ସ୍ୱାଧୀନତା

(Independenceରୁ ଲେଉଟି ଆସିଛି)

ସ୍ୱାଧୀନତା ଶବ୍ଦ ଗୋଟିଏ ଦେଶ, ରାଷ୍ଟ୍ର ବା ସାର୍ବଭୌମ ରାଜ୍ୟର ଅବସ୍ଥାକୁ ବୁଝାଏ ଯେଉଁଠାରେ ଏହାର ବାସିନ୍ଦା ଓ ଜନତା ନିଜ ଭୂଖଣ୍ଡରେ ନିଜସ୍ୱ ସରକାର ଗଢ଼ିବାକୁ ଓ ସାର୍ବଭୌମତ୍ୱ ଜାହିର କରିବାକୁ ସକ୍ଷମ ଥାଆନ୍ତି ଓ କୌଣସି ବାହ୍ୟ ଶକ୍ତି ଅଧୀନରେ ନ ଥାଆନ୍ତି । ଏହାର ଓଲଟା ଶବ୍ଦ ପରାଧୀନତା । ଅନ୍ୟ ଗୋଟିଏ ଶବ୍ଦ ସ୍ୱତନ୍ତ୍ର (freedom) ସ‌ହିତ ଏହାର ଭ୍ରମ ସୃଷ୍ଟି ହୁଏ । ବ୍ୟକ୍ତିର ଚିନ୍ତା କରିବା ଓ ତଦନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତାକୁ ସ୍ୱତନ୍ତ୍ର କୁହାଯାଏ ।

ଉତ୍ତର ଆମେରିକାର ପୂର୍ବ ଉପକୂଳରେ ଥିବା ୧୩ଟି ବ୍ରିଟିଶ କଲୋନୀ ୧୭୭୬ ମସିହାରେ ସ୍ୱାଧୀନତା ଘୋଷଣା କରିଥିଲେ ।
ଦକ୍ଷିଣ ଆମେରିକା,ସ୍ଥିତ ସ୍ପେନୀୟ କଲୋନୀ ଚିଲି ୧୮୧୮ରେ ସ୍ୱାଧୀନତା ଘୋଷଣା କରିଥିଲା ।

ସ୍ୱାଧୀନତାର ସଂଜ୍ଞା ସମ୍ପାଦନା

ସ୍ୱାଧୀନତା ଓ ବିପ୍ଳବ ଏହି ଦୁଇ ଶବ୍ଦର ପାର୍ଥକ୍ୟ ଅନେକ ବର୍ଷ ଧରି ଚର୍ଚ୍ଚା ହେଉଥିଲା ଓ ହିଂସାକୁ ସାର୍ବଭୌମ ନିମନ୍ତେ ଏକ କାନୁନି ଉପାୟ ଉପରେ ପ୍ରଶ୍ନବାଚୀ ଚିହ୍ନ ଥିଲା ।[୧] କେତେକ ବିପ୍ଳବ ଜାତୀୟ ସ୍ୱାଧୀନତା ଇଚ୍ଛା ଓ ପ୍ରାପ୍ତ କରାଯାଏ ଓ ଅନ୍ୟ କେତେକ କ୍ଷମତା ପୁନର୍ବଣ୍ଟନ କରିବା ନିମନ୍ତେ କରାଯାଏ । ତେଣୁ ଏହା ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ହିଂସାତ୍ମକ ସିଭିଲ ୱାର ପର୍ଯ୍ୟନ୍ତ ଯାଇପାରେ ।

ସ୍ୱାଧୀନତା ଓ ସ୍ୱାୟତ୍ତ ମଧ୍ୟରେ ପାର୍ଥକ୍ୟ ସମ୍ପାଦନା

ସ୍ୱାୟତ୍ତ‌ତା (autonomy) ଏକ ଉଚ୍ଚ ଅଧିକାରୀଦ୍ୱାରା ନିୟନ୍ତ୍ରଣ‌ଯୁକ୍ତ ସ୍ୱାଧୀନତା । ସ୍ୱାଧୀନତା ଦେଇଥିଲେ ମଧ୍ୟ ନିଜର ନିୟନ୍ତ୍ରଣ ରଖିଥାଆନ୍ତି ।

ଆଧାର ସମ୍ପାଦନା

  1. Benjamin, Walter (1996) [1921]. Walter Benjamin: Selected Writings, Volume 1: 1913-1926. Cambridge: Harvard University Press. 236–252. ISBN 06-749-4585-9. {{cite book}}: Unknown parameter |nopp= ignored (|no-pp= suggested) (help)