ଝଣ୍ଡେୱାଲାନ ମନ୍ଦିର

ଭାରତରେ ଏକ ମନ୍ଦିର
(Jhandewalan Templeରୁ ଲେଉଟି ଆସିଛି)

ଝଣ୍ଡେୱାଲନ୍ ମନ୍ଦିର ଭାରତୀୟ ରାଜଧାନୀ ମହାନଗର ଦିଲ୍ଲୀର କରୋଲବାଗ ଅଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିର । ଏକ ପ୍ରାଚୀନ ୧୮ଶ ଶତାବ୍ଦୀରେ ରହିଥିବା ମନ୍ଦିରର ଖନନ ସ୍ଥଳରେ ପ୍ରାଚୀନ ପ୍ରତିମୂର୍ତି ସହ ନୂତନ ମୂର୍ତି ସ୍ଥାପନ କରି ମନ୍ଦିର ନିର୍ମିତ ହୋଇଛି । ଏଠାରେ ଦେବୀ ଆଦି ଶକ୍ତିଙ୍କୁ ଆରାଧନା କରାଯାଇଥାଏ । .[୧]

ଶ୍ରୀ ଝଣ୍ଡେୱାଲନ୍ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtnorth
Location
ସ୍ଥାନJhandewalan metro station North Delhi
Stateଦିଲ୍ଲୀ
Countryଭାରତ
Architecture
TypeHindu temple architecture
Website
www.maajhandewali.com


ଇତିହାସ ଓ କିମ୍ବଦନ୍ତୀ  ସମ୍ପାଦନା

୧୮ଶ ଶତାବ୍ଦୀରେ ଏହି ଅଞ୍ଚଳ ବଣ ଜଙ୍ଗଲରେ ଭରା ଥିଲା । ଏଠାକୁ ଆରାବଳି ପର୍ବତ ଅଞ୍ଚଳକୁ ଲାଗି ଥିବା ଅରନ୍ୟାଞ୍ଚଳ ବ୍ୟାପ୍ତ ହେଇଥିଲା । କିମ୍ବଦନ୍ତୀ ଅନୁସାରେ ଚାନ୍ଦିନୀ ଚୌକର ଜଣେ ଧର୍ମ ପ୍ରାଣ ବ୍ୟବସାୟୀ ବଦ୍ରିଦାସ ଏହା ନିକଟସ୍ଥ ଏକ ଝରଣା କୁଳରେ ଏକ ପ୍ରାଚୀନ ମନ୍ଦିର ଦବି ରହିଥିବାର ସ୍ୱପ୍ନାଦେଶ ପାଇଥିଲେ । ସେ ସେଠାରେ ଖୋଦନ କାର୍ଯ୍ୟ କରିବାରୁ ଗଭୀର ଗୁମ୍ଫା ମଧ୍ୟରେ ଦେବୀ ମୂର୍ତି ପ୍ରାପ୍ତ ହେଇଥିଲେ । ଖୋଦନ ସମୟରେ ଦେବୀ ପ୍ରତିମୂର୍ତିର ହାତ ଖଣ୍ଡିତ ହେଇଗଲା । ତାହାକୁ ରୋପ୍ୟ ହାତ ଲଗେଇ ସେହିଠାରେ ସ୍ଥାପନ କଲେ ଓ ଉପର ଅଂଶରେ ଏକ ନୂତନ ମୂର୍ତି ନିର୍ମିତ କରି ମନ୍ଦିର ନିର୍ମାଣ କଲେ ।

ମନ୍ଦିର ଉପରେ ଏକ ଦୀର୍ଘକାୟ ଧ୍ୱଜ ଲଗାଯାଇଥିଲା , ଯାହା ଦୂର ଦୂରାନ୍ତରୁ ଦେଖାଯାଇଥାଏ । ପରେ ମନ୍ଦିରର ନାମ ଏଥିପାଇଁ ଝଣ୍ଡେୱାଲା  ରହିଥିଲା । ଉପରେ ରହିଥିବା ମନ୍ଦିରରେ ଶିବ ଲିଙ୍ଗା ମାନଧୀ ସ୍ଥାପନ କରାଯାଇଛି । ପ୍ରାଚୀନ ଦେବୀ ପ୍ରତିମାଙ୍କ " ଗୁମ୍ଫା ବାଲି ମାତା " କୁହାଯାଇଥାଏ ଓ ସେଠାରେ ମଧ୍ୟ ପୂର୍ଣ ନୀତି ରୀତି ସହ ଆରାଧନା ହେଇଥାଏ । ।

ମନ୍ଦିରରେ ଦୁର୍ଗାପୂଜା ଓ ନବରାତ୍ର ବହୁ ଆଡମ୍ବର ସହକାରେ ପାଳିତ ହେଇଥାଏ । ଏଠାରେ ବାସନ୍ତିକ ନବରାତ୍ର ସହ ଶାରଦୀୟ ନବରାତ୍ର ମଧ୍ୟ ପାଳିତ ହେଇଥାଏ । ଦୈନିକ ନୀତି ରୀତି ମଧ୍ୟରେ ହବନ , କୀର୍ତନ ତଥା ସ୍ୱତନ୍ତ୍ର କଥା , ଓ ପ୍ରବଚନ ଆୟୋଜନ ହେଇଥାଏ । ପର୍ବ ସମୟରେ ଏଠାରେ ବହୁ ଜନ ସମାଗମ ହେଇଥାଏ । [୨]

References ସମ୍ପାଦନା

  1. "Jhandewalan Temple". The Divine India. Retrieved 16 March 2014.
  2. Jhandewalan Mandir Aarti Timings in Navratri is at 4 AM and 7 PM. Daily Hawan timings is from 7 AM to 7.30 AM, Kirtan timing is from 7.30AM to 8.30 AM and from 10 AM to 12 PM. Special Katha and Kirtan are organised on Poranmasi (full Moon). Santoshi Mata Katha is organised on every Friday; Every Tuesday and Saturday Mata ki Chowki is organised. Jagran is organised on every Shukla Ashtami.http://indiaongo.in/travel/jhandewalan-mandir/