ବାଂଲାପିଡିଆ ହେଉଛି ବାଂଲାଦେଶର ପ୍ରଥମ ରାଷ୍ଟ୍ରୀୟ ବିଶ୍ୱକୋଷ ।[୧] ଏହାର ମୁଦ୍ରିତ ଏବଂ ଅନଲାଇନ ସଂସ୍କରଣ ବ୍ୟତୀତ ଏହା ସିଡି-ରୋମ (CD-ROM)[୨] ମାଧ୍ୟମରେ ଉଭୟ ଇଂରାଜୀ ଏବଂ ବଂଗଳା ଭାଷାରେ ଉପଲବ୍ଧ ।[୩] ଏହି ମୁଦ୍ରିତ ସଂସ୍କରଣଟି ୫୦୦ ପୃଷ୍ଠା ସମ୍ବଳିତ ୧୦ଟି ଭାଗରେ ବିଭକ୍ତ । ଏହାର ପ୍ରଥମ ସଂସ୍କରଣ "ଏସିଆଟିକ ସୋସାଇଟି ଅଫ ବାଂଲାଦେଶ"ଦ୍ୱାରା ୨୦୦୩ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।[୪] ପ୍ରତି ଦୁଇ ବର୍ଷରେ ଏହାର ଅପଡେଟ କରିବା ଯୋଜନା ଥିବା ସ୍ଥଳେ ଏହାର ଦ୍ୱୀତିୟ ସଂସ୍କରଣ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା ।[୫] ବାଂଲାପିଡିଆକୁ ଏକ ସାଧାରଣ ଜ୍ଞାନକୋଷ ପରିବର୍ତ୍ତେ ବାଂଲାଦେଶ ସଂବନ୍ଧିତ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ବିଶ୍ୱକୋଷ ଭାବେ ଡିଜାଇନ କରାଯାଇଛି ।[୬]

ଏହି ଜ୍ଞାନକୋଷର ମୁଖ୍ୟ ସଂପାଦକ ହେଉଛନ୍ତି ସିରାଜୁଲ ଇସଲାମ ।[୭] ବାଂଲାଦେଶ ତଥା ଅନ୍ୟାନ୍ୟ ଦେଶର ୧୨୦୦ରୁ ଉର୍ଦ୍ଧ୍ୱ ଲେଖକ ଓ ବିଶେଷଜ୍ଞଙ୍କ ସହାୟତାରେ ଏହି ଜ୍ଞାନକୋଷ ସଂକଳିତ । ବାଂଲାପିଡିଆରେ ଛଅ ଗୋଟି ସଂପାଦକୀୟ ଶ୍ରେଣୀରେ ବିଭକ୍ତ ୫୭୦୦ରୁ ଅଧିକ ଲେଖା ରହିଛି ଏବଂ ପ୍ରତ୍ୟେକ ଶ୍ରେଣୀର ଲେଖା ପାଇଁ ଅନ୍ୟତଃ ଜଣେ ଜଣେ ବିଶେଷଜ୍ଞ ସଂପାଦକ କାର୍ଯ୍ୟରତ । ଏଥିସହ ଏହି ଜ୍ଞାନ କୋଷରେ ୨୦୦୦ରୁ ଅଧିକ ଏକକ ଏବଂ ଚତୁରଙ୍ଗୀ-ଚିତ୍ରଣ ସହ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ ରହିଛି ।

ଏହି ପରିଯୋଜନାଟିକୁ ବାଂଲାଦେଶ ସରକାର, କିଛି ବେସରକାରୀ ସଂଗଠନ ତଥା ଶୈକ୍ଷିକ ସଂସ୍ଥାନ ତଥା ୟୁନେସ୍କୋଦ୍ୱାରା ଅର୍ଥ ଯୋଗାଇଦିଆଯାଇଛି । ଏହାର ପ୍ରାରମ୍ଭିକ ଅଟକଳ ୮୦୦,୦୦୦ ଟାକା (ପ୍ରାୟ ୧୦ ହଜାର ଡଲାର) ଥିବା ସ୍ଥଳେ Asiatic Society ପକ୍ଷରୁ ଅନ୍ତତଃପକ୍ଷେ ଏହି ପରିଯୋଜନାରେ ୮୦ ମିଲିୟନ ଟାକା (ପ୍ରାୟ ୧ ମିଲିୟନ ଡଲାର) ଖର୍ଚ୍ଚ କରାଯାଇଛି ।[୭] ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ୱଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ୱେ ଏହାର ବଂଗଳା ଏବଂ ଇଂରେଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।

ଇତିହାସ ଏବଂ ବିକାଶସମ୍ପାଦନ କରନ୍ତୁ

ବାଂଲାଦେଶର ଏସିଆଟିକ ସୋସାଇଟିଦ୍ୱାରା "ବାଂଲାଦେଶର ଇତିହାସ, ୧୭୦୪-୧୯୭୧" ନାମକ ସଂସ୍କରଣର ପ୍ରକାଶନ ନିମନ୍ତେ ବିଭିନ୍ନ ତଥ୍ୟ ଅଧ୍ୟୟନ ବେଳେ ବାଂଲାପିଡିଆ ପରିଯୋଜନାର ଶୁଭାରମ୍ଭ ହୋଇଥିଲା । ଉକ୍ତ ପରିଯୋଜନାର ସଂପାଦକ ମଣ୍ଡଳୀ ଏଥିପାଇଁ ଏକ ମାନକ ତଥ୍ୟ ସଂବଳିତ ସଂଦର୍ଭ ଡେସ୍କର ଆବଶ୍ୟକତା ଅନୁଭବ କଲେ । କାରଣ ଏହି ପ୍ରକାଶନ ନିମନ୍ତେ ଅଧିକରୁ ଅଧିକ ମାନକ ତଥ୍ୟ ପାଇଁ ପାଠାଗାରରୁ ଲବ୍ଧ ତଥ୍ୟ ଯଥେଷ୍ଟ ନ ଥିଲା । ଏଭଳି ଏକ ପରିପ୍ରେକ୍ଷୀରେ ସିରାଜୁଲ ଇସଲାମ ଓ ତାଙ୍କର କିଛି ସହଯୋଗୀଦ୍ୱାରା ପ୍ରସ୍ତୁତ ଏକ ଅବଧାରଣା ପତ୍ର ଏସିଆଟିକ ସୋସାଇଟିକୁ ଦିଆଗଲା । ଫଳରେ ୧୯ ଫେବୃଆରୀ ୧୯୯୭ରେ ଏହି ଅବଧାରଣା ପତ୍ର ଗ୍ରହଣ ପୂର୍ବକ ଇସଲାମଙ୍କୁ ଏହି ପରିଯୋଜନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଗଲା । ପରିଯୋଜନାର ମୁଖ୍ୟ ଭାବେ ଇସଲାମଙ୍କର କାର୍ଯ୍ୟ ଥିଲା ଯେ ସେ ପରିଯୋଜନାର ବିତ୍ତୀୟ ଯୋଜନା ତଥା ପ୍ରବନ୍ଧନ କରିବେ । ଯୋଜନା ମୁତାବକ, ଏହି ଜ୍ଞାନକୋଷରେ ବିଭିନ୍ନ ଲେଖାର ଚୟନ ନିମନ୍ତେ ପ୍ରାୟ ତିନିରୁ ଚାରି ଲୋକଙ୍କୁ ନେଇ ପ୍ରାୟ ତିନି ଡଜନ ସମିତି ଗଠନ କରାଗଲା । କମିଟିଦ୍ୱାରା ପ୍ରାୟ ୨୭,୦୦୦ ଲେଖା ଚୟନ ହେବା ସ୍ଥଳେ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏହି ଲେଖା ସଂଖ୍ୟା ୬୦୦୦କୁ ଖସି ଆସିଲା । ତେବେ ୧୯୯୮ରେ ଔପଚାରିକ ଭାବେ ଏହି ପରିଯୋଜନା ଗତିଶୀଳ ହେଲା ।

ତଥ୍ୟସମ୍ପାଦନ କରନ୍ତୁ

ବାଂଲାପିଡିଆରେ ୫୭୦୦ରୁ ଅଧିକ ଲେଖା ରହିଅଛି । ଏସବୁକୁ ଛଅଟି ଶ୍ରେଣୀରେ ବିଭକ୍ତ କରାଯାଇଛି , ଯଥା କଳା ଓ ମାନବୀୟ, ଇତିହାସ ଏବଂ ପରମ୍ପରା, ରାଜ୍ୟ ଓ ଶାସନ, ସମାଜ ଓ ଅର୍ଥନୀତି, ପ୍ରାକୃତିକ ବିଜ୍ଞାନ ଏବଂ ଜୈବ ବିଜ୍ଞାନ । ପ୍ରତ୍ୟେକ ଲେଖା ଅନ୍ତତଃ ଜଣେ ଲେଖକ ତଥା ବିଶେଷଜ୍ଞଙ୍କଦ୍ୱାରା ସଂପାଦିତ । ଏହି ଜ୍ଞାନକୋଷରେ ୨୦୦୦ରୁ ଅଧିକ ଏକରଂଗୀ ତଥା ଚତୁରଙ୍ଗୀ ଚିତ୍ରଣ ବଂଲାଦେଶର ଦୈନନ୍ଦିନ ଜୀବନ, ଗ୍ରାମ୍ୟ ଜୀବନ, କଳା ତଥା ସଂସ୍କୃତିର ଚିତ୍ର ବହନ କରେ । ଏଥିରେ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ, ମାନଚିତ୍ରକଳା, ସାରଣୀ ତଥା ପରିସଂଖ୍ୟାନ ସନ୍ନିବେଶିତ ।

ଆଧାରସମ୍ପାଦନ କରନ୍ତୁ

  1. "Banglapedia". Bangladesh. Asia Pacific Cultural Centre for UNESCO. Archived from the original on 7 June 2007. Retrieved 2007-06-07.
  2. Staff Correspondent (2004-01-02). "Banglapedia on CD-Rom to hit market by February". The New Age. Archived from the original on 2005-02-07. Retrieved 2007-07-23.
  3. Iqbal, Iftekhar (2006-11-16). "The case for Bangladesh Studies". The Daily Star. Retrieved 2007-06-07.
  4. UNB (2003-03-24). "Compilation of Banglapedia completed". General news. Sustainable Development Networking Programme (SDNP). Retrieved 2008-01-19.
  5. Akkas, Abu Jar M (2004-05-23). "Banglapedia edition every 2 years". The Weekly Holiday. Archived from the original on 2005-12-13. Retrieved 2007-06-07.
  6. Sirajul Islam and Ahmed A. Jamal, ed. (2012), "Welcome to Banglapedia", Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
  7. ୭.୦ ୭.୧ "New Age New Year Special 2006". web.archive.org. 11 May 2007. Retrieved 20 September 2019.