ଜେନିଟାଲ ୱାର୍ଟସ

ଏକ ଯୌନ ସଞ୍ଚାରିତ ରୋଗ
(Genital wartsରୁ ଲେଉଟି ଆସିଛି)

ଜେନିଟାଲ ୱାର୍ଟସ (ଇଂରାଜୀ ଭାଷାରେ Genital warts) କେତେକ ଯୌନ ସଞ୍ଚାରିତ ରୋଗମାନଙ୍କର ନାମ (sexually transmitted infection) ଯାହା ମାନବ ପାପିଲୋମା ଭୁତାଣୁ (human papillomavirus) ବା HPV ଯୋଗୁ ବିସ୍ତାରଲାଭ କରେ ।[୪] ସାଧାରଣତଃ ଏହି ଦାଗ ପିଙ୍କ ରଙ୍ଗର ହୋଇଥାଏ ଚର୍ମ ସ୍ତରରୁ ଉପରକୁ ଉଠିଥାଏ ।[୧] ବିଶେଷ କିଛି ଲକ୍ଷଣ ନଥିଲେ ମଧ୍ୟ ବେଳେ ବେଳେ ଯନ୍ତ୍ରଣା ହୁଏ ।[୩] ସଂକ୍ରମଣର ୧-୮ ମାସ ପରେ ଏହି ରୋଗ ଦେଖାଯାଏ ।[୨] ଜେନିଟାଲ ଏଚପିଭ ସଂକ୍ରମଣର (genital HPV infection) ଲକ୍ଷଣମାନଙ୍କ ମଧ୍ୟରୁ ସ‌ହଜରେ ୱାର୍ଟ (Wart) ଚିହ୍ନାପଡ଼ିଯାଏ । [୨]

ଜେନିଟାଲ ୱାର୍ଟସ (Genital warts)
କଣ୍ଡାଇଲୋମାଟା ଆକୁମିନାଟା (Condylomata acuminata), ଭେନେରିଆଲ ୱାର୍ଟସ, (venereal warts), ଆନାଲ ୱାର୍ଟସ (anal warts), ଅନୋଜେନିଟାଲ ୱାର୍ଟସ (anogenital warts)
ଜଣେ ମହିଳାଙ୍କର ମଳଦ୍ୱାର ଚାରିପାଖରେ ଜେନିଟାଲ ୱାର୍ଟସ ହୋଇଥିବା ଚିତ୍ର
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣପିଙ୍କ ରଙ୍ଗର ଚର୍ମ ଦାଗ ଯାହା ସାମାନ୍ୟ ଉପରକୁ ଉଠିଥାଏ [୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୧-୮ ମାସ ପରେ ଏ ରୋଗ ହୁଏ । [୨]
କାରଣଏଚପିଭି ଟାଇପ ୬ ଓ ୧୧ [୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ଓ ତନ୍ତୁ ବାୟୋପ୍ସି (biopsy) କରି ନିର୍ଣ୍ଣୟ କରାଯାଏ । [୩]
ସଠିକ ରୋଗ ନିର୍ଣ୍ଣୟମୋଲୁସ୍କମ କୋଣ୍ଟାଜିଓସମ, ଚର୍ମ ଟ୍ୟାଗ (skin tags), କଣ୍ଡାଇଲୋମା ଲାଟମ (condyloma latum), ସ୍କ୍ୱାମସ ସେଲ କର୍କଟ (squamous cell carcinoma)[୧]
ପ୍ରତିକାରଏହପିଭି ଟିକା (HPV vaccine), କଣ୍ଡୋମ (en:condoms)[୨][୪]
ଔଷଧପୋଡୋଫାଇଲିନ (Podophyllin), ଇମିକୁଇମୋଡ (imiquimod), ଟ୍ରାଇକ୍ଲୋରୋଆସେଟିକ ଏସିଡ (trichloroacetic acid)[୩]
ଚିକିତ୍ସାଔଷଧ, କ୍ରାୟୋଥେରାପି (cryotherapy), ଅପରେଶନ[୩]
ପୁନଃପୌନିକ~୧% (US)[୨]

ଏଚପିଭି ଟାଇପ ୬ ଓ ୧୧ ଯୋଗୁ ସାଧାରଣତଃ ଜେନିଟାଲ ୱାର୍ଟ ହୁଏ ।[୩] ସଂକ୍ରମିତ ଯୌନ ସାଥୀଠାରୁ ମୁଖ ମୈଥୁନ, ଯୌନ ସଙ୍ଗମ ବା ଅନ୍ୟାନ୍ୟ ସଙ୍ଗମ ସମୟରେ ଏହି ରୋଗ ସଞ୍ଚାରିତ ହୁଏ ।[୨] ଲକ୍ଷଣ ଦେଖି ଓ ତନ୍ତୁ ବାୟୋପ୍ସି (biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ୱାର୍ଟ ସୃଷ୍ଟି କରୁଥିବା ଏଚପିଭି ଓ କର୍କଟର କାରଣ ଥିବା ଏଚପିଭି ଦୁହେଁ ପୃଥିକ ଅଟନ୍ତି ।[୫]

ଏହପିଭି ଟିକା (HPV vaccine) ଓ କଣ୍ଡୋମ (en:condoms) ସାହାଯ୍ୟରେ ଏହି ରୋଗ ପ୍ରତିରୋଧ କରିହୁଏ ।[୨][୪] ପୋଡୋଫାଇଲିନ (podophyllin), ଇମିକୁଇମୋଡ (imiquimod), ଓ ଟ୍ରାଇକ୍ଲୋରୋଆସେଟିକ ଏସିଡ (trichloroacetic acid) ଔଷଧମାନଙ୍କ କ୍ରିମ ଦେଇ ଚିକିତ୍ସା କରାଯାଏ ।[୩] ଏହାର ଚିକିତ୍ସାରେ ଔଷଧ, କ୍ରାୟୋଥେରାପି (cryotherapy) ଓ ଅପରେଶନର ସାହାଯ୍ୟ ନିଆଯାଏ ।[୩] ଉପ‌ଯୁକ୍ତ ଚିକିତ୍ସା କଲେ ୬ ମାସ ମଧ୍ୟରେ ଏହା ଭଲ ହୋଇଯାଏ ।[୨] ଚିକିତ୍ସା ନପାଇଲେ ମଧ୍ୟ ଏକ ତୃତୀୟାଂଶ ରୋଗ ସ୍ୱୟଂ ଉପଶମ ହୋଇଯାଏ ।[୨]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧% ଲୋକଙ୍କର ଜେନିଟାଲ ୱାର୍ଟ ହୁଏ ।[୨] ଅନେକ ବ୍ୟକ୍ତିଙ୍କର ରୋଗ ଥିଲେ ମଧ୍ୟ ଲକ୍ଷଣ ନଥାଏ ।[୨] ସମସ୍ତ ଯୌନ ସକ୍ରିୟ ଲୋକଙ୍କର ଜୀବନରେ ଏହି ରୋଗ ହୁଏ ।[୫][୬] ଖ୍ରୀ:ପୂ: ୩୦୦ର ହିପୋକ୍ରେଟସ (Hippocrates) ଅମଳରୁ ଏହି ରୋଗ ଥିବା ଜଣାଯାଏ । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1376. ISBN 9780323529570.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Juckett, G; Hartman-Adams, H (Nov 15, 2010). "Human papillomavirus: clinical manifestations and prevention". American Family Physician. 82 (10): 1209–13. PMID 21121531.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "CDC - Genital Warts - 2010 STD Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 28 January 2011. Retrieved 2 January 2018.
  4. ୪.୦ ୪.୧ ୪.୨ "Genital warts". NHS. 21 August 2017. Retrieved 2 January 2018.
  5. ୫.୦ ୫.୧ US National Cancer Institute. "HPV and Cancer". Retrieved 2 January 2018.
  6. US Centers for Disease Control. "Genital HPV Infection - Fact Sheet". Retrieved 16 November 2017.
  7. Syrjänen, Kari J.; Syrjänen, Stina M. (2000). Papillomavirus infections in human pathology. Chichester [u.a.]: Wiley. p. 1. ISBN 9780471971689.

External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ