ବର୍ଣ୍ଣାନ୍ଧତା

ବିଭିନ୍ନ ରଙ୍ଗ ଚିହ୍ନିବା ଅକ୍ଷମତା
(Color blindnessରୁ ଲେଉଟି ଆସିଛି)

ବର୍ଣ୍ଣାନ୍ଧତା, (ଇଂରାଜୀ ଭାଷାରେ color blindness or color vision deficiency), କ‌ହିଲେ ରଙ୍ଗ ଦେଖିବାର ଅକ୍ଷମତା (to see color) ବା ବିଭିନ୍ନ ରଙ୍ଗ ଚିହ୍ନିବା ଅକ୍ଷମତାକୁ ବୁଝାଏ ।[] ଏହି ଦୋଷଦ୍ୱାରା ଶିକ୍ଷାଲାଭରେ ଅସୁବିଧା ହୁଏ । ଫଳ କିଣିଲା ବେଳେ, ଲୁଗା ବାଛିଲା ବେଳେ, ଟ୍ରାଫିକ ଲାଇଟ ପଢ଼ିବାରେ ସମସ୍ୟା ହୁଏ । ଏହି ସମସ୍ୟା ସାମାନ୍ୟ ହୋଇଥିବାରୁ ଲୋକମାନେ ଚଳେଇ ନିଅନ୍ତି । ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା (total color blindness) ଥିବା ଲୋକର ତୀକ୍ଷ୍‌ଣ ଦୃଷ୍ଟି ଅଭାବ (decreased visual acuity) ଥାଇପାରେ ।[]

ବର୍ଣ୍ଣାନ୍ଧତା
ଇଂରାଜୀ ନାମ: color deficiency, impaired color vision[]
ଇସିହାରା ରଙ୍ଗ ପ୍ଲେଟର (Ishihara color test plate) ଉଦାହରଣ । କମ୍ପ୍ୟୁଟର ପ୍ରଦର୍ଶନ ଅନୁସାରେ ସାଧାରଣ ଦୃଷ୍ଟି ସମ୍ପନ୍ନ ଲୋକ ଏହି ପ୍ଲେଟରେ ଇଂରାଜୀରେ ଲେଖାଥିବା ୭୪ ପଢ଼ିପାରିବ । ବର୍ଣ୍ଣାନ୍ଧତା ଥିଲେ ଅଧିକାଂଶ ଲୋକ ୨୧ ପଢ଼ନ୍ତି । ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା (total color blindness) ଥିଲେ କୌଣସି ସଂଖ୍ୟା ଦେଖାଯାଏ ନାହିଁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚକ୍ଷୁ ବିଭାଗ
ଆଇସିଡ଼ି-୧୦H53.5
ଆଇସିଡ଼ି-୯-ସିଏମ୍368.5
ରୋଗ ଡାଟାବେସ2999
ମେଡ଼ିସିନ-ପ୍ଲସ001002
MeSHD003117

ଚକ୍ଷୁରେ ଥିବା ତିନି ସେଟ ବର୍ଣ୍ଣ ବା ରଙ୍ଗ ଚିହ୍ନଟକାରୀ ଜୀବକୋଷ କୋନ (cones) ମଧ୍ୟରୁ ଏକ ବା ଏକାଧିକ କୋନର ବିକାଶରେ ତୃଟି ଥିଲେ ଏହି ସମସ୍ୟା ହୁଏ । ସାଧାରଣ ବର୍ଣ୍ଣାନ୍ଧତା ନିମନ୍ତେ ଉତ୍ତରଦାୟୀ ଜିନ (genes) ଏକ୍ସ କ୍ରୋମୋଜୋମରେ (X chromosome) ଥିବା ହେତୁ ପରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଏହି ସମସ୍ୟା ହୁଏ । ମହିଳାଙ୍କର ଦୁଇଟି ଏକ୍ସ କ୍ରୋମୋଜୋମ ଥିବା ହେତୁ ଗୋଟିକରେ ତୃଟି ଥିଲେ ଅନ୍ୟଟି ସେହି ତୃଟି ଭରଣା କରିଦିଏ, କିନ୍ତୁ ପୁରୁଷଙ୍କର ଗୋଟିଏ ଏକ୍ସ କ୍ରୋମୋଜୋମ ଥାଏ । ତେଣୁ ଏକ୍ସ କ୍ରୋମୋଜୋମଟି ଦୋଷଯୁକ୍ତ ଥିଲେ ପୁରୁଷଟି ବର୍ଣ୍ଣାନ୍ଧ ହୁଏ। ଅଧିକାଂଶ କ୍ଷେତ୍ରରେ ମହିଳାମାନେ ନିଜେ ବର୍ଣ୍ଣାନ୍ଧତା ରୋଗରେ ପୀଡ଼ିତ ନହୋଇ ରୋଗର ବାହକ ଭାବରେ କାମ କରନ୍ତି। ଅନ୍ୟ କାରଣ: ଆଖି, ଅପ୍ଟିକ ସ୍ନାୟୁ (optic nerveମସ୍ତିଷ୍କର (brain) କିଛି ଅଂଶ ଉପରେ ରାସାୟନିକ ବା ଶାରୀରିକ ଆଘାତ ହେବା ଫଳରେ ଏହି ରୋଗ ହୁଏ । ଇସିହାରା ପରୀକ୍ଷାଦ୍ୱାରା (Ishihara color test) ଏହି ରୋଗ ନିର୍ଣ୍ଣୟ କରାଯାଏ; କିନ୍ତୁ ଅନ୍ୟ କେତେକ ପରୀକ୍ଷା ମଧ୍ୟ କରାଯାଇପାରେ ।[]

ବର୍ଣ୍ଣାନ୍ଧତା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[] ରଙ୍ଗ ଚିହ୍ନିବା ନିମନ୍ତେ ପିଲାର ଶିକ୍ଷକ ପଢ଼େଇବା ପଦ୍ଧତି ବଦଳ କରି ଶିକ୍ଷାଦାନ କରିବାକୁ ପଡ଼େ ।[] ଉଜ୍ଜ୍ୱଳ ଆଲୋକରେ ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଚିହ୍ନଟ କରିବା ନିମନ୍ତେ ବିଶେଷ ଧରଣର ଲେନ୍ସ ସାହାଯ୍ୟ କରେ । ରଙ୍ଗ ଚିହ୍ନିବା ପାଇଁ ମୋବାଇଲ ଆପ ସାହାଯ୍ୟ କରିପାରେ ।[]ଏବେ କିଛି ଚଷମା ନିର୍ମାତା ବର୍ଣ୍ଣାନ୍ଧତାକୁ ଅନେକ ମାତ୍ରାରେ ଦୂର କରୁଥିବାର ଦାବି କରନ୍ତି। [] ବର୍ଣ୍ଣାନ୍ଧ ବ୍ୟକ୍ତିମାନେ ବିଭିନ୍ନ ରଙ୍ଗ ଯେମିତି ସବୁଜ-ଲାଲ୍ ଭିତରେ ଫରକ ଜାଣି ପାରନ୍ତି ନାହିଁ ବିଶେଷତଃ କମ୍ ଆଲୋକରେ। ବର୍ଣ୍ଣାନ୍ଧତା ଚଷମା ପାଖାପାଖି ରଙ୍ଗମାନଙ୍କ ମଧ୍ୟବର୍ତ୍ତୀ କିଛି ଅଂଶକୁ ନିରୋଧ କରି ବର୍ଣ୍ଣାନ୍ଧତା ଦୂର କରିବାକୁ ଚେଷ୍ଟା କରେ।

ଲାଲ‌-ଶାଗୁଆ ବର୍ଣ୍ଣାନ୍ଧତା ସର୍ବାଧିକ ଦେଖାଯାଏ, ଏହା ପରେ ଆସେ ନୀଳ-ହଳଦିଆ ବର୍ଣ୍ଣାନ୍ଧତା ଓ ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା । ଉତ୍ତର ୟୁରୋପ ବଂଶଧର ୮% ପୁରୁଷଙ୍କର ଓ ୦.୫% ମହିଳାଙ୍କର ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଥାଏ । ବାର୍ଦ୍ଧକ୍ୟରେ ରଙ୍ଗ ଦେଖିବା କ୍ଷମତା କମିଯାଏ ।[] କେତେକ ଦେଶରେ କେତେକ ବୃତ୍ତି ନିମନ୍ତେ ବର୍ଣ୍ଣାନ୍ଧ ଲୋକ ଅଯୋଗ୍ୟ ହୁଅନ୍ତି । ପାଇଲଟ, ଟ୍ରେନ ଡ୍ରାଇଭର ଓ ସଶସ୍ତ୍ର ବଳମାନଙ୍କର ବର୍ଣ୍ଣ ଯୋଗ୍ୟତା ଆବଶ୍ୟକ ଥିବାରୁ ବର୍ଣ୍ଣାନ୍ଧତା ଥିଲେ ଅଯୋଗ୍ୟ ସାବ୍ୟସ୍ତ ହୁଅନ୍ତି । କଳ ଦକ୍ଷତା ଉପରେ ଏହାର ପ୍ରଭାବ ବିବାଦାତ୍ମକ ଅଛି । ଚିତ୍ରକଳା ଦକ୍ଷତାରେ ଏହାର ପ୍ରଭାବ ଥିବା ଜଣାଯାଏ ନାହିଁ ଓ ଅନେକ ପ୍ରସିଦ୍ଧ ଚିତ୍ରକର ବର୍ଣ୍ଣାନ୍ଧ ଥିବା ବିଶ୍ୱାସ କରାଯାଏ ।[]

  1. ୧.୦ ୧.୧ ୧.୨ Gordon, N (March 1998). "Colour blindness". Public health. 112 (2): 81–4. doi:10.1038/sj.ph.1900446. PMID 9581449.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Facts About Color Blindness". NEI. February 2015. Retrieved 29 July 2016.
  3. [enchroma.com enchroma.com]. {{cite web}}: Check |url= value (help); Missing or empty |title= (help)