ଡି କ୍ୱେରଭେନ ସିଣ୍ଡ୍ରୋମ
ଡି କ୍ୱେରଭେନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ De Quervain syndrome) ରୋଗ କହିଲେ ବୃଦ୍ଧାଙ୍ଗୁଳି (thumb) ଚଳନକୁ ନିୟନ୍ତ୍ରଣ କରୁଥିବା ଦୁଇଟି ଟେଣ୍ଡନର (tendons) ସିଥ (tendon sheath) ବା ଘୋଡ଼ଣିର ପ୍ରଦାହକୁ (inflammation) ବୁଝାଏ ।[୩] ଏହି ପ୍ରଦାହ ଫଳରେ କଚଟିର (wrist) ବାହାର ପାଖରେ ଯନ୍ତ୍ରଣା ହୁଏ ।[୩] ହାତ ମୁଠା କଲେ ବା କଚଟିକୁ ଘୁରେଇଲେ କଷ୍ଟ ହୁଏ ।[୩] ବୃଦ୍ଧାଙ୍ଗୁଳି ଚଲେଇବାକୁ ଅସୁବିଧା ହୁଏ ।[୪] ରୋଗ ବହୁତ ଧୀରେ ଆରମ୍ଭ ହୁଏ । [୪]
ଡି କ୍ୱେରଭେନ ସିଣ୍ଡ୍ରୋମ (De Quervain Syndrome) | |
---|---|
BlackBerry thumb, texting thumb, gamer's thumb, washerwoman's sprain, radial styloid tenosynovitis, de Quervain disease, de Quervain's tenosynovitis, de Quervain's stenosing, designer's thumb | |
ଉଚ୍ଚାରଣ |
|
ବିଭାଗ | rheumatology[*] |
ଲକ୍ଷଣ | କଚଟିର (wrist) ବାହାର ପାଖରେ କଷ୍ଟ ହୁଏ ।[୩] |
ଆକ୍ରାନ୍ତ ସମୟ | କ୍ରମଶଃ[୪] |
ବିପଦ କାରକ | ପୁନଃପୌନିକ ଚଳନ, ଗର୍ଭାବସ୍ଥା, ଆଘାତ, ରିଉମାଟିକ ଡିଜିଜେସ (rheumatic diseases)[୪][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination)[୩] |
ସଠିକ ରୋଗ ନିର୍ଣ୍ଣୟ | ଓଷ୍ଟିଓଆର୍ଥ୍ରାଇଟିସ Osteoarthritis[୪] |
ଚିକିତ୍ସା | ଲକ୍ଷଣ ଦେଖାଉଥିବା କାମ ବନ୍ଦ କରିବା , ଯନ୍ତ୍ରଣା ନିବାରକ ଔଷଧ, ସ୍ପ୍ଲିଣ୍ଟ (splinting) the thumb[୪] |
ପୁନଃପୌନିକ | c. ୧%[୫] |
ପୁନଃପୌନିକ ଚଳନ, ଗର୍ଭାବସ୍ଥା, ଆଘାତ, ରିଉମାଟିକ ଡିଜିଜେସ (rheumatic diseases) ରୋଗ ଥିଲେ ଏହି ରୋଗ ସଙ୍କଟ ରହିଥାଏ ।[୪][୩] ଲକ୍ଷଣ ଦେଖି ଓ ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରିହୁଏ ।[୩] କଚଟିକୁ ଅଲନା ଦିଗକୁ ବଙ୍କା କଲେ (inwards) କଷ୍ଟ ହୁଏ ଓ ଏହାଦ୍ୱାର ରୋଗ ନିର୍ଣ୍ଣୟ ହୋଇଯାଏ ।[୪]
ଲକ୍ଷଣ ଦେଖାଉଥିବା କାମ ବନ୍ଦ କରିବା, ଯନ୍ତ୍ରଣା ନିବାରକ ଔଷଧ (NSAIDs), ସ୍ପ୍ଲିଣ୍ଟ (splinting) ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[୪] ଏହି ଚିକିତ୍ସା ଫଳପ୍ରଦ ନହେଲେ କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid injections) ବା ଅପରେଶନ କରାଯାଏ ।[୪] ପ୍ରାୟ ୦.୫% ପୁରୁଷ ଓ ୧.୩% ମହିଳାଙ୍କୁ ଏହି ରୋଗ ହୁଏ ।[୫] ମଧ୍ୟ ବୟସ୍କ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ସନ ୧୮୯୫ରେ ଏହି ରୋଗ ବିଷୟ ପ୍ରଥମେ ଫ୍ରିଜ ଡି କ୍ୱେରଭେନ (Fritz de Quervain) ବର୍ଣ୍ଣନା କରିଥିଲେ । [୫]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Campbell, William Wesley; DeJong, Russell N. (2005). DeJong's the Neurologic Examination (in ଇଂରାଜୀ). Lippincott Williams & Wilkins. p. 583. ISBN 9780781727679.
- ↑ Ilyas A, Ast M, Schaffer AA, Thoder J (2007). "De quervain tenosynovitis of the wrist". J Am Acad Orthop Surg. 15 (12): 757–64. PMID 18063716.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "De Quervain's Tendinosis - Symptoms and Treatment - OrthoInfo - AAOS". December 2013. Retrieved 21 June 2018.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
- ↑ ୫.୦ ୫.୧ ୫.୨ Satteson, Ellen; Tannan, Shruti C. (2018). "De Quervain Tenosynovitis". De Quervain Tenosynovitis. StatPearls Publishing. PMID 28723034.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |