ଡୋକ୍ସାଜୋସିନ
ଡୋକ୍ସାଜୋସିନ (ଇଂରାଜୀ ଭାଷାରେ Doxazosin, ଏକ ବିକ୍ରୟ ନାମ କାର୍ଡ଼ୁରା/ Cardura) ଏକ ଔଷଧର ନାମ ଯାହା ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ ଓ ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ନିମନ୍ତେ ଏହା କମ୍ ପସନ୍ଦ କରାଯାଏ ।[୧] ପାଟିରେ ଏହି ଔଷଧ ଦିଆଯା ।[୧]
Clinical data | |
---|---|
Trade names | Cardura, Carduran, others |
AHFS/Drugs.com | monograph |
MedlinePlus | a693045 |
Routes of administration | By mouth (tablets) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 65% |
Protein binding | 98% |
Metabolism | Liver |
Elimination half-life | 22 hours |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.128.642 |
Chemical and physical data | |
Formula | C23H25N5O5 |
Molar mass | 451.475 g/mol |
3D model (JSmol) | |
Chirality | Racemic mixture |
| |
| |
(verify) |
ଡୋକ୍ସାଜୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ଫୁଲା, ନିଦ୍ରାଳୁ, ଅଇ, ଅଣନିଶ୍ୱାସୀ ଓ ଉଦର ଯନ୍ତ୍ରଣା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଠିଆ ହେଲେ ଅଳ୍ପ ରକ୍ତଚାପ (low blood pressure with standing), ଅନିୟମିତ ହୃଦ୍ଗତି (irregular heart beat) ଓ ପ୍ରାୟାପିଜ୍ମ ହୋଇପାରେ ।[୧][୨] ଏହି ଔଷଧ ଦେବା ପୂର୍ବରୁ ପ୍ରୋସ୍ଟେଟ କର୍କଟ ନଥିବା ନିଶ୍ଚିତ କରାଯାଏ । [୧] ଏହା ଏକ ଆଲଫା-୧ ବ୍ଲକର (α୧-selective adrenergic blocker) ଯାହା କୁଇନାଜୋଲିନ (quinazoline) ଶ୍ରେଣୀର ଯୌଗିକ ପଦାର୍ଥ ଅନ୍ତର୍ଭୁକ୍ତ ।[୧]
ଡୋକ୍ସାଜୋସିନ ସନ ୧୯୭୭ରେ ପେଟେଣ୍ଟ ହେବା ପରେ ସନ ୧୯୮୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୦.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୫୦ ଆମେରିକୀୟ ଡଲାର ।[୪] ସନ ୨୦୧୬ରେ ଏହାର ୪ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୫୭ତମ ସ୍ଥାନରେ ଥଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxazosin Mesylate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 765. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 455. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.