ମହାଦେବୀ ବର୍ମା
ମହାଦେବୀ ବର୍ମା (୨୬ ମାର୍ଚ୍ଚ ୧୯୦୭ – ୧୧ ସେପ୍ଟେମ୍ବର ୧୯୮୭) ଜଣେ ହିନ୍ଦୀ କବି, ସ୍ୱାଧୀନତା ସଂଗ୍ରାମୀ ଓ ଶିକ୍ଷାବିତ ଥିଲେ । ସେ ଆଧୁନିକ "ମୀରା" ଭାବରେ ମଧ୍ୟ ପରିଚିତ । ୧୯୧୪-୧୯୩୮ରେ ହିନ୍ଦୀ କବିତାରେ ପ୍ରଚଳିତ "ଛାୟାବାଦର" ସେ ଜଣେ ପ୍ରମୁଖ କବିତ ଥିଲେ । କବି ସମ୍ମିଳନୀ ଆଦିରେ ସେ ଜଣେ ପରିଚିତ କବି ଥିଲେ । ସେ "ପ୍ରୟାଗ ମହିଳା ବିଦ୍ୟାପୀଠର" ଅଧ୍ୟକ୍ଷ ଓ କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧]
ମହାଦେବୀ ବର୍ମା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଫରୁକ୍କାବାଦ | ୨୬ ମାର୍ଚ୍ଚ ୧୯୦୭
ମୃତ୍ୟୁ | ୧୧ ସେପ୍ଟେମ୍ବର ୧୯୮୭ ଆହ୍ଲାବାଦ ଉତ୍ତର ପ୍ରଦେଶ, ଭାରତ | (ବୟସ ୮୦)
ବୃତ୍ତି | ଔପନାସିକା, କବି, ଗାଳ୍ପିକା |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ସଂସ୍କୃତ |
ସମୟ | ବିଂଶ ଶତାବ୍ଦୀ |
ସାହିତ୍ୟର ଆନ୍ଦୋଳନ | ଛାୟାବାଦ |
ସାହିତ୍ୟ କୃତି | ୟମ ମେରା ପରିବାର ପଥ କେ ସାଥୀ |
ପୁରସ୍କାର | ୧୯୫୬: ପଦ୍ମ ଭୂଷଣ ୧୯୮୨: ଜ୍ଞାନପୀଠ ସମ୍ମାନ ୧୯୮୮: ପଦ୍ମ ଭିଭୂଷଣ |
ଜୀବନସାଥୀ | ସ୍ୱରୂପ ନାରାୟଣ ବର୍ମା |
ଜୀବନୀ
ସମ୍ପାଦନାଆଦ୍ୟ ଜୀବନ ଓ ଶିକ୍ଷା
ସମ୍ପାଦନାମହାଦେବୀ ୧୯୦୭ ମସିହା ମାର୍ଚ୍ଚ ୨୬ ତାରିଖରେ ଫରୁକ୍କାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆହ୍ଲାବାଦର କ୍ରସୱେଟ ବାଳିକା ବିଦ୍ୟାଳୟରେ ପଢ଼ିଥିଲେ ।[୨] ଏହି ସ୍କୁଲରେ ତାଙ୍କ ପରିଚିତି ସୁଭଦ୍ରା କୁମାରି ଚୌହାନଙ୍କ ସହିତ ହୋଇଥିଲା । ଚୌହାନ ପରବର୍ତ୍ତୀ ସମୟରେ ହିନ୍ଦୀ ସାହିତ୍ୟର ଜଣେ ପ୍ରମୁଖ କବି ଓ ଲେଖକ ହୋଇଥିଲେ ।
ମହାଦେବୀ ପ୍ରଥମେ ଏକ କନଭେଣ୍ଟ ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ ପରେ ଆହ୍ଲାବାଦର କ୍ରସୱେଟ ବାଳିକା ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ । କ୍ରସୱେଟ ବାଳିକା ବିଦ୍ୟାଳୟରେ ବିଭିନ୍ନ ଧର୍ମାବଲାମ୍ବୀ ଛାତ୍ରୀମାନେ ପଢୁଥିବାରୁ, ସେଠାରେ ସେ ବିଭିନ୍ନ ଧର୍ମ ମଧ୍ୟରେ ସମାନତା ଓ ଐକତା ଶିଖି ପାରିଥିଲେ ବୋଲି ମହାଦେବୀ ନିଜେ ସ୍ୱୀକାର କରିଥିଲେ । ପ୍ରଥମେ ସେ ଲୁଚି ଲୁଚି କବିତା ଲେଖୁଥିଲେ କିନ୍ତୁ ତାଙ୍କର ସହକକ୍ଷା ବାନ୍ଧବୀ ସୁଭଦ୍ରା କୁମାରୀ ଚୌହାନ ତାଙ୍କ କବିତାକୁ ଆବିଷ୍କାର କରିଥିଲେ ଓ ବିଦ୍ୟାଳୟରେ, କବି ମହାଦେବୀଙ୍କୁ ପରିଚିତ କରିଥିଲେ । ପରେ ସେମାନେ ଏକାଠି କବିତା ଲେଖିବା ଆରମ୍ଭ କରିଥିଲେ ।
ଯେତେବେଳେ ଅନ୍ୟମାନେ ଖେଳାଖେଳି କରୁଥିଲେ, ମୁଁ ଏବଂ ସୁଭଦ୍ରା ଏକ ଗଛମୂଳେ ବସି କବିତା ଲେଖୁଥିଲୁ । ସେ ଖଡ଼ିବୋଲିରେ କବିତା ଲେଖୁଥିଲେ ମୁଁ ମଧ୍ୟ ଖଡ଼ିବୋଲିରେ କବିତା ଲେଖିବା ଆରମ୍ଭ କଲି । ଏହି ପରି ଭାବରେ ଆମେ ଦିନକୁ ଗୋଟିଏ ଦୁଇଟି କବିତା ଲେଖିପାରୁଥିଲୁ ।
ମହାଦେବୀ ଓ ସୁଭଦ୍ରା ବିଭିନ୍ନ ସାପ୍ତାହିକ ପତ୍ରିକାକୁ ନିଜର କବିତା ପଠାଉଥିଲେ ଓ ସେଥିରୁ କିଛି ପ୍ରକାଶିତ ମଧ୍ୟ ହେଉଥିଲା । ସେମାନେ ବିଭିନ୍ନ କବିତାସଭାକୁ ମଧ୍ୟ ଯାଉଥିଲେ । ସେଠାରେ ସ୍ୱରଚିତ କବିତା ପଢ଼ିବା ସହିତ ହିନ୍ଦୀର ଅନ୍ୟ କବିମାନଙ୍କ ସହିତ ଭେଟିପାରୁଥିଲେ । ସୁଭଦ୍ରା କ୍ରସୱେଟ ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ଦୁହିଁଙ୍କ ଯୋଡି ଜମି ରହିଥିଲା ।
ନିଜ ଆତ୍ମଜୀବନୀ "ମେରେ ବଚପନ କେ ଦିନ"ରେ [୩] ମହାଦେବୀ ଲେଖିଛନ୍ତି ଯେ, ଯେଉଁ ସମୟରେ ସମାଜ କନ୍ୟାସନ୍ତାନମାନଙ୍କୁ ବୋଝ ବୋଲି ଭାବୁଥିଲା, ସେ ଏକ ଉଦାରଚିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେବାପାଙ୍କ ଇଚ୍ଛା ଥିଲା ମହାଦେବୀ ଭଲ ପାଠ ପଢନ୍ତୁ କିନ୍ତୁ ସେ ୯ ବର୍ଷ ବୟସରେ ବିବାହ ମଧ୍ୟ କରନ୍ତୁ ।[୨] ମହାଦେବୀଙ୍କ ମା ସଂସ୍କୃତ ଓ ହିନ୍ଦୀ ଭଲରେ କହି ପାରୁଥିଲେ । ନିଜ ମାଙ୍କୁ ହିଁ ମହାଦେବୀ, ସାହିତ୍ୟରେ ଆଗ୍ରହ ଓ କବିତା ଲେଖିବାର ପ୍ରେରଣା ବୋଲି ମନେ କରୁଥିଲେ ।[୪]
ବୃତ୍ତିଗତ ଜୀବନ
ସମ୍ପାଦନା୧୯୩୦ ମସିହାରେ ମହାଦେବୀ ସ୍ଥାନୀୟ ଏକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।[୨] ରାଜନୀତି ସହିତ ପ୍ରତକ୍ଷ ସଂଶ୍ଲିଷ୍ଟ ନଥିଲେ ମଧ୍ୟ ସେ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନକୁ ଅନୁସରଣ କରି ଖଦି ପିନ୍ଧିବା ଆରମ୍ଭ କରିଥିଲେ ଓ ଇଂରାଜୀ ବର୍ଜନ କରିଥିଲେ । ୧୯୩୩ ମସିହାରେ ସେ "ଆହ୍ଲାବାଦ ମହିଳା ବିଦ୍ୟାପୀଠ"ର ପ୍ରଧାନ ଶିକ୍ଷୟତ୍ରୀ ଭାବରେ ନିଯୁକ୍ତି ପାଇଥିଲେ । ଏହା ଏକ ବେସରକାରୀ ହିନ୍ଦୀ ମାଧ୍ୟମ ବିଦ୍ୟାଳୟ ଥିଲା ଓ ବାଳିକାମାନଙ୍କୁ ସଂସ୍କୃତି ଓ ସାହିତ୍ୟଶିକ୍ଷା ଦେଉଥିଲା । ପରେ ସେ ଏହି ବିଦ୍ୟାପୀଠର କୁଳପତି ଆସନ ମଣ୍ଡନ କରିଥିଲେ । ସେ ଏହି ବିଦ୍ୟାଳୟରେ ଅନେକ ସଭା ସମିତି ଓ କବି ସମ୍ମିଳନୀ ଆୟୋଜନ କରିଥିଲେ । ୧୯୩୬ରେ ଏହି ପରି ଏକ ଗଳ୍ପ ସମ୍ମିଳନୀରେ ଲେଖିକା ସୁଦକ୍ଷିଣା ବର୍ମା ଅଧ୍ୟକ୍ଷତା କରିଥିଲେ ।
ଶିକ୍ଷକତା ସହିତ ମହାଦେବୀ ଲେଖାଲେଖିରେ ମଧ୍ୟ ମଗ୍ନ ଥିଲେ । ହିନ୍ଦୀ ପତ୍ରିକା "ଚାନ୍ଦ"ର ସେ ସମ୍ପାଦନା କରୁଥିଲେ ।[୨] ତାଙ୍କର ଏହି ସମ୍ପାଦକୀୟ ଲେଖାଗୁଡ଼ିକ ୧୯୪୨ ମସିହାରେ "ଶୃଙ୍ଖଳା କେ କଡିୟାଁ" ନାମରେ ପ୍ରକାଶିତ ହୋଇଥିଲା ।
ପତିଙ୍କ ନିଧନ ପରେ, ୧୯୬୬ ମସିହାରୁ ମହାଦେବୀ ଆହ୍ଲାବାଦରେ ସ୍ଥାୟୀ ଭାବରେ ରହିଥିଲେ ।
ରଚନାବଳୀ
ସମ୍ପାଦନାଛାୟାବାଦର ଚାରି ଜଣ ପ୍ରମୁଖ କବିଙ୍କ ମଧ୍ୟରେ ମହାଦେବୀ ଜଣେ ଥିଲେ । ଅନ୍ୟମାନେ ଥିଲେ ସୂର୍ଯ୍ୟକାନ୍ତ ତ୍ରିପାଠୀ 'ନିରାଲା', ଜୟଶଙ୍କର ପ୍ରସାଦ ଓ ସୁମିତ୍ରାନନ୍ଦନ ପନ୍ତ । 'ୟାମା' ବ୍ୟତିତ 'ନୀଳକଣ୍ଠ' ତାଙ୍କର ଅନ୍ୟଏକ ସାହିତ୍ୟ କୃତି । ଏଥିରେ ସେ ମୟୁର ସହିତ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ଏହା ସିବିଏସଇର ୭ମ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । 'ଗୌର' ପୁସ୍ତକରେ ସେ ଏକ ସୁନ୍ଦର ଗାଇ ବିଷୟରେ ଲେଖିଥିଲେ । 'ମେରେ ବଚପନ କେ ଦିନ' ଓ 'ଗିଲୁ'ରେ ସେ ନିଜ ପିଲାଦିନ କଥା ଲେଖିଥିଲେ । ଏ ଦୁଇଟି ମଧ୍ୟ ସିବିଏସଇର ୯ମ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । [୩] 'ମଧୁର-ମଧୁର ମେରେ ଦୀପକ ଜଲ' ସିବିଏସଇର ୧୦ମ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । 'ସ୍ମୃତି କି ରେଖାୟେଁ' ମଧ୍ୟ ସିବିଏସଇର ୧୨ଶ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ୧୯୫୬ : ପଦ୍ମ ଭୂଷଣ
- ୧୯୭୯: କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ
- ୧୯୮୨: ଜ୍ଞାନପୀଠ ସମ୍ମାନ କବିତା ସଂଗ୍ରହ ୟମ ପାଇଁ
- ୧୯୮୮: ପଦ୍ମ ବିଭୂଷଣ
- ୨୭ ଅପ୍ରେଲ ୨୦୧୮: ଗୁଗୁଲ ନିଜ ଭାରତୀୟ ପୃଷ୍ଠାରେ ମହାଦେବୀଙ୍କର ଏକ ଡୁଡୁଲ ପ୍ରକାଶ କରିଥିଲା
ଆଧାର
ସମ୍ପାଦନା- ↑ "Google Doodle commemorates Mahadevi Varma Jnanpith". The Statesman (in ଆମେରିକୀୟ ଇଂରାଜୀ). 2018-04-27. Retrieved 2018-05-19.
- ↑ ୨.୦ ୨.୧ ୨.୨ ୨.୩ Tharu, Susie J.; Lalita, Ke (1991-01-01). Women Writing in India: 600 B.C. to the early twentieth century (in ଇଂରାଜୀ). Feminist Press at CUNY. pp. 459–469. ISBN 9781558610279.
- ↑ ୩.୦ ୩.୧ "Mahadevi Varma Is Today's Google Doodle: Know All About The Celebrated Hindi Poet". NDTV.com. Retrieved 2018-05-19.
- ↑ "Mahadevi Varma, renowned Indian poet, honoured with Google doodle". The Indian Express (in ଆମେରିକୀୟ ଇଂରାଜୀ). 2018-04-27. Retrieved 2018-04-27.
ଅଧିକା ପଢ଼ିବା ପାଇଁ
ସମ୍ପାଦନା- Gupta, Indra India's 50 Most Illustrious women ISBN 81-88086-19-3
- Schomer, Karine (1998). Mahadevi Varma and the Chhayavad Age of Modern Hindi Poetry. New Dehi: Oxford University Press. ISBN 978-0-19-564450-0.
- Singh, Doodhnath (2009). Mahadevi. Rajkamal Prakashan. ISBN 978-81-267-1753-8.
- Varma, Mahadevi (2007). Nirmala Jain (ed.). महादेवी साहित्य (Complete Works of Mahadevi Varma). Vol. Vol. 3. Vani Prakashan. ISBN 978-81-8143-680-1.
{{cite book}}
:|volume=
has extra text (help)
ବାହ୍ୟ ଆଧାର
ସମ୍ପାଦନା- Works by Mahādevī Varmā at Google Books
- Mahadevi Verma at Kavita Kosh Archived 2021-11-08 at the Wayback Machine. (Hindi)
- Mahadevi Verma at Indohistory Archived 2019-09-12 at the Wayback Machine.
- Mahadevi Verma at Anubhuti
- Some poems of Mahadevi Verma (in Devanagari script)
- अनहद कृति ई-पत्रिका में 'आधुनिक युग की मीरा' महादेवी वर्मा Mahadevi Verma at AnhadKriti[permanent dead link]