ଭାଷା
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ମଣିଷ ଭାଷା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସର୍ଜୀବଙ୍କ ମଧ୍ୟରେ ସ୍ୱତନ୍ତ୍ର । ଏହାର ଜଟିଳ ଗଠନ ଶୈଳୀ ଭାବ ପ୍ରକାଶ ପାଇଁ ଏକ ବୃହତ୍ତର କ୍ଷେତ୍ର ଯୋଗାଇଥାଏ ଯାହାକି ବର୍ତ୍ତମାନ ସୁଦ୍ଧା ଜଣାଥିବା ସମସ୍ତ ପ୍ରାଣୀମାନଙ୍କ ଯୋଗାଯୋଗ ପ୍ରଣାଳୀ ଅପେକ୍ଷା ଉତ୍କୃଷ୍ଟ । ଏହି ପ୍ରାଣୀ-ଯୋଗାଯୋଗ ପ୍ରଣାଳୀ ସାଧାରଣତଃ ମନୁଷ୍ୟ ଭଳି ସାମାଜିକ ନହୋଇ ଅନୁବଂଶୀୟ ହୋଇଥାଏ ।
== ସଂଜ୍ଞା ପ୍ରକରଣ == ମନୁଷ୍ଯର ମୁଖନିଃସୃତ ସାର୍ଥକ ଧ୍ୱନିମାନଙ୍କ ସମାହାରକୁ ଭାଷା କୁହାଯାଏ ।
ଉତ୍ପତି
ସମ୍ପାଦନାଭାଷା ବିଜ୍ଞାନ
ସମ୍ପାଦନାଐତିହାସିକ, ତୁଳନାତ୍ମକ, ବର୍ଣ୍ଣନାତ୍ମକ, ବ୍ୟାବହାରିକ, ବ୍ୟାକରଣଗତ କିମ୍ବା ଅର୍ଥଗତ ଭାଷା ସମ୍ବନ୍ଧୀୟ ଯେକୌଣସି ଆଲୋଚନାକୁ ଆମେ ଭାଷାତତ୍ତ୍ୱର ଅନ୍ତର୍ଗତ ବୋଲି ଧରିନେଉ । ଭାଷା ଆଲୋଚନା କ୍ଷେତ୍ରରେ ଇଂରାଜୀ ଭାଷାରେ ଫିଲଲଜି ଓ ଲିଙ୍ଗୁଇଷ୍ଟିକସ୍ ବୋଲି ଦୁଇଟି ଶବ୍ଦ ପ୍ରଚଳିତ । ପୂର୍ବରୁ ସେମାନଙ୍କଦ୍ୱାରା ସୂଚିତ ଅର୍ଥରେ ବିଶେଷ ବ୍ୟବଧାନ ଥିବା ପରି ମନେହେଉନଥିଲା । ଅନ୍ତତଃ ଭାରତବର୍ଷରେ ଆମ୍ଭେମାନେ ଦୁଇଟିଯାକ ଶବ୍ଦକୁ ଏକପ୍ରକାର ଅର୍ଥରେ ବ୍ୟବହାର କରୁଥିଲୁ । ଏବେ କିନ୍ତୁ ସେମାନଙ୍କୁ ଦୁଇଟି ସ୍ୱତନ୍ତ୍ର ଅର୍ଥରେ ବ୍ୟବହାର କରାଯାଉଛି । ସେଥିପାଇଁ ଓଡ଼ିଆ ଭାଷାରେ "ଫିଲଲଜି" ପାଇଁ "ଭାଷାଜ୍ଞାନ" ଓ "ଲିଙ୍ଗୁଇଷ୍ଟିକସ୍" ପାଇଁ "ଭାଷାବିଜ୍ଞାନ" ଶବ୍ଦ ରଖିବା ଆବଶ୍ୟକ ହୋଇଛି ।