ହାଓଡ଼ା ପୋଲ

ହାଓଡ଼ା ଓ କୋଲକାତାକୁ ସଂଯୁକ୍ତ କରୁଥିବା ପୋଲ ।
(Howrah Bridgeରୁ ଲେଉଟି ଆସିଛି)

ଛାଞ୍ଚ:Infobox bridge

ହାଓଡ଼ା ପୋଲ ବା ହାଓଡ଼ା ବ୍ରିଜ (Howrah Bridge ) ଭାରତର ପଶ୍ଚିମ ବଙ୍ଗରେ (West Bengal) ଥିବା ହୁଗଳି ନ‌ଦୀ ଉପରେ ଥିବା ଏକ ଝୁଲା (suspended span) ପୋଲ ଯାହା ସନ ୧୯୪୩ରେ ତିଆରି ହୋଇଥିଲା ।[][] ପ୍ରଥମେ ଏହି ପୋଲକୁ ନୂଆ ହାଓଡ଼ା ପୋଲ (ନିଉ ହାଓଡ଼ା ବ୍ରିଜ) କୁହାଯାଉଥିଲା କାରଣ ଏହା ଏକ ପୂର୍ବତନ ପୋଣ୍ଟୁନ ପୋଲ (pontoon bridge) ସ୍ଥାନରେ ତିଆରି ହୋଇଥିଲା ଏବଂ ହାଓଡ଼ା ଓ କଲିକତା ବା ଆଜିକାର କୋଲକାତାକୁ ସଂଯୁକ୍ତ କରୁଥିଲା । ଚଉଦ ଜୁନ ୧୯୬୫ରେ ବଙ୍ଗାଳୀ କବି ନୋବେଲ ପୁରସ୍କାରପ୍ରାପ୍ତ ରବୀନ୍ଦ୍ରନାଥ ଠାକୁରଙ୍କ (Nobel laureate) ନାମାନୁସାରେ ରବିନ୍ଦ୍ର ସେତୁ ନାମକରଣ ହୋଇଥିଲା । [] ଅଦ୍ୟାପି ଲୋକମାନେ ଏହାକୁ ହାଓଡ଼ା ବ୍ରିଜ ବା ହାଓଡ଼ା ପୋଲ କ‌ହୁଛନ୍ତି ।

ହୁଗଳି ନ‌ଦୀ Hooghly River ଉପରେ ତିଆରି ହୋଇଥିବା ଚାରି ପୋଲ ମଧ୍ୟରୁ ଏହା ଗୋଟିଏ ଓ ଏହା ପଶ୍ଚିମ ବଙ୍ଗ ତ‌ଥା କୋଲକାତାର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି । ଅନ୍ୟ ତିନୋଟି ପୋଲମାନଙ୍କର ନାମ ଯଥାକ୍ରମେ ବିଦ୍ୟାସାଗର ସେତୁ, ବିବେକାନନ୍ଦ ସେତୁ ଓ ନିବେଦିତା ସେତୁ । ଏହି ପୋଲ ବଙ୍ଗୋପ ସାଗରର ଝଡ଼ ସମ୍ଭାଳି ରହିଛି ଓ ଦୈନିକ ପ୍ରାୟ ଏକ ଲକ୍ଷ ଗାଡ଼ି, [] ଓ ପ୍ରାୟ ୧,୫୦,୦୦୦ ପଥଚାରୀ [] ଏହା ଉପରେ ଯିବା ଆସିବା କରି ଏହାକୁ ପୃଥିବୀର ସର୍ବାଧିକ ବ୍ୟସ୍ତବ‌ହୁଳ କାଣ୍ଟିଲିଭର ପୋଲର ମାନ୍ୟତା ପାଇଛନ୍ତି । [] ତିଆରି ହେବାବେଳେ ଏହା ପୃଥବୀର ତୃତୀୟ ଦୀର୍ଘତମ ପୋଲ ଥିଲା, [] ଓ ଅଧୁନା ଏହା ଏହିଭଳି ପୋଲ ମଧ୍ୟରେ ଷଷ୍ଠ ଦୀର୍ଘତମ ପୋଲ ଅଟେ । []

ଇତିହାସ

ସମ୍ପାଦନା

ଟର୍ଣ୍ଣବୁଲଙ୍କ ପ୍ରସ୍ତାବ

ସମ୍ପାଦନା

ସନ ୧୮୬୨ରେ ଇଷ୍ଟ ଇଣ୍ଡିଆନ ରେଲ୍‌ୱେ କମ୍ପାନୀର (East Indian Railway Company) ମୁଖ୍ୟ ଯନ୍ତ୍ରୀ ଜର୍ଜ ଟର୍ଣ୍ଣବୁଲଙ୍କୁ (George Turnbull) ହୁଗଳି ନ‌ଦୀ ଉପରେ ଏକ ପୋଲ ତିଆରି କରିବା ସମ୍ଭାବନା ଅନୁଶୀଳନ କରିବାକୁ ଆଦେଶ ଦିଆଗଲା । ସେ ସଦ୍ୟ କମ୍ପାନୀର ରେଲ ଟର୍ମିନସ (rail terminus in Howrah) ତିଆରି ସାରିଥିଲେ । ସେ ମାର୍ଚ୍ଚ ୧୯ ତାରିଖରେ ଅନେକ ଡ୍ରଇଂ ଓ ହିସାବ ସ‌ହ ଦେଖେଇଲେ । []

  1. ପୋଲର ମୂଳଦୁଆ ନିମନ୍ତ ବ‌ହୁତ ଗଭୀର ପର୍ଯ୍ୟନ୍ତ କାଦୁଆ ମାଟି ଖୋଳିବାକୁ ହେବ
  2. ଜାହାଜ ଚଳାଚଳ ଅସୁବିଧା ହେବ ।
  3. କଲିକତାର ଉପର ଭାଗର ପୁଲଟା ଘାଟ‌ଠାରେ ଜଳସ୍ତର ତଳକୁ ଶକ୍ତ ମାଟି ଅଛି ।
  4. ସେଠାରେ ୨୦୦ଫୁଟ/ ୬୧ ମି ପୋଲ କରିବା ଉପ‌ଯୁକ୍ତ ହେବ ।

ତା'ପରେ ପୋଲ ତିଆରି ହୋଇଗଲା ।

ଭାସମାନ ପୋଲ

ସମ୍ପାଦନା
 
The old pontoon bridge that was later replaced by the Howrah Bridge

ହୁଗଳି ନ‌ଦୀ ଉପରେ ଅତ୍ୟଧିକ ଟ୍ରାଫିକ‌କୁ ଦୃଷ୍ଟିରେ ରଖି ଏହା ଉପରେ ଏକ ପୋଲ ତିଆରି କରିବା ନିମନ୍ତେ ୧୮୫୫-୫୬ରେ ଏକ କମିଟି ନିଯୁକ୍ତ କରାଗଲା । [] ଏହି ଯୋଜନା ୧୮୫୯-୬୦ରେ ପରିତ୍ୟାଗ କରି ୧୮୬୮ରେ ପୁନର୍ବାର ତିଆରି କରିବାକୁ ଯୋଜନା କରାଗଲା ଓ ଏହାକୁ ପରିଚାଳନା କରିବାକୁ ଏକ ନୂଆ ଟ୍ରଷ୍ଟ ଗଠନ କରିବାକୁ ନିର୍ଣ୍ଣୟ କରାଗଲା । ଏହି କାର୍ଯ୍ୟକ୍ରମ ଅନୁସାରେ ସନ ୧୮୭୦ରେ କାଲକାଟା ପୋର୍ଟ ଟ୍ରଷ୍ଟ ନାମକ ଏକ ଟ୍ରଷ୍ଟ ଗଠନ କରାଗଲା । [] ସେଥିପାଇଁ ତଦାନନ୍ତୀନ ବେଙ୍ଗଲ ଲେଜିସଲେଟିଭ ଡିପାର୍ଟମେଣ୍ଟ ସନ ୧୮୭୧ରେ ହାଓଡ଼ା ବ୍ରିଜ ଆକ୍ଟ ପାସ କରେଇଲେ ।[][] ସରକାରୀ ମୂଳଧନ ନେଇ ପୋର୍ଟ କମିସନରଦ୍ୱାରା ପୋଲ ତିଆରି କରିବାକୁ ଲେଫଟେନାଣ୍ଟ-ଗଭର୍ନରଙ୍କୁ ଅଧିକାର ଦିଆଗଲା ।

 
The Howrah Bridge Act of 1871

ସମୟକ୍ରମେ ଭାସମାନ ପୋଲ ତିଆରି ପାଇଁ ସାର ବ୍ରାଡଫୋର୍ଡ଼ ଲେସଲିଙ୍କ (Sir Bradford Leslie) ସ‌ହିତ ଏକ ଚୁକ୍ତି ସ୍ୱାକ୍ଷରିତ କରାଗଲା । ଏହାର ବିଭିନ୍ନ ଅଂଶଗୁଡ଼ିକ ବିଲାତରେ ତିଆରି କରି ଜାହାଜ ଯୋଗେ କଲିକତାକୁ ଆଣି ଯୋଡ଼ାଗଲା । ଯୋଡ଼ିବା ସମୟରେ ସମସ୍ୟା ହେବା ସମ୍ଭାବନା ଥିଲା । ମାର୍ଚ୍ଚ ୨୦ ତାରିଖ, ୧୮୭୪ରେ ଭୟଙ୍କର ତୋଫାନ ଯୋଗୁ ପୋଲ ଅନେକ କ୍ଷତିଗ୍ରସ୍ତ ହୋଇଥିଲା ।[୧୦] ତୋଫାନ ଯୋଗୁ ଏଗେରିଆ ନାମକ ଏକ ସ୍ଟିମର ତାର ବନ୍ଧନ ସ୍ଥଳରୁ ଛିଣ୍ଡିଯାଇ ପୋଲ ସ‌ହିତ ଧକ୍କା ଖାଇଲା ଓ ତିନୋଟି ଅଂଶ ବୁଡ଼ିଗଲା, ପୋଲର ପ୍ରାୟ ୨୦୦ ଫୁଟ ଅଂଶ ନଷ୍ଟ ହୋଇଗଲା ।[୧୦] ସନ ୧୮୭୪ରେ ପୋଲ ତିଆରି ସମ୍ପୁର୍ଣ୍ଣ ହୋଇଥିଲା, [] ଏଥି ନିମନ୍ତେ ସେତେବେଳର ୨.୨ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା ।[] ଟ୍ରାଫିକ ଯିବା ଆସିବା ନିମନ୍ତେ ଏହା ସେହି ବର୍ଷ ଅକ୍ଟୋବର ୧୭ ତାରିଖରେ ଖୋଲାଗଲା । [୧୦]

  1. ୧.୦ ୧.୧ ୧.୨ ୧.୩ "History of the Howrah Bridge". Archived from the original on 13 April 2013. Retrieved 2011-11-21.
  2. ୨.୦ ୨.୧ "Howrah Bridge – The Bridge without Nuts & Bolts!". Archived from the original on 2019-01-07. Retrieved 2011-11-21.
  3. "Flow of Traffic on an average week day (8AM to 8 PM)". Archived from the original on 18 August 2011. Retrieved 2011-11-21.
  4. "Bird droppings gnaw at Howrah bridge frame". The Times Of India. 29 May 2003. Archived from the original on 2013-06-16. Retrieved 2011-11-21.
  5. "Hosanna to Howrah Bridge!". Archived from the original on 17 November 2011. Retrieved 2011-11-21.
  6. Victor D. Johnson (2007). Essentials Of Bridge Engineering. Oxford & Ibh Publishing Co. Pvt Ltd. p. 259.
  7. Durkee, Jackson (24 May 1999), National Steel Bridge Alliance: World's Longest Bridge Spans (PDF), American Institute of Steel Construction, Inc, archived from the original (PDF) on 1 June 2002, retrieved 2009-01-02
  8. Diaries of George Turnbull held in Cambridge University, England.
  9. ୯.୦ ୯.୧ ୯.୨ "Howrah District (1909)". Retrieved 2011-11-21.
  10. ୧୦.୦ ୧୦.୧ ୧୦.୨ "River Ganges". Retrieved 2011-11-21.