ହାଇପରଟେନସିଭ ଏନସେଫାଲୋପାଥି

(Hypertensive encephalopathyରୁ ଲେଉଟି ଆସିଛି)

ହାଇପରଟେନସିଭ ଏନସେଫାଲୋପାଥି ବା ଏଚଇ (Hypertensive encephalopathy/ HE) ଏକ ପ୍ରକାର ଏନସେଫାଲୋପାଥି (general brain dysfunction) ବା ମସ୍ତିଷ୍କ ବେମାରୀ ଯାହା ଅତ୍ୟଧିକ ରକ୍ତଚାପ (significantly high blood pressure) ଯୋଗୁ ହୁଏ । [୩] ଏହି ରୋଗରେ ମୁଣ୍ଡ ବିନ୍ଧା, ବାନ୍ତି, ଶରୀର ନିୟନ୍ତ୍ରଣ ସମସ୍ୟା ଓ ଦ୍ୱନ୍ଦ୍ୱ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ଏହା ହଠାତ୍ ଆରମ୍ଭ ହୁଏ ।[୧] ରୋଗ ଜଟିଳ ହେଲେ ଅପସ୍ମାର ବାତ (Seizures), ରେଟିନାଲ ହେମୋରେଜ (bleeding in the back of the eye) ଓ ପୋସ୍ଟିରିଅର ରେଭରସିବ୍ଲ ଏନସେଫାଲୋପାଥି ସିଣ୍ଡ୍ରୋମ (posterior reversible encephalopathy syndrome) ରୋଗ ହୋଇପାରେ । [୧][୩]

ହାଇପରଟେନସିଭ ଏନସେଫାଲୋପାଥି (Hypertensive encephalopathy)
ବିଭାଗଆଶୁ ଚିକିତ୍ସା (Emergency medicine), ହୃଦ୍‌ରୋଗ ବିଜ୍ଞାନ (cardiology)
ଲକ୍ଷଣମୁଣ୍ଡ ବିନ୍ଧା, ବାନ୍ତି, ଶରୀର ନିୟନ୍ତ୍ରଣ ସମସ୍ୟା ଓ ଦ୍ୱନ୍ଦ୍ୱ [୧]
ଆକ୍ରାନ୍ତ ସମୟହଠାତ୍[୧]
କାରଣବୃକ୍‌କ ଫେଲ (Kidney failure), ରକ୍ତଚାପ ଔଷଧ (blood pressure medication) ସେବନ ହଠାତ୍ ବନ୍ଦ କଲେ, ଫେଓକ୍ରୋମୋସାଇଟୋମା (pheochromocytoma), ଟାଇରାମିନ ଥିବା ଖାଦ୍ୟ ସାଥୀରେ ମୋନୋଆମିନୋ ଅକ୍ସିଡେଜ ଇନହିବିଟର (monoamine oxidase inhibitor) ସେବନ କଲେ ଓ ଏକ୍ଲାମ୍ପସିଆ [୨]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତଚାପ > ୨୦୦/୧୩୦ ମିମି ପାରଦ ଓ ଏନସେଫାଲୋପାଥି (general brain dysfunction)[୧]
ସଠିକ ରୋଗ ନିର୍ଣ୍ଣୟୟୁରେମିକ ଏନସେଫାଲୋପାଥି (Uremic encephalopathy), ସ୍ଟ୍ରୋକ (ସ୍ଥାନୀୟ ରକ୍ତ‌ହୀନତା ବା ରକ୍ତସ୍ରାବ), ହାଇଡ୍ରୋସେଫାଲସ, କୋକେନ ବିଷକ୍ରିୟା (cocaine toxicity)[୧][୨]
ଔଷଧଲାବେଟାଲୋଲ (Labetalol), ସୋଡ଼ିଅମ ନାଇଟ୍ରୋପ୍ରୁସାଇଡ (sodium nitroprusside)[୨]
ପୁନଃପୌନିକଅସାଧାରଣ[୨]

ହାଇପରଟେନସିଭ ଏନସେଫାଲୋପାଥି ରୋଗରେ ସାଧାରଣତଃ ରକ୍ତଚାପ ୨୦୦/୧୩୦ ମି:ମି:ରୁ ଅଧିକ ଥାଏ । [୧] ବେଳେ ବେଳେ ଏହା ୧୬୦/୧୦୦ ମି:ମି: ରକ୍ତଚାପରେ ମଧ୍ୟ ହୋଇପାରେ ।[୪] ଅନ୍ୟାନ୍ୟ କେତେକ କାରଣ ଯୋଗୁ ମଧ୍ୟ ଏହା ହୋଇପାରେ ଯେପରିକି ବୃକ୍‌କ ଫେଲ (Kidney failure), ରକ୍ତଚାପ ଔଷଧ (blood pressure medication) ସେବନ ହଠାତ୍ ବନ୍ଦ କଲେ, ଫେଓକ୍ରୋମୋସାଇଟୋମା (pheochromocytoma), ଟାଇରାମିନ ଥିବା ଖାଦ୍ୟ ସାଥୀରେ ମୋନୋଆମିନୋ ଅକ୍ସିଡେଜ ଇନହିବିଟର (monoamine oxidase inhibitor) ସେବନ କଲେ ହୋଇପାରେ ।[୨] ଗର୍ଭାବସ୍ଥାରେ ଏହି ରୋଗ ହେଲେ ତାହାକୁ ଏକ୍ଲାମ୍ପସିଆ କୁହାଯାଏ ।[୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ନଥିବା ନିଶ୍ଚିତ କଲାପାରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ବୃଦ୍ଧିପ୍ରାପ୍ତ ରକ୍ତଚାପ ଆପାତ‌ତଃ ଶୀଘ୍ର କମେଇବା ନିମନ୍ତେ ଚିକିତ୍ସା କରାଯାଏ ।[୨][୩] ଏଥି ନିମନ୍ତେ ଲାବେଟାଲୋଲ (Labetalol) ବା ସୋଡ଼ିଅମ ନାଇଟ୍ରୋପ୍ରୁସାଇଡ (sodium nitroprusside) ଔଷଧ ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ ଦିଆଯାଏ ।[୨] ଗର୍ଭିଣୀ ମହିଳାଙ୍କୁ ମାଗନେସିଅମ ସଲଫେଟ (magnesium sulfate) ଦିଆଯାଇପାରେ ।[୨] ଆବଶ୍ୟକ ସ୍ଥଳେ ଆଣ୍ଟିସିଜର ଔଷଧ (anti seizure medications) ଦିଆଯାଏ ।[୨]

ହାଇପରଟେନସିଭ ଏନସେଫାଲୋପାଥି ଏକ ସାଧାରଣ ରୋଗ ନୁହେଁ ।[୨] ଚିକିତ୍ସା ସୁବିଧା ନଥିବା ସ୍ଥାନମାନଙ୍କରେ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ସନ ୧୯୨୮ରେ ଓପନହେମର ଓ ଫିସବର୍ଗ ଏହି ନାମକରଣ କରିଥିଲେ ।[୫][୬] ଏହି ରୋଗକୁ ଏକ ଆଶୁ ଉଚ୍ଚ ରକ୍ତଚାପ ରୋଗ (hypertensive emergency) ଭାବରେ ବର୍ଗୀକରଣ କରାଯାଏ । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Goldman, Lee; Schafer, Andrew I. (2011). Goldman's Cecil Medicine E-Book (in ଇଂରାଜୀ). Elsevier Health Sciences. p. 2326. ISBN 1437736084. Archived from the original on 2017-10-22.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Lynn, D. Joanne; Newton, Herbert B.; Rae-Grant, Alexander (2004). The 5-minute Neurology Consult (in ଇଂରାଜୀ). Lippincott Williams & Wilkins. p. 174. ISBN 9780683307238. Archived from the original on 2017-10-22.
  3. ୩.୦ ୩.୧ ୩.୨ Price, RS; Kasner, SE (2014). "Hypertension and hypertensive encephalopathy". Handbook of clinical neurology. 119: 161–7. doi:10.1016/B978-0-7020-4086-3.00012-6. PMID 24365295.
  4. ୪.୦ ୪.୧ Cameron, Peter; Jelinek, George; Kelly, Anne-Maree; Brown, Anthony F. T.; Little, Mark (2014). Textbook of Adult Emergency Medicine E-Book (in ଇଂରାଜୀ). Elsevier Health Sciences. p. 274. ISBN 9780702054389. Archived from the original on 2017-10-22.
  5. Johnson, Richard J.; Feehally, John; Floege, Jurgen (2014). Comprehensive Clinical Nephrology E-Book (in ଇଂରାଜୀ). Elsevier Health Sciences. p. 439. ISBN 9780323242875. Archived from the original on 2017-10-22.
  6. OPPENHEIMER, B. S. (1 February 1928). "HYPERTENSIVE ENCEPHALOPATHY". Archives of Internal Medicine. 41 (2): 264. doi:10.1001/archinte.1928.00130140126010.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ