ଜନ୍ ଡାଲଟନ୍
(John Daltonରୁ ଲେଉଟି ଆସିଛି)
John Dalton | |
---|---|
ଜନ୍ମ | Eaglesfield, Cumberland, England | ୬ ସେପ୍ଟେମ୍ବର ୧୭୬୬
ମୃତ୍ୟୁ | ୨୭ ଜୁଲାଇ ୧୮୪୪ Manchester, England | (ବୟସ ୭୭)
ଜାତୀୟତା | British |
ପ୍ରସିଦ୍ଧି | Atomic theory, Law of Multiple Proportions, Dalton's Law of Partial Pressures, Daltonism |
ପୁରସ୍କାର | Royal Medal (1826) |
ବିଜ୍ଞାନୀ ଜୀବନ | |
ଜଣାଶୁଣା ଛାତ୍ର | James Prescott Joule |
ପ୍ରଭାବିତ କରିଥିଲେ | John Gough |
Author abbrev. (botany) | Jn.Dalton |
ଦସ୍ତଖତ | |
- ଜନ୍ ଡାଲଟନ୍ (ଜନ୍ମ: ୬ ସେପ୍ଟେମ୍ବର ୧୭୬୬) ଜଣେ ଇଂରେଜ ରସାୟନବିଦ୍, ପଦାର୍ଥବିଜ୍ଞାନୀ ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର ପରମାଣୁ ତତ୍ତ୍ୱ ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।
ବାଲ୍ୟକାଳ ଓ ଶିକ୍ଷା
ସମ୍ପାଦନାଜନ୍ ଡାଲଟନ୍ ଇଂଲଣ୍ଡର କମ୍ବରଲ୍ୟାଣ୍ଡଠାରେ କକରମାଉଥ ନିକଟସ୍ଥ ଇଗଲ୍ସଫିଲ୍ଡଠାରେ ଏକ କ୍ୱାକର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ତନ୍ତୀ ଥିଲେ । ସେ ତାଙ୍କ ବାପାଙ୍କଠାରୁ ଓ ପାର୍ଡସ ହଲ ଗାଁ ପାଖରେ ଥିବା ଏକ ଘରୋଇ ସ୍କୁଲ ଚଳାଉଥିବା କ୍ୱାକର ଜନ ଫ୍ଲେଚରଙ୍କଠାରୁ ପ୍ରାଥମିକ ଶିକ୍ଷା ଲାଭକରିଥଲେ । ପରିବାର ଗରିବ ଥିବାରୁ ତାଙ୍କୁ ଆଉ ପଢ଼ିବା ପାଇଁ ସାହାଯ୍ୟ ମିଳିଲାନି । ସେ ୧୦ ବର୍ଷରେ ଗୋଟେ ସ୍କୁଲରେ ଶିକ୍ଷକ ଭାବରେ ପଢ଼େଇବା ଆରମ୍ଭ କଲେ । ୨୩ ବର୍ଷ ବୟସରେ ସେ ଆଇନ ଓ ମେଡ଼ିସିନ ଉପରେ ପଢ଼ିଲେ । ତା'ପରେ ସେ ଏକ ଇଂରାଜୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଓ ସେଠାରେ ବିଜ୍ଞାନ ଉପରେ ବହୁତ ଜ୍ଞାନ ପାଇଲେ । ଯେତେବେଳେ କଲେଜର ଆର୍ଥକ ସମସ୍ୟା ଆସିଲା ସେ କଲେଜ ଛାଡି ଏକ ନିଜର ଘରୋଇ ଟିଉସନ୍ ଆରମ୍ଭ କଲେ ।
କର୍ମ ଜୀବନ
ସମ୍ପାଦନାଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନା- ଡାଲଟନ୍ ବାହା ଜମା ହେଇନଥିଲେ ଓ ତାଙ୍କର ବହୁତ କମ୍ ସାଙ୍ଗ ଥିଲେ