ଏନଫୁଭିରଟାଇଡ
ଏନଫୁଭିରଟାଇଡ (ଇଂରାଜୀ ଭାଷାରେ Enfuvirtide), ଫୁଜୁନ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହି ଔଷଧର ପ୍ରତିରୋଧ ଘଟିଲେ ଅନ୍ୟାନ୍ୟ ଔଷଧମାନଙ୍କ ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
Clinical data | |
---|---|
Trade names | Fuzeon |
AHFS/Drugs.com | monograph |
MedlinePlus | a603023 |
data |
|
Pregnancy category | |
Routes of administration | Subcutaneous (SC) |
Legal status | |
Legal status | |
Pharmacokinetic data | |
Bioavailability | 84.3% (SC) |
Protein binding | 92% |
Metabolism | Liver |
Elimination half-life | 3.8 hours |
Excretion | unknown |
Identifiers | |
ECHA InfoCard | 100.169.201 |
Chemical and physical data | |
Formula | C204H301N51O64 |
Molar mass | ୪,୪୯୧.୯୫ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ପ୍ରାନ୍ତୀୟ ସ୍ନାୟୁ କ୍ଷତି ଏବଂ ଓଜନ ହ୍ରାସ ହୁଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓନେକ୍ରୋସିସ, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଇମ୍ୟୁନ ରିଆକ୍ଟିଭେସନ ସିଣ୍ଡ୍ରୋମ ହୋଇପାରେ ।[୨] [୩] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ଏଚ.ଆଇ.ଭି ଫ୍ୟୁଜନ୍ ନିରୋଧକ ।[୧]
୨୦୦୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏନଫୁଭିରଟାଇଡ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୧୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦୦ ଡଲାର ଅଟେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Enfuvirtide Monograph for Professionals". Drugs.com (in ଇଂରାଜୀ). Archived from the original on 31 July 2020. Retrieved 15 December 2021.
- ↑ ୨.୦ ୨.୧ ୨.୨ ୨.୩ "Fuzeon". Archived from the original on 7 October 2021. Retrieved 15 December 2021.
- ↑ "DailyMed - FUZEON- enfuvirtide kit". dailymed.nlm.nih.gov. Archived from the original on 25 March 2021. Retrieved 15 December 2021.
- ↑ "Enfuvirtide (Fuzeon) Use During Pregnancy". Drugs.com (in ଇଂରାଜୀ). Archived from the original on 30 October 2020. Retrieved 15 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 680. ISBN 978-0857114105.
- ↑ "Enfuvirtide Prices, Coupons & Savings Tips - GoodRx". GoodRx. Archived from the original on 31 March 2016. Retrieved 15 December 2021.