ଲାନାଡେଲୁମାବ

(Lanadelumabରୁ ଲେଉଟି ଆସିଛି)

ଲାନାଡେଲୁମାବ (ଇଂରାଜୀ ଭାଷାରେ Lanadelumab), ତାଖଜିରୋ ଏକ ବାଣିଜ୍ୟ ନାମ, ହେଉଛି ଏକ ଔଷଧ ଯାହାକି ବଂଶାନୁକ୍ରମିକ ଆଞ୍ଜିଓଇଡିମା ରୋଗୀଙ୍କଠାରେ ଆଞ୍ଜିଓଇଡିମା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨] ଏହା ୧୨ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୁଏ । [୩]

ଲାନାଡେଲୁମାବ
Monoclonal antibody
TypeWhole antibody
SourceHuman
TargetKallikrein
Clinical data
Trade namesTakhzyro
Synonymslanadelumab-flyo
AHFS/Drugs.commonograph
data
Pregnancy
category
Routes of
administration
Subcutaneous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Chemical and physical data
FormulaC6468H10016N1728O2012S47
Molar mass୧,୪୫,୬୮୪.୧୮ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା, ରାସ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ତରଳ ଝାଡ଼ା ଅନ୍ତର୍ଭୁକ୍ତ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲିକ୍ରେନ‌ (pKal ) ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ ।[୨] [୩]

୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲାନାଡେଲୁମାବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଷ୍ଟ୍ରରେ ପ୍ରତି ଦୁଇ ସପ୍ତାହରେ ଥରେ ଏହି ଔଷଧ ଦିଆଯିବାବେଳେ ପ୍ରତି ବ୍ୟକ୍ତିଙ୍କ ପାଇଁ ବର୍ଷକୁ ପ୍ରାୟ ୬୮୫,୦୦୦ ଡଲାର ଖର୍ଚ୍ଚ ହୋଇଥାଏ | [୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦,୦୦୦ ପାଉଣ୍ଡ ହୋଇଥାଏ ।[୫]

ସନ୍ଦର୍ଭ ସମ୍ପାଦନା

  1. ୧.୦ ୧.୧ "Lanadelumab (Takhzyro) Use During Pregnancy". Drugs.com. 19 September 2018. Archived from the original on 20 October 2020. Retrieved 4 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Lanadelumab-flyo Monograph for Professionals". Drugs.com (in ଇଂରାଜୀ). Archived from the original on 17 May 2019. Retrieved 20 November 2021.
  3. ୩.୦ ୩.୧ ୩.୨ "Takhzyro". Archived from the original on 19 October 2021. Retrieved 20 November 2021.
  4. "Takhzyro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 20 November 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 306. ISBN 978-0857114105.