ଏପିଡର୍ମୋଲାଇସିସ ବୁଲୋସା

ମାନବ ରୋଗ
(Epidermolysis bullosaରୁ ଲେଉଟି ଆସିଛି)

ଏପିଡର୍ମୋଲାଇସିସ ବୁଲୋସା (ଇଂରାଜୀ ଭାଷାରେ Epidermolysis bullosa/ EB) ଏକ ଜେନେଟିକ ରୋଗ (genetic conditions) ଦଳ ଯେଉଁଥିରେ ମାନବ ଚର୍ମ (skin) ଓ ଶ୍ଳେଷ୍ମ ଝିଲ୍ଲିରେ (mucous membranes) ଫୋଟକା (blistering) ସୃଷ୍ଟିହୁଏ ।[୧][୨] ସାମାନ୍ୟ ଆଘାତ ବା ଘର୍ଷଣ ଯୋଗୁ ଫୋଟକା ହୋଇଯାଏ ଓ ଯନ୍ତ୍ରଣା ହୁଏ ।[୧] ଏହି ରୋଗ ସାମାନ୍ୟରୁ ଘାତକ ହୋଇପାରେ ।[୧] ରୋଗ ସାମାନ୍ୟ ହୋଇଥିଲେ ଶିଶୁ ଗୁରୁଣ୍ଡିବା ବା ଚାଲିବା ପୂର୍ବରୁ ଲକ୍ଷଣ ଦେଖାଯାଏନାହିଁ ।[୫] ଗ୍ରାସନଳୀ ସ୍ଟ୍ରିକଚର (Esophageal narrowing), ସ୍କ୍ୱାମସ ସେଲ ଚର୍ମ କର୍କଟ ରୋଗ (squamous cell skin cancer) ଓ ଆବଶ୍ୟକ ସ୍ଥଳେ ଆମ୍ପୁଟେସନ (amputations) ।[୬][୩]

ଏପିଡର୍ମୋଲାଇସିସ ବୁଲୋସା (Epidermolysis bullosa)
ଏପିଡର୍ମୋଲାଇସିସ ବୁଲୋସା ରୋଗ‌ଗ୍ରସ୍ତ ଏକ ୫ ବର୍ଷ ବୟସ୍କ ବାଳକ ।
ବିଭାଗଚର୍ମରୋଗ ବିଜ୍ଞାନ (Dermatology)
ଲକ୍ଷଣଯନ୍ତ୍ରଣାଦାୟକ ଚମ ଫୋଟକା (skin blisters)[୧][୨]
ଆକ୍ରାନ୍ତ ସମୟଜନ୍ମରୁ [୩]
ଅବଧିଆଜୀବନ[୩]
କାରଣଜେନେଟିକ ବେମାରୀ (Genetic)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଚର୍ମ ବାୟୋପ୍ସି (Skin biopsy), ଜେନେଟିକ ଟେଷ୍ଟିଙ୍ଗ (genetic testing)[୪]
ସଠିକ ରୋଗ ନିର୍ଣ୍ଣୟବୁଲସ ପେମ୍ଫିଗଏଡ (Bullous pemphigoid), ପେମ୍ଫିଗସ ଭଲଗାରିସ (pemphigus vulgaris), ଘର୍ସଣ ଫୋଟକା, ପୋକ କାମୁଡ଼ା [୩]
ଚିକିତ୍ସାକ୍ଷତ ଯତ୍ନ (Wound care), ଯନ୍ତ୍ରଣା ନିୟନ୍ତ୍ରଣ, ସଂକ୍ରମଣ ଚିକିତ୍ସା, ପୋଷକ ସାହାଯ୍ୟ [୧]
ପୁନଃପୌନିକc. ୫୦୦,୦୦୦[୩]

ଅଠରଟି ବିଭିନ୍ନ ଜିନର ମ୍ୟୁଟେସନ (mutation) ଯୋଗୁ ଏପିଡର୍ମୋଲାଇସିସ ବୁଲୋସା ରୋଗ ହୋଇପାରେ । [୧] ଏମାନଙ୍କ ମଧରୁ କେତେକ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ହୋଇଥିବା ବେଳେ କେତେକ ଅଟୋସୋମାଲ ରିସିସିଭ (autosomal recessive) ହୋଇଥାଏ ।[୧] ଚର୍ମର ସ୍ତରମାନଙ୍କ ପରଷ୍ପର ଓ ନିଜ ମଧ୍ୟରେ ସଂଯୋଗ ତୃଟି ପୂର୍ଣ୍ଣ ହେବାରୁ ଏହି ରୋଗ ହୁଏ ।[୩] ଏହି ରୋଗ ଚାରି ପ୍ରକାର ହୋଇପାରେ ଯଥା:- ଏପିଡର୍ମୋଲାଇସିସ ବୁଲୋସା ସିମ୍ପ୍ଲେକ୍ସ (Epidermolysis bullosa simplex), ଡିସଟ୍ରୋଫିକ ଏପିଡର୍ମୋଲାଇସିସ ବୁଲୋସା (dystrophic epidermolysis bullosa), ଜଙ୍କସନାଲ ଏପିଡର୍ମୋଲାଇସିସ ବୁଲୋସା (junctional epidermolysis bullosa), କିଣ୍ଡଲର ସିଣ୍ଡ୍ରୋମ (Kindler syndrome) ।[୧] ଲକ୍ଷଣ ଦେଖି ରୋଗ ସନ୍ଦେହ କଲାପରେ ଚର୍ମ ବାୟୋପ୍ସି (Skin biopsy), ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ନିଶ୍ଚିତ କରାଯାଏ ।[୪][୩]

ଏହି ରୋଗ ଆରୋଗ୍ୟ ହୁଏନି ।[୬] କ୍ଷତ ଯତ୍ନ (Wound care), ଯନ୍ତ୍ରଣା ନିୟନ୍ତ୍ରଣ, ସଂକ୍ରମଣ ଚିକିତ୍ସା (infections), ଉପ‌ଯୁକ୍ତ ପୋଷକ ଦେଇ ଏହାର ଚିକିତ୍ସା କରାଯାଏ ଓ ରୋଗ ଜଟିଳ ନହେବା ପାଇଁ ପ୍ରତିଷେଧ ଓ ରୋଗ ହେଲେ ଚିକିତ୍ସା କରିବା ଆବଶ୍ୟକ ହୁଏ ।[୧] ସାରା ପୃଥିବୀରେ ପ୍ରାୟ ଅଧ ନିୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩] ପୁଅ ଓ ଝିଅଙ୍କ ମଧ୍ୟରେ ସମ ଭାବରେ ଏ ରୋଗ ହୁଏ । [୫] ରୋଗ‌ଗ୍ରସ୍ତ ପିଲାମାନେ ଅନ୍ୟ ପିଲାଙ୍କଦ୍ୱାରା ଗୁଣ୍ଡାମି (bullied) ଓ ଅଯଥା ଟିପ୍ପଣୀର ଶିକାର ହୁଅନ୍ତି । [୩]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Epidermolysis bullosa". rarediseases.info.nih.gov (in ଇଂରାଜୀ). Retrieved 16 May 2018.
  2. ୨.୦ ୨.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Tabor, A; Pergolizzi JV, Jr; Marti, G; Harmon, J; Cohen, B; Lequang, JA (May 2017). "Raising Awareness Among Healthcare Providers about Epidermolysis Bullosa and Advancing Toward a Cure". The Journal of clinical and aesthetic dermatology. 10 (5): 36–48. PMID 28670357.
  4. ୪.୦ ୪.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
  5. ୫.୦ ୫.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
  6. ୬.୦ ୬.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ