ଏଚଇଏଲଏଲପି ସିଣ୍ଡ୍ରୋମ
ଏଚଇଏଲଏଲପି ସିଣ୍ଡ୍ରୋମ (ଇଂରାଜୀ ଭାଷାରେ HELLP syndrome) ଗର୍ଭାବସ୍ଥାର ଏକ ଜଟିଳ complication of pregnancy ସମସ୍ୟା ଯେଉଁଥିରେ ହେମୋଲାଇସିସ (hemolysis), ଅଧିକ ଯକୃତ ଏଞ୍ଜାଇମ (elevated liver enzymes) ଓ ଥ୍ରୋମ୍ବୋସାଇଟିପେନିଆ (low platelet count) ହୁଏ ଓ ଏହି ନାମରୁ ଏଚଇଏଲଏଲପି ନିଆଯାଇଛି । [୧] ଗର୍ଭାବସ୍ଥାର ଶେଷ ତ୍ରୈମାସିକରେ ବା ପ୍ରସବର (childbirth) ଅଳ୍ପ ସମୟ ଅବଧି ପରେ ଏହି ରୋଗ ହୁଏ ।[୧] ଥକ୍କାଣ, ମୁଣ୍ଡ ବିନ୍ଧା, ଅଇ, ଉଦରର ଉପର ଡାହାଣ ପାଖରେ ଯନ୍ତ୍ରଣା (abdominal pain), ଝାପ୍ସା ଦୃଷ୍ଟି, ନାକରୁ ରକ୍ତସ୍ରାବ (en:nosebleed) ଓ ବାତ (seizures) ଆଦି ଲକ୍ଷଣ ପ୍ରକାଶ ପାଇପାରେ ।[୧] ଅଧିକ ଜଟିଳ ହେଲେ ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (disseminated intravascular coagulation or DIC), ପ୍ଲାସେଣ୍ଟାଲ ଆବରପସନ (placental abruption) ଓ ବୃକ୍କ ଫେଲ (kidney failure) ଭଳି ଅବସ୍ଥା ହୋଇପାରେ । [୧]
ଏଚଇଏଲଏଲପି ସିଣ୍ଡ୍ରୋମ (HELLP syndrome) | |
---|---|
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Obstetrics) |
ଲକ୍ଷଣ | ଥକ୍କାଣ, ମୁଣ୍ଡ ବିନ୍ଧା, ଅଇ, ଉଦରର ଉପର ଡାହାଣ ପାଖରେ ଯନ୍ତ୍ରଣା (abdominal pain), ଝାପ୍ସା ଦୃଷ୍ଟି, ନାକରୁ ରକ୍ତସ୍ରାବ (en:nosebleed) ଓ ବାତ (seizures) [୧] |
ଆକ୍ରାନ୍ତ ସମୟ | ଗର୍ଭାବସ୍ଥାର ଶେଷ ତ୍ରୈମାସିକରେ ବା ପ୍ରସବର (childbirth) ଅଳ୍ପ ସମୟ ଅବଧି ପରେ [୧] |
କାରଣ | ଅଜ୍ଞାତ[୧] |
ବିପଦ କାରକ | ପ୍ରିଏକ୍ଲାମ୍ପସିଆ, ଏକ୍ଲାମ୍ପସିଆ, ପୂର୍ବରୁ ଥିବା ଏଚଇଏଲଏଲପି, ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ମାତା, ଗୋରା ଲୋକ (white)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା[୨] |
ସଠିକ ରୋଗ ନିର୍ଣ୍ଣୟ | ଭୁତାଣୁ ହେପାଟାଇଟିସ (Viral hepatitis), ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା, କୋଲାଞ୍ଜାଇଟିସ (cholangitis), ହେମୋଲାଇଟିକ ଯୁରେମିକ ସିଣ୍ଡ୍ରୋମ (hemolytic uremic syndrome)[୨] |
ଚିକିତ୍ସା | ଯେତେ ଶୀଘ୍ର ସମ୍ଭବ ପ୍ରସବ କରେଇବା, ରକ୍ତଚାପ ଚିକିତ୍ସା [୧][୨] |
ପୁନଃପୌନିକ | ଗର୍ଭିଣୀ ମହିଳାଙ୍କ ମଧ୍ୟରୁ ~0.୭% [୨] |
ଏହାର କାରଣ ଅଜ୍ଞାତ ଅଛି ।[୧] ପ୍ରିଏକ୍ଲାମ୍ପସିଆ (preeclampsia) ବା ଏକ୍ଲାମ୍ପସିଆ (eclampsia) ଥିଲେ ଏହି ରୋଗ ସହାଭାଗୀ ହୁଏ ।[୧] ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ମାତା, ଗୋରା ଲୋକ (white) ଅଧିକ ରୋଗ ସଙ୍କଟରେ ରହନ୍ତି ।[୧] ରକ୍ତ ପରୀକ୍ଷାରେ ଲୋହିତ ରକ୍ତ କଣିକା ଭାଙ୍ଗି ଲାକ୍ଟେଟ ଡିହାଇଡ୍ରୋଜେନେଜ ପରିମାଣ >୬୦୦ୟୁ/ଲି, ଆସ୍ପାର୍ଟେଟ ଟ୍ରାନ୍ସଆମିନେଜ >୭୦ ୟୁ/ଲି ଓ ପ୍ଲାଟେଲେଟ ୧୦୦x୧୦୯/ଲିରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏ ସମସ୍ତ ମାପଦଣ୍ଡ ପୂରଣ ନକରୁଥିଲେ ଏହି ରୋଗ ନିର୍ଣ୍ଣୟ ଅସମ୍ପୁର୍ଣ୍ଣ ରହେ ।[୨]
ଯେତେ ଶୀଘ୍ର ସମ୍ଭବ ପ୍ରସବ କରେଇ ଏହାର ଚିକିତ୍ସା କରାଯାଏ ।[୧] ଗର୍ଭ (gestation) ୩୪ ସପ୍ତାହରୁ ଅଧିକ ଥିଲେ ଏହା ଅଧିକ ଆବଶ୍ୟକ ହୁଏ ।[୨] ଅଧିକ ରକ୍ତଚାପ ଥିଲେ ତାହାର ଚିକିତ୍ସା କରାଯାଏ ଓ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions) ଆବଶ୍ୟକ ହୋଇପାରେ ।[୧] ଗର୍ଭ ପ୍ରଥମ ଅବସ୍ଥାରେ ଥିଲେ କର୍ଟିକୋସ୍ଟିରଏଡ (Corticosteroids) ଦିଆଯାଏ ଓ ଏହା ଫଳରେ ଶିଶୁର ଫୁସଫୁସ ବିକାଶ ତ୍ୱରାନ୍ୱିତ ହେଉଥିବା ବିଶ୍ୱାସ କରାଯାଏ । [୨]
ପ୍ରାୟ ୦.୭% ଗର୍ଭିଣୀଙ୍କର ଏଚଇଏଲଏଲପି ସିଣ୍ଡ୍ରୋମ ଥାଏ ଓ ଏକ୍ଲାମ୍ପସିଆ ତଥା ପ୍ରିଏକ୍ଲାମ୍ପସିଆ ଥିବା ମହିଳାଙ୍କ ମଧ୍ୟରୁ ପ୍ରାୟ ୧୫% ଏହି ରୋଗ ଭୋଗନ୍ତି ।[୩][୨] ମାତାର ମୃତ୍ୟୁ ଏକ ବିରଳ ଘଟଣା । [୧] ପ୍ରସବ ସମୟରେ ପ୍ରିମାଚ୍ୟୁର (premature) ପରିମାଣ ଅନୁସାରେ ଶିଶୁର ଫଳାଫଳ ନିର୍ଦ୍ଧାରଣ ହୋଇଥାଏ ।[୧] ସନ ୧୯୮୨ରେ ଏହାର ଏଚଇଏଲଏଲପି ସିଣ୍ଡ୍ରୋମ ନାମକରଣ ହୋଇଥିଲା । [୨]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "HELLP syndrome". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2018. Retrieved 5 October 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Haram K, Svendsen E, and Abildgaard U (February 2009). "The HELLP syndrome: clinical issues and management. A Review". BMC Pregnancy Childbirth. 9: 8. doi:10.1186/1471-2393-9-8. PMC 2654858. PMID 19245695.
{{cite journal}}
: CS1 maint: unflagged free DOI (link) - ↑ "Preeclampsia and Eclampsia". Merck Manuals Consumer Version. March 2018. Retrieved 5 October 2018.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |