ଭବାନୀପୁର ଶକ୍ତିପୀଠ, ବଙ୍ଗଳାଦେଶ

(Bhabanipur Shaktipeethରୁ ଲେଉଟି ଆସିଛି)

ଭବାନୀପୁର ଶକ୍ତିପୀଠ, ବଙ୍ଗଳାଦେଶରେ ଥିବା ଏକ ହିନ୍ଦୁ ମନ୍ଦରି । ଏହି ମନ୍ଦିରଟି ବଙ୍ଗଳାଦେଶର ରାଜସାହି ଡିଭିଜନ‌ର ବୋଗ୍ରା ଜିଲ୍ଲାର ଶେରପୁର ଉପଜିଲ୍ଲାଠାରୁ ୨୮ କିଲୋମିଟର ଦୂର କରତୋୟା ନ‌ଦୀ କୂଳରେ ଅବସ୍ଥିତ ।[୧][୨] ଭାରତୀୟ ଉପମହାଦ୍ୱୀପରେ ଥିବା ଶକ୍ତିପୀଠମାନଙ୍କ ମଧ୍ୟରେ ଏହି ମନ୍ଦିରଟି ଅନ୍ୟତମ ।[୧]

ଭବାନୀପୁର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବୋଗ୍ରା ଜିଲ୍ଲ
Location
ସ୍ଥାନସେରପୁର, ବୋଗ୍ରାପୁର
Countryବଙ୍ଗଳାଦେଶ
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ବଙ୍ଗଳାଦେଶ" does not exist.
ଭୌଗଳିକ ଅବସ୍ଥିତି24°32′59″N 89°25′57″E / 24.5497°N 89.4326°E / 24.5497; 89.4326
Website
bhabanipur-shaktipeeth.net

ଇତିହାସ ସମ୍ପାଦନା

ମହାଭାରତ ଅନୁସାରେ, ସତ୍ୟଯୁଗରେ ରାଜା ଦକ୍ଷଙ୍କର ଯଜ୍ଞକୁ ଦେବୀ ସତୀ ଏବଂ ଶିବଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ମାତ୍ର ସେହି ଯଜ୍ଞରେ ଯୋଗ ଦେଇଥିଲେ ଏବଂ ସେଠାରେ ତାଙ୍କର ଅପମାନ ହୋଇଥିଲା । ଫଳରେ ସେ ସେହି ଯଜ୍ଞର ଅଗ୍ନିରେ ଝାସ ଦେଇଥିଲେ । ଏହା ଦେଖି ଭଗବାନ ଶିବ କ୍ଷୁବ୍ଧ ହୋଇଥିଲେ ଏବଂ ସତୀଙ୍କର ସେହି ଦେହାବଶେଷକୁ ସେ ଧରି ତାଣ୍ଡବ ନୃତ୍ୟ କରିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ଅଂଶ ପୃଥିବୀରେ ପଡ଼ିଥିଲା । ସେହି ସ୍ଥାନରେ ଶକ୍ତିଙ୍କର ଦେବୀପୀଠ ମାନ ରହିଛି ।[୩] ଭବାନୀରପୁରର ଶକ୍ତି ଅପର୍ଣ୍ଣା ନାମରେ ପରିଚିତା ।[୪] ଏଠାରେ ସତୀଙ୍କର ବାମ‌ପଟର ପାଉଁଜୀ ପଡ଼ିଥିବା କିମ୍ବଦନ୍ତୀ ରହିଛି ।

କିମ୍ବଦନ୍ତୀ ସମ୍ପାଦନା

ଏକ କିମ୍ବଦନ୍ତୀ ଅନୁସାରେ, ଥରେ ଜନେ ଶଙ୍ଖ-ଚୁଡ଼ି ବେପାରୀ ଭବାନୀପୁର ମନ୍ଦିର ପାଖରେ ଥିବା ଏକ ଘଞ୍ଚ ଜଙ୍ଗଲ ଦେଇ ଯାଉଥିଲା । ସେ ଏକ ଶୁନଶାନ ଜଳାସୟ ନିକଟ ଦେଇ ଗତି କରୁଥିବା ବେଳେ ଏକ ଛୋଟ ଝିଅଟିଏ ସ‌ହ ତା'ର ଦେଖାହେଲା । ସେହି ଝିଅଟି ନିଜକୁ ସେଠାକାର ନାଥୋର ରାଜବାଟୀ (ରାଜ ପ୍ରାସାସଦ)ର ରାଜକୁମାରୀ ବୋଲି କ‌ହିଲା । ସେ ସେହି ଶଙ୍ଖାରୀଠାରୁ ହଳେ ଚୁଡ଼ି କଣିଲାପରେ ରାଜବାଟୀରେ ରାଣୀ ରଖିଥିବା ଏକ ସ୍ୱତନ୍ତ୍ର ବାକ୍ସରୁ ତାକୁ ତା'ର ପାଉଣା ନେଇଯିବାକୁ କ‌ହିଥିଲା । ଏହାପରେ ସେହି ଶଙ୍ଖାରୀଟି ସେହି ରାଜବାଟୀକୁ ଗଲା ଏବଂ ମହାରାଣୀଙ୍କୁ ସେହି ବାକ୍ସ ବିଷୟରେ କ‌ହିଲା । ବାକ୍ସ ବିଷୟରେ ଶୁଣିବା ପରେ ମହାରାଣୀ ଆଶ୍ଚର୍ଯ୍ୟ ହୋଇ ସେହି ଜାଗାକୁ ଗଲେ ଏବଂ ସେହିଠାରେ ଥିବା ଏକ ଜଳାଶୟରୁ ମାଆ ଭବାନୀ ପ୍ରକଟ ହୋଇଥିଲେ । ସେହି ଛୋଟ ଝିଅ ବେଶରେ ମାଆ ଭବାନୀ ସେହି ଶଙ୍ଖାରୀଟିକୁ ଦର୍ଶନ ଦେବା କଥା ଚାରିଆଡ଼େ ପ୍ରଚାର ହୋଇଗଲା ଏବଂ ସେହି ପୋଖରୀଟି ସେବେଠାରୁ ଶଙ୍ଖ-ପୋଖରୀ ନାମରେ ନାମିତ ହେଲା । ସେବେଠାରୁ ସେହି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ସେହି ଶଙ୍ଖ ପୋଖରୀରେ ସ୍ନାନ କରିଥାନ୍ତି ।

ମନ୍ଦିର ସମ୍ପାଦନା

ପାଖାପାଖି ୪ ଏକର ବିଶିଷ୍ଟ ଜାଗାରେ ଏହି ମନ୍ଦରିଟି ଅବସ୍ଥିତ । ମନ୍ଦିରଟି ଚାରିପଟରୁ ପାଚେରୀଦ୍ୱାରା ଘେରା ହୋଇଛି । ଏହି ମନ୍ଦିର ହତା ଭିତରେ ମୁଖ୍ୟ ମନ୍ଦିର ସ‌ହ ୪ଟି ଶିବ ମନ୍ଦିର, ପାତାଳ ଭୈରବ ଶିବ ମନ୍ଦିର, ଗୋପାଳ ମନ୍ଦିର, ବାସୁଦେବ ମନ୍ଦରି, ବେଲବରଣ ତାଲା, ନାଟ ମନ୍ଦିର ଆଦି ରହିଛି । ମନ୍ଦିରର ଉତ୍ତର ଭାଗରେ ଏକ ସେବା ଅଗଣା, ପବିତ୍ର ସଖା ପୋଖରୀ, ୨ଟି ଗୋଧୋଇବା ଘାଟ ରହିଛି ଏବଂ ମନ୍ଦିର ହତା ବାହାରେ ୪ଟି ଶିବ ମନ୍ଦରି ରହିଛି । ଏଥି ସ‌ହ ମନ୍ଦିର ହତା ବାହାରେ ଏକ ପଞ୍ଚମୁଣ୍ଡା ଆସନ ମଧ୍ୟ ରହିଛି ।

ପୂଜା, ଅନୁଷ୍ଠାନ ଏବଂ ପର୍ବପର୍ବାଣି ସମ୍ପାଦନା

ମନ୍ଦିରରେ ସକଳ ଭୋଗ ଏବଂ ବଳୟ ଭୋଗ ଲାଗି କରାଯାଏ । ମଧ୍ୟାନ ସମୟରେ ଅନ୍ନ ଭୋଗ ଏବଂ ସନ୍ଧ୍ୟା ସମୟରେ ଆରତୀ ଏବଂ ଭୋଗ ଲାଗି କରାଯାଏ । ଭକ୍ତମାନେ ଦେବୀ ତାରାଙ୍କ (ମା ଭବାନୀ) ପାଖରେ ପ୍ରତିଦିନ ପ୍ରସାଦ ଲାଗିକରିଥାନ୍ତି ।

ପ୍ରତ୍ୟେକ ବର୍ଷ ଭବାନୀପୁର ମନ୍ଦିରରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳନ କରାଯାଇଥାଏ ।

  • ମାଘ/ଫାଲ୍ଗୁନ ମାସରେ ମାଘ ପୂର୍ଣ୍ଣିମା
  • ଚୈତ୍ର/ବୈଶାଖ ମାସରେ ରାମ ରବମୀ
  • ଶରତ ଋତୁରେ ଦୁର୍ଗା ଉତ୍ସବ
  • ଦିପାନ୍ନିତା ଶ୍ୟାମ ପୂଜା
  • ଆଗ୍ରହୋନ ମାସରେ ନବାନ୍ନ

ଆଧାର ସମ୍ପାଦନା

  1. ୧.୦ ୧.୧ Togawa, Masahiko (2012). "Sakta-pitha". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  2. "51 Shakti Peethas – A Compilation" (PDF). VedaRahasya.Net.
  3. "Mahanirvana Tantra". Internet Sacred Text Archive.
  4. "51 Shakti Peethas – A Compilation" (PDF). VedaRahasya.Net.