ଚକ୍ଷୁଗୋଲକ ଫାଟ

(Globe ruptureରୁ ଲେଉଟି ଆସିଛି)

ଚକ୍ଷୁଗୋଲକ ଫାଟ ବା ଗ୍ଲୋବ ଫାଟ (ଇଂରାଜୀ ଭାଷାରେ Globe rupture) ଆଖିର କୁହାଯାଏ ଯେତେବେଳେ ଆଖିର ବାହ୍ୟ ଅଂଶ ଆଘାତ ପ୍ରାପ୍ତ ହୋଇଥାଏ । [୨] ଏହାର ଲକ୍ଷଣ ମଧ୍ୟରେ ଆଖି ଯନ୍ତ୍ରଣା ଏବଂ ଦୃଷ୍ଟିହାନୀ ହୋଇପାରେ ।[୧] ସଂପୃକ୍ତ ଆଘାତ ମଧ୍ୟରେ ଭିଟ୍ରିଅସ ରକ୍ତସ୍ରାବ, ହାଇଫେମା, କିମ୍ବା ରେଟିନାଲ୍ ବିଚ୍ଛିନ୍ନତା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏଣ୍ଡୋଫଥାଲମାଇଟିସ, ସ୍ଥାୟୀ ଅନ୍ଧତ୍ୱ, କିମ୍ବା ସିମ୍ପାଥେଟିକ ଅଫଥାଲମାଇଟିସ ହୋଇପାରେ ।[୧]

ଚକ୍ଷୁଗୋଲକ ଫାଟ
Open globe, globe laceration, globe perforation[୧]
Globe rupture with visible aqueous leaking from the eye
ବିଭାଗOphthalmology
ଲକ୍ଷଣEye pain, vision loss[୧]
କାରଣInjury (sharp or blunt)[୧]
ରୋଗ ନିର୍ଣ୍ଣୟ ପଦ୍ଧତିEye examination, CT scan[୧]
ସଠିକ ରୋଗ ନିର୍ଣ୍ଣୟSubconjunctival hemorrhage, orbital fracture, corneal abrasion, corneal ulcer, traumatic iritis[୧]
ଚିକିତ୍ସାEye shield, pain management, antibiotics, surgery[୧]
ପୁନଃପୌନିକ3 per 100,000 (USA)[୧]

ସାଧାରଣତଃ ଆଖି ଉପରେ ତୀକ୍ଷ୍ଣ କିମ୍ବା ଅଦାଢ଼ୁଆ ଆଘାତ ହେତୁ ଏହା ହୋଇଥାଏ ।[୧] ଧାତୁ ଖଣ୍ଡ, କଇଞ୍ଚି, ଆକ୍ରମଣ, ପଡ଼ିଯିବା କିମ୍ବା ମୋଟର ଯାନ ଧକ୍କା ହେତୁ ଏହା ହୋଇପାରେ ।[୧] ଅନ୍ୟାନ୍ୟ କାରଣ ମଧ୍ୟରେ ରାସାୟନିକ ଦଗ୍ଧ ହୋଇପାରେ ।[୩] ଚକ୍ଷୁ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଏବଂ ସିଟି ସ୍କାନ୍ ସାହାଯ୍ୟରେ ଏହା ସମର୍ଥନ କରାଯାଇପାରେ ।[୧]

ଚକ୍ଷୁ ଢ଼ାଲ ବ୍ୟବ‌ହାର (eye shield), ଯନ୍ତ୍ରଣା ଚିକିତ୍ସା ଏବଂ ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ ।[୧] ଏହା ପରେ ଆବଶ୍ୟକ ହେଲେ ଅସ୍ତ୍ରୋପଚାର କରାଯାଏ ।[୧] ଭଲ ପ୍ରାରମ୍ଭିକ ଦୃଷ୍ଟି ଶକ୍ତି ଫେରିଲେ ଏବଂ କ୍ଷତ ଆକାର ଛୋଟ ଥିଲେ ଏହାର ଫଳାଫଳ ଭଲ ହେବା ଆଶା କରାଯାଏ ।[୪]

ଯୁକ୍ତରାଷ୍ଟ୍ରରେ ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ ପ୍ରଭାବିତ ହୁଅନ୍ତି ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ପୁରୁଷମାନଙ୍କ କ୍ଷେତ୍ରରେ ଏହା ୪୦ ବର୍ଷରୁ କମ୍ ବୟସରେ ହୋଇଥାଏ ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Blair, K; Alhadi, SA; Czyz, CN (January 2022). "Globe Rupture". PMID 31869101. {{cite journal}}: Cite journal requires |journal= (help)
  2. "Ruptured Globe - EyeWiki". eyewiki.aao.org (in ଇଂରାଜୀ). Archived from the original on 25 June 2021. Retrieved 30 July 2022.
  3. Ahmed, Mohamed. "Globe rupture | Radiology Reference Article | Radiopaedia.org". Radiopaedia. Archived from the original on 18 April 2022. Retrieved 30 July 2022.
  4. Gelston, Christopher D. (15 October 2013). "Common Eye Emergencies". American Family Physician. 88 (8): 515–519. PMID 24364572. Archived from the original on 6 August 2022. Retrieved 30 July 2022.