ଆଭିପ୍ସ

(Avipesରୁ ଲେଉଟି ଆସିଛି)
Avipes
ଜୀବାଶ୍ମ କାଳ: Middle Triassic, 240 Ma
Foot
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
ଗୋଷ୍ଠୀ: ଆର୍ଚ୍ଚୋସୌରିଆ
Genus: Avipes

ଆଭିପ୍ସ (Avipes;ମାନେ "ପକ୍ଷୀ ପାଦ") ହେଉଛି ବିଲୁପ୍ତ ଆର୍କୋସୁରିଆନ୍‌ମାନଙ୍କର ଏକ ଜାତି (genus) । ଏହାର ଏକମାତ୍ର ପ୍ରଜାତି ହେଲା Avipes dillstedtianus, ଯାହାକି ମଧ୍ୟ ଟ୍ରାଇଆସିକ୍ ଯୁଗରେ ବାସ କରୁଥିଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ଏକମାତ୍ର fossil specimen ହେଉଛି ଏକ ପାଦର କିଛିକାଂଶ (ମେଟାଟାର୍ସାଲ୍ ), ଏବଂ ଏହା ଜର୍ମାନୀର ବେଡ୍‌ହେମ୍, ଥୁରିଞ୍ଜିଆଠାରେ ଥିବା Lettenkohlensandsteinର ଏକ ଗଦାରୁ ମିଳିଥିଲା (Lettenkohlensandstein ବାଲିପଥରର ଗୋଟିଏ ରୂପ) । ଆଭିପ୍ସର ନାମକରଣ ୧୯୩୨ ମସିହାରେ ଫେଡ୍ରିକ୍ ଭୋନ୍ ହ୍ୟୁନ୍ (Friedrich von Huene) କରିଥିଲେ । ଯଦିଓ ପ୍ରଥମେ ଏହାକୁ ଏକ coelurosaur ବା ଏକ ceratosaur ଭାବେ ବିଭକ୍ତ କରାଯାଇଥିଲା, ଏକ ନୂଆ ଅଧ୍ୟୟନ ଅନୁସାରେ ମିଳିଥିବା fossil specimenରୁ ଏହାକୁ Archosauria ଅପେକ୍ଷା ଅଧିକ କିଛି ସ୍ପଷ୍ଟ ଭାବେ କହିବା ଯଥେଷ୍ଟ ନୁହେଁ । Rauhut ଓ Hungerbuhler, ୨୦୦୦ ମସିହାରେ ଏହାକୁ ଏକ indeterminate (ସଠିକ ବିଭକ୍ତିକରଣ ହୋଇନାହିଁ) ଭାବେ ଦର୍ଶାଇଛନ୍ତି ।[]

  1. Rauhut, O. W., and Hungerbühler, A. (2000). "A review of European Triassic theropods." Gaia, 15: 75-88.