ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ

ରୋଗ
(Benign paroxysmal positional vertigoରୁ ଲେଉଟି ଆସିଛି)

ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ (ଇଂରାଜୀରେ Benign paroxysmal positional vertigo ବା ବିପିପିଭି/ BPPV) ରୋଗରେ ଅନ୍ତଃକର୍ଣ୍ଣରେ ସମସ୍ୟା ଥାଏ ।[୧] ନିଜେ ଘୁରିବା ବେଳେ ମୁଣ୍ଡର ସ୍ଥାନ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସ୍ୱଳ୍ପ ସମୟ ନିମନ୍ତେ ମୁଣ୍ଡ ବୁଲାଏ ।[୨] ବିଛଣାରେ ପାର୍ଶ୍ୱ ପରିବର୍ତ୍ତନ ସମୟରେ ବା ସ୍ଥାନ ପରିବର୍ତ୍ତନ ସମୟରେ ଏହି ସମସ୍ୟା ଜାତ ହୁଏ । ପ୍ରତି ମୁଣ୍ଡବୁଲା ଏକ ସେକେଣ୍ଡରୁ କମ ସମୟ ଧରି ହୁଏ ।[୧] ଏହା ସ‌ହିତ ସାଧାରଣତଃ ଓକାଳ (Nausea) ଲାଗେ ।ମୁଣ୍ଡବୁଲା ବା ଭର୍ଟାଇଗୋର ଏହି ରୋଗ ଏକ କାରଣ । [୨][୩]

ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ
ଅନ୍ତଃକର୍ଣ୍ଣରେ ଥିବା ଲାବିରିନ୍ଥର ବ‌ହିର୍ଭାଗ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିକାନ ନାସା ଗଳା ବିଭାଗ
ଆଇସିଡ଼ି-୧୦H81.1
ଆଇସିଡ଼ି-୯-ସିଏମ୍386.11
ଓଏମ୍‌ଆଇଏମ୍193007
ରୋଗ ଡାଟାବେସ1344
ମେଡ଼ିସିନ-ପ୍ଲସ001420
ଇ-ମେଡ଼ିସିନent/761 emerg/57 neuro/411
Patient UKବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ
MeSHD014717

ବିପିପିଭି ରୋଗ ମୁଣ୍ଡ ଆଘାତ ଯୋଗୁ ବା ବୟସାଧିକ୍ୟ ଯୋଗୁ ହୁଏ । ଅଧିକାଂଶ ସମୟରେ ନିର୍ଦ୍ଦିଷ୍ଟ କାରଣ ମିଳେନି । ଅନ୍ତକର୍ଣ୍ଣ ଭିତରେ ଗୋଟିଏ କ୍ଷୁଦ୍ର କ୍ୟାଲସିଅମଯୁକ୍ତ ଅଟୋଲିଥର ଚଳନ ଯୋଗୁ ଏହା ହୁଏ । ଲାବିରିନ୍ଥାଇଟିସ (labyrinthitis) ଓ ମିନିଅର ଡିଜିଜ (Ménière's disease) ଭଳି ଏହା ଏକ ସନ୍ତୁଳନ ବେମାରୀ (balance disorder) ।[୧] ଡିକ୍ସ-ହଲପାଇକାର ମାନୋଭର (Dix-Hallpike maneuver) ଫଳରେ ନିସ୍ଟାଗମସ (nystagmus) ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ କାରଣମାନ ନ ଥିବା ଅନୁଶୀଳନ କରାଯାଏ । ସ୍ୱାଭାବିକ କେଶ୍‌ରେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏନି । [୨]


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Balance Disorders". NIDCD. August 10, 2015. Retrieved 25 July 2016.
  2. ୨.୦ ୨.୧ ୨.୨ Bhattacharyya, N; Baugh, RF; Orvidas, L; Barrs, D; Bronston, LJ; Cass, S; Chalian, AA; Desmond, AL; Earll, JM; Fife, TD; Fuller, DC; Judge, JO; Mann, NR; Rosenfeld, RM; Schuring, LT; Steiner, RW; Whitney, SL; Haidari, J; American Academy of Otolaryngology-Head and Neck Surgery, Foundation (November 2008). "Clinical practice guideline: benign paroxysmal positional vertigo". Otolaryngology--head and neck surgery : official journal of American Academy of Otolaryngology-Head and Neck Surgery. 139 (5 Suppl 4): S47-81. doi:10.1016/j.otohns.2008.08.022. PMID 18973840. {{cite journal}}: Unknown parameter |laydate= ignored (help); Unknown parameter |laysource= ignored (help); Unknown parameter |laysummary= ignored (help)
  3. Dickson, Gretchen (2014). Primary Care ENT, An Issue of Primary Care: Clinics in Office Practice, Volume 41, Issue 1 of The Clinics: Internal Medicine. Elsevier Health Sciences. p. 115. ISBN 9780323287173. Retrieved 25 July 2016.