ଇଣ୍ଟସସେପସନ (ମେଡିକାଲ ବେମାରି)
ଇଣ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତୀ ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।[୧]
ଇଣ୍ଟସସେପସନ | |
---|---|
ବିଭାଗ | ଶିଶୁରୋଗ ବିଭାଗ (Pediatrics), ସାଧାରଣ ଶଲ୍ୟ ବିଭାଗ (general surgery) । |
ଲକ୍ଷଣ | ପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।[୧] |
ଆକ୍ରାନ୍ତ ସମୟ | ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା ।[୧] |
କାରଣ | ଅଜ୍ଞାତ, ଲିଡ ପଏଣ୍ଟ lead point[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ (Medical imaging)[୧] |
ସଠିକ ରୋଗ ନିର୍ଣ୍ଣୟ | ପାଇଲୋରିକ ସ୍ଟେନୋସିସ (Pyloric stenosis) ।[୧] |
ଚିକିତ୍ସା | ଏନିମା (Enema), ଅପରେଶନ।[୧] |
ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ ଲିଡ ପଏଣ୍ଟ (lead point) ଥାଏ । ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, ସିସ୍ଟିକ ଫାଇବ୍ରୋସିସ (cystic fibrosis) ଓ ଇଣ୍ଟେସ୍ଟାଇନାଲ ପଲିପ (intestinal polyp) ହୋଇପାରେ । ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ, ବାୱେଲ ଆଡହେସନ (bowel adhesions) ଓ ଇଣ୍ଟେସ୍ଟାଇନାଲ ଅର୍ବୁଦ (intestinal tumors) ହୋଇପାରେ । Diagnosis is often supported by ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (ultrasound) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ ସିଟି ସ୍କାନ (CT scan) ଅଧିକ ପସନ୍ଦ ଯୋଗ୍ୟ ହୁଏ । [୧]
ଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ । ପିଲାଙ୍କୁ ଏନିମା (enema) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ ଅପରେଶନ କରି କାଢ଼ିଦିଆଯାଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ । ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ । ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । [୧]