ମହିମାନନ୍ଦ ମିଶ୍ର
ମହିମାନନ୍ଦ ମିଶ୍ର, ଓଡ଼ିଶାର ଜଣେ ଉଦ୍ୟୋଗପତି । ସେ ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼ ପ୍ରତିଷ୍ଠା କରିଛନ୍ତି ଓ ନିଜେ ସେଠାରେ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼ ପାରାଦ୍ୱୀପ, ଗୋପାଳପୁର ଓ ହଳଦିଆ ଆଦି ବନ୍ଦରରେ ଜାହାଜରୁ ଜିନିଷ ଚଢା ଓହ୍ଲା ଆଦି କାର୍ଯ୍ୟ କରିଥାଏ । [୧] ୧୯୭୮ ମସିହାରେ ମାତ୍ର ୧୫ଜଣ ସାଥୀଙ୍କୁ ନେଇ ଆରମ୍ଭ କରାଯାଇଥିବା ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼, ବର୍ତ୍ତମାନ ୩୦୦୦ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିପାରିଛି ।[୨] ସେ ଗୋପାଳପୁର ବନ୍ଦରର ପରିଚାଳନା ନିର୍ଦ୍ଦେଶକ[୩] ଭାବରେ ମଧ୍ୟ କାର୍ଯ୍ୟରତ ।[୪] ଗୋପାଳପୁର ବନ୍ଦରର ନିର୍ମାଣରେ ମହିମାନନ୍ଦ ମିଶ୍ରଙ୍କ ଅବଦାନକୁ[୫] ସ୍ୱୀକୃତି ଜଣାଇ, ତାଙ୍କୁ ୨୦୧୧ ମସିହାର ବିଜିନେସ ଲିଡ଼ରସିପ ସମ୍ମାନ ପ୍ରଦାନ କରାଯାଇଛି ।[୬]
ମହିମାନନ୍ଦ ମିଶ୍ର | |
---|---|
ଜନ୍ମ | ୭ ମଇ ୧୯୫୩ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ଆଇନ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଶିଳ୍ପପତି |
ବୈବାହିକ-ସାଥୀ | ମିନତି ମିଶ୍ର |
ସନ୍ତାନ | ଚନ୍ଦନ ମିଶ୍ର, ଚର୍ଚ୍ଚିତ ମିଶ୍ର |
ପିତାମାତା | ରବିନ୍ଦ୍ର ନାଥ ମିଶ୍ର, ଉର୍ମିଳା ମିଶ୍ର |
ଛାତ୍ରଜୀବନରୁ ମହିମାନନ୍ଦ ରାଜନୀତି ସହିତ ଜଡ଼ିତ । ୧୯୯୨ର ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ, ଟକ ସହରରେ ଦଙ୍ଗା ରୋକିବାରେ ତାଙ୍କର ଭୂମିକା ରହିଥିଲା ।[୭] ମହେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତିଙ୍କ ହତ୍ୟା ମାମଲାରେ, ମହିମାଙ୍କୁ ୨୦୧୬ ମସିହା ଡିସେମ୍ବର ୨୪ ତାରିଖରେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍ଗକକରୁ ଗିରଫ କରାଯାଇଥିଲା ।[୮]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2016-11-01. Retrieved 2014-05-02.
{{cite web}}
: Cite has empty unknown parameter:|1=
(help) - ↑ http://investing.businessweek.com/research/stocks/private/person.asp?personId=224215657&privcapId=51472983
- ↑ http://odishan.com/5374
- ↑ "ଆର୍କାଇଭ୍ କପି". Archived from the original on 2014-01-29. Retrieved 2014-05-02.
{{cite web}}
: Cite has empty unknown parameter:|1=
(help) - ↑ http://orissamatters.com/tag/mahimananda-mishra/
- ↑ "ଆର୍କାଇଭ୍ କପି". Archived from the original on 2013-04-05. Retrieved 2014-05-02.
{{cite web}}
: Cite has empty unknown parameter:|1=
(help) - ↑ Christophe Jaffrelot / Laurent Gayer (28 February 2013). MUSLIMS IN INDIAN CITIES. HarperCollins Publishers India. pp. 164–. ISBN 978-93-5029-555-7.
- ↑ ଧରିତ୍ରୀ ୨୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ http://www.dharitri.com/Bhubaneswar/291216/p3.htm. Retrieved 29 December 2016.
{{cite news}}
: Missing or empty|title=
(help)