ଫ୍ଲାସ୍‌ବ୍ୟାକ

୨୦୧୫ର ଓଡ଼ିଆ କଥାଚିତ୍ର
(Flashbackରୁ ଲେଉଟି ଆସିଛି)

ଫ୍ଲାସବ୍ୟାକ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ରତିକାନ୍ତ ଦଳବେହେରା । ସ୍ୱାମୀ ଶ୍ରୀଧର ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର କାହାଣୀ, ସଂଳାପ ଏବଂ ଗୀତ ରଚନା କରିଥିଲେ ଶୁଭଶ୍ରୀ ତ୍ରିପାଠୀ । ନିଶିକାନ୍ତ ଦଳବେହେରା ଏବଂ ଶୁଭଶ୍ରୀ ତ୍ରିପାଠୀ ଉଭୟ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା ।[୧]

ଫ୍ଲାସବ୍ୟାକ
ନିର୍ଦ୍ଦେଶକଶୁଭଶ୍ରୀ ତ୍ରିପାଠୀ, ନିଶିକାନ୍ତ ଦଳବେହେରା
ପ୍ରଯୋଜକରତିକାନ୍ତ ଦଳବେହେରା
ସଂଳାପଶୁଭଶ୍ରୀ ତ୍ରିପାଠୀ
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀଶୁଭଶ୍ରୀ ତ୍ରିପାଠୀ
କଳାକାରକିରଣ ଜୟପୁରିଆ, ଅନୁପମ ପଣ୍ଡା, ପ୍ରିୟ ରଞ୍ଜନ ମହାନ୍ତି, ଗୀତିମାୟା ନନ୍ଦ, ଜୟଶ୍ରୀ ଧଳ, ଶ୍ରେୟା ସମୀକ୍ଷା
ସଙ୍ଗୀତନିଶିକାନ୍ତ ଦଳବେହେରା
ମୁକ୍ତିଲାଭ ତାରିଖ
୧୧ ଡିସେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କିରଣ ଜୟପୁରିଆ । ଅନୁପମ ପଣ୍ଡା, ପ୍ରିୟ ରଞ୍ଜନ ମହାନ୍ତି, ଗୀତିମାୟା ନନ୍ଦ, ଜୟଶ୍ରୀ ଧଳ, ଶ୍ରେୟା ସମୀକ୍ଷା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ ସମ୍ପାଦନା

  • କିରଣ ଜୟପୁରିଆ
  • ଅନୁପମ ପଣ୍ଡା
  • ପ୍ରିୟ ରଞ୍ଜନ ମହାନ୍ତି
  • ଗୀତିମାୟା ନନ୍ଦ
  • ଜୟଶ୍ରୀ ଧଳ
  • ଶ୍ରେୟା ସମୀକ୍ଷା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଶୁଭଶ୍ରୀ ତ୍ରିପାଠୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ନିଜେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅଭିଜିତ ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ନିଶିକାନ୍ତ ଦଳବେହେରା, ସାଗର ତ୍ରିପାଠୀ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

All tracks written by ‌.

କ୍ରମଗୀତସମୟ
1."ୟେ କି ଶିହରଣ ଭରିଚ" 
2."ଡେଷ୍ଟିନି" 
3."ଫ୍ଲାସବ୍ୟାକ" 
4."ଆଣିଚି ଡେଣା" 
5."ରାତି ଅଛି ବାକି" 

ଆଧାର ସମ୍ପାଦନା

  1. "Flashback". Odia Movie Database. Archived from the original on 20 July 2017. Retrieved 15 August 2017.
  2. ୨.୦ ୨.୧ "FlashBack Odia Film Releasing on 11th December". E News ଓଡ଼ିଆ. 8 December 2015. Retrieved 15 August 2017.

ବାହାର ଆଧାର ସମ୍ପାଦନା