କ୍ଲୋପିଡୋଗ୍ରେଲ

(Clopidogrelରୁ ଲେଉଟି ଆସିଛି)

କ୍ଲୋପିଡୋଗ୍ରେଲ (ଇଂରାଜୀ ଭାଷାରେ Clopidogrel, ବିକ୍ରୟ ନାମ ପ୍ଲାଭିକ୍ସ/Plavix) ଏକ ଔଷଧ ଯାହା ଉଚ୍ଚ ହୃଦ୍‌ରୋଗ (heart disease) ଓ ସ୍ଟ୍ରୋକ (stroke) ହେବା ସଙ୍କଟ କମ କରେ । ହୃଦ୍‌ଘାତ ରୋଗରେ ଓ କରୋନାରି ଧମନୀ ସ୍ଟେଣ୍ଟ (coronary artery stent) ଦିଆଯାଇଥିବା ରୋଗୀଙ୍କୁ ଆସ୍ପିରିନ (aspirin) ଔଷଧ ସ‌ହିତ କ୍ଲୋପିଡୋଗ୍ରେଲ (dual antiplatelet therapy) ଦିଆଯାଏ । ଏହା ପାଟିରେ ଦିଆଯାଏ ।[] କ୍ଲୋପିଡୋଗ୍ରେଲର ପ୍ରଭାବ ୨ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ରହେ ।[]

କ୍ଲୋପିଡୋଗ୍ରେଲ
Clinical data
Trade namesPlavix
AHFS/Drugs.commonograph
MedlinePlusa601040
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability>50%
Protein binding94–98%
Metabolismliver
Onset of action2 hours[]
Elimination half-life7–8 hours (inactive metabolite)
Duration of action5 days[]
Excretion50% kidney
46% biliary
Identifiers
  • (+)-(S)-methyl 2-(2-chlorophenyl)-2-(6,7-dihydrothieno[3,2-c]pyridin-5(4H)-yl)acetate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.127.841 Edit this at Wikidata
Chemical and physical data
FormulaC16H16ClNO2S
Molar mass321.82 g/mol
3D model (JSmol)
  • COC(=O)[C@H](c1ccccc1Cl)N2CCc3c(ccs3)C2
  • InChI=1S/C16H16ClNO2S/c1-20-16(19)15(12-4-2-3-5-13(12)17)18-8-6-14-11(10-18)7-9-21-14/h2-5,7,9,15H,6,8,10H2,1H3/t15-/m0/s1 checkY
  • Key:GKTWGGQPFAXNFI-HNNXBMFYSA-N checkY
  (verify)

କ୍ଲୋପିଡୋଗ୍ରେଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଅଇ, ସ‌ହଜରେ ଆଘାତ ପରେ ଚମ ତଳେ ରକ୍ତ ଜମିଯିବା ଓ ଛାତି ଜ୍ୱାଳା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ (bleeding) ଓ ଥ୍ରମ୍ବୋଟିକ ଥ୍ରମ୍ବୋସାଇଟୋପେନିକ ପରପ୍ୟୁରା (thrombotic thrombocytopenic purpura) ହୋଇପାରେ ।[] ଗର୍ଭାବସ୍ଥାରେ କିଛି ଅସୁବିଧା ଦେଖାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇପାରିନାହିଁ ।[] ଆଣ୍ଟିପ୍ଲାଟେଲେଟ ଔଷଧମାନଙ୍କ (antiplatelet agent) ମଧ୍ୟରୁ ଥିଏନୋପିରୁଡିନ (thienopyridine) ଶ୍ରେଶୀରେ କ୍ଲୋପିଡୋଗ୍ରେଲକୁ ରଖାଯାଏ । ପ୍ଲାଟେଲେଟରେ ଥିବା ଏକ ରିସେପ୍ଟର [[ପି୨ୱାଇ୧୨]] (P2Y12) ଉପରେ କ୍ଲୋପିଡୋଗ୍ରେଲ ପ୍ରଭାବ ବିସ୍ତାର କରି ତାହାକୁ ଅପରିବର୍ତ୍ତନୀୟ ଅଚଳ କରିଦିଏ ।[]

କ୍ଲୋପିଡୋଗ୍ରେଲ ବିଷୟ ପ୍ରଥମେ ସନ ୧୯୮୨ରେ ଲିଖିତ ହୋଇଥିଲା ଓ ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୦.୭୭ରୁ ୩୧.୫୯ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Clopidogrel Bisulfate". The American Society of Health-System Pharmacists. Retrieved 8 December 2016.
  2. "Clopidogrel (Plavix) Use During Pregnancy". www.drugs.com. Retrieved 14 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 453. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Clopidogrel Bisulfate". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 147. ISBN 9781284057560.