜନୀତିକ କମିସାର (political commissar) ହୋଇଥିଲେ । ଲାଜର କାଗାନୋଭିଚଙ୍କ ସାହାଯ୍ୟରେ ସେ ଧୀରେ ଧୀରେ ସୋଭିଏଟ ଶାସନ କଳର ଉପରକୁ ଉଠିଲେ । ଜୋସେଫ ସ୍ଟାଲିନ‌ଙ୍କର (Joseph Stalin's) ଗ୍ରେଟ ପର୍ଜକୁ (purges) ବୈଧ କ‌ହୁଥିଲେ ଓ ହଜାର ହଜାର ଲୋକଙ୍କର ଗିରଫଦାରୀଙ୍କୁ ସମର୍ଥନ କରୁଥିଲେ । ଉକ୍ରେନିଆନ ଏସଏସଆରକୁ ଶାସନ କରିବାକୁ ସ୍ଟାଲିନ କୃସ୍ଚେଭଙ୍କୁ ପଠେଇଥିଲେ ଓ ସେଠାରେ ସେ ପର୍ଜେସ ଚଲେଇଲେ । ସୋଭିଏଟ ୟୁନିଅନର ଗ୍ରେଟ ପାଟ୍ରିଓଟିକ ଯୁଦ୍ଧ (Great Patriotic War (Eastern Front of World War II)) ସମୟରେ କୃସ୍ଚେଭ ପୁନର୍ବାର କମିଶାର ନିଯୁକ୍ତ ହୋଇଥିଲେ ତ‌ଥା ସ୍ଟାଲିନ ଓ ଓ ତାଙ୍କର ଜେନେରାଲଙ୍କ ମଧ୍ୟରେ ଯୋଗସୂତ୍ର କାମ କରୁଥିଲେ । ରକ୍ତାକ୍ତ ସ୍ଟାଲିନ‌ଗ୍ରାଡ ପ୍ରତିରୋଧ (defense of Stalingrad) ସମୟରେ କୃସ୍ଚେଭ ସେଠାରେ ଥିଲେ ଓ ସାରା ଜୀବନ ସେ ଏଥିପାଇଁ ଗର୍ବ ଅନୁଭବ କରୁଥିଲେ । ଯୁଦ୍ଧ ପରେ ସେ ଉକ୍ରେନ ଫେରିଆସିଲେ ଓ ପୁନର୍ବାର ସ୍ଟାଲିନଙ୍କର ଏକ ନିକଟ ଉପଦେଷ୍ଟା ଭାବରେ କାମ କରିବା ନିମନ୍ତେ ଡାକରା ପାଇ ଯାଇଥିଲେ ।

ମାର୍ଚ୍ଚ ୫, ୧୯୫୩ରେ ସ୍ଟାଲିନ‌ଙ୍କ ମୃତ୍ୟୁ ହେବା ପରେ ସୃଷ୍ଟି ହୋଇଥିବା କ୍ଷମତା କନ୍ଦଳରେ ତାଙ୍କର ପ୍ରଥମ ସେକ୍ରେଟାରୀଙ୍କୁ କାଉନସିଲ ଅଫ ମିନିଷ୍ଟରରେ ରଖିବା ପରେ କୃସ୍ଚେଭ ବିଜୟୀ ହୋଇଥିଲେ । ଫେବ୍ରୁଆରୀ ୨୫, ୧୯୫୬ରେ ହୋଇଥିବା ପାର୍ଟି କଂଗ୍ରେସରେ ସେ ଏକ ସିକ୍ରେଟ ସ୍ପିଚ ବା ଗୁପ୍ତ ବକ୍ତବ୍ୟ ଦେଇଥିଲେ ଯେଉଁଥିରେ ସେ ସ୍ଟାଲିନ‌ଙ୍କର ପର୍ଜେସକୁ ସେ ଭର୍ତ୍ସନା କରିଥିଲେ ଓ ଏହା ପରେ ସୋଭିଏଟ ୟୁନିଅନରେ ଏକ ସ୍ୱଳ୍ପ ଅତ୍ୟାଚାରୀ ଯୁଗ ଆରମ୍ଭ କରିଥିଲେ ।

ଆଧାର ସମ୍ପାଦନା

  1. Maier, Simon; Kourdi, Jeremy (2011). The 100: Insights and lessons from 100 of the greatest speakers and speeches ever delivered. Marshall Cavendish International Asia Pte Ltd. p. 154. ISBN 978-981-4312-47-9.
  2. Tompson 1995, p. 2.
  3. Taubman 2003, p. 20.
  4. ୪.୦ ୪.୧ Taubman 2003, p. 18.
  5. "Crimea: A Gift To Ukraine Becomes A Political Flash Point". NPR.org. 27 February 2014.


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।