ଆପ୍ଲାଷ୍ଟିକ ରକ୍ତହୀନତା
ଆପ୍ଲାଷ୍ଟିକ ରକ୍ତହୀନତା ବା ଆପ୍ଲାଷ୍ଟିକ ଆନିମିଆ ଏକ ଦୀର୍ଘକାଳୀନ ଅବସ୍ଥା ଯେଉଁଥିରେ ଅସ୍ଥି ମଜ୍ଜାରେ ପର୍ଯ୍ୟାପ୍ତ ପରିମାଣ ରକ୍ତ କଣିକା ସୃଷ୍ଟି ହୋଇପାରେ ନାହିଁ | [୩] ଅଧିକାଂଶ ରୋଗୀଙ୍କର ସମସ୍ତ ପ୍ରକାରର ରକ୍ତ କଣିକା ଯେପରିକି ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ଓ ପ୍ଲାଟେଲେଟ ସ୍ତର କମ ଥାଏ ।[୬] ରୋଗ ଲକ୍ଷଣ:- ଦୁର୍ବଳତା, ଫିକା ଚର୍ମ, ଅଣନିଶ୍ୱାସ, ସଂକ୍ରମଣ, ଏବଂ ରକ୍ତସ୍ରାବ। [୩]
Aplastic anaemia, bone marrow failure[୧] | |
ବିଭାଗ | Oncology, hematology |
---|---|
ଲକ୍ଷଣ | Weakness, pale skin, shortness of breath, infections, bleeding[୩] |
ଅବଧି | Long term[୩] |
କାରଣ | Unknown, following a viral infections, Fanconi anemia, exposure to chemicals, medications or radiation[୩][୪] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on blood tests and bone marrow biopsy[୫] |
ସଠିକ ରୋଗ ନିର୍ଣ୍ଣୟ | Myelodysplastic syndrome, paroxysmal nocturnal hemoglobinuria, pure red cell aplasia[୬][୩] |
ଚିକିତ୍ସା | Stem cell transplantation, eltrombopag, ciclosporin, anti-thymocyte globulin, corticosteroids, blood transfusions[୪][୭] |
Prognosis | Variable[୩] |
ପୁନଃପୌନିକ | 0.6 to 6 per million per year[୩] |
ସମୁଦାୟ ରୋଗୀଙ୍କ ମଧ୍ୟରୁ ୬୫% କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ ରହିଛି । [୩] ଭୁତାଣୁ ରୋଗ, ଜେନେଟିକ ରୋଗ ଯେପରିକି ଫାଙ୍କୋନି ଆନିମିଆ, ଔଷଧ ସଂସ୍ପର୍ଶ କିମ୍ବା ବିକିରଣ ଯୋଗୁ କେତେକ କ୍ଷେତ୍ରରେ ଏହି ପ୍ରକାର ଆନିମିଆ ହୋଇପାରେ । [୩] [୪] ରକ୍ତ କର୍କଟ ଅନୁପସ୍ଥିତି ଥାଇ ସ୍ୱଳ୍ପ ପରିମାଣର ରକ୍ତ କଣିକା ଓ ରେଟିକୁଲୋସାଇଟ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ। [୩] ଅସ୍ଥି ମଜ୍ଜା ବାୟୋପ୍ସିରେ ରକ୍ତ ପ୍ରସ୍ତୁତକାରୀ ଜୀବକୋଷ ପରିବର୍ତ୍ତେ ଚର୍ବି ଜୀବକୋଷ ଥିଲେ ଏହି ରୋଗ ନିଶ୍ଚିତ ହୋଇଯାଏ [୫]
ଏହାର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୩] ହେମାଟୋପଏଟିକ ସ୍ଟେମ ସେଲ ପ୍ରତିରୋପଣ ହେଉଛି ଏହାର ସର୍ବାଧିକ ପସନ୍ଦର ଚିକିତ୍ସା |[୪] ଅନ୍ୟ ବିକଳ୍ପ ମଧ୍ୟରେ ଏଲଟ୍ରୋମ୍ବୋପାଗ ଓ ସାଇକ୍ଲୋସ୍ପୋରିନ ଭଳି ଇମ୍ମ୍ୟୁନୋସପ୍ରେସିଭ ଔଷଧ, ଆଣ୍ଟିଥାଇମୋସାଇଟିକ ଗ୍ଲୋବ୍ୟୁଲିନ ଓ କର୍ଟିକୋଷ୍ଟିରଏଡ ଦିଆଯାଇପାରେ ।[୪] [୭] ରକ୍ତ ଟ୍ରାନ୍ସଫ୍ୟୁଜନ ଆବଶ୍ୟକ ହୋଇପାରେ କିନ୍ତୁ ଏହାଦ୍ୱାରା ପରବର୍ତ୍ତୀ ଷ୍ଟେମ୍ କୋଷ ପ୍ରତିରୋପଣକୁ ଅଧିକ କଷ୍ଟସାଧ୍ୟ କରିପାରେ। [୪] [୭]
ଆପ୍ଲାଷ୍ଟିକ୍ ରକ୍ତହୀନତା ପ୍ରତି ବର୍ଷ ଏକ ନିୟୁତରେ ପ୍ରାୟ ୦.୬ରୁ ୬ ଜଣ ଲୋକଙ୍କୁ ପ୍ରଭାବିତ କରିଥାଏ | [୩] ପୁରୁଷ ଏବଂ ମହିଳା ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୩] ପିଲାଦିନରେ ଏବଂ ୨୦ ବର୍ଷ ବୟସ ପାଖାପାଖି ଲୋକଙ୍କଠାରେ ଏହି ରୋଗ ସାମାନ୍ୟ ଅଧିକ ଦେଖାଯାଏ | [୩] ଫଳାଫଳଗୁଡ଼ିକ ବ୍ୟକ୍ତିଙ୍କ ବୟସ ଏବଂ ଚିକିତ୍ସାର ପ୍ରତିକ୍ରିୟା ଉପରେ ନିର୍ଭର କରେ ଓ ପରିବର୍ତ୍ତନଶୀଳ ହୁଏ | [୩] ଏହି ରୋଗ ବିଷୟ ପ୍ରଥମେ ୧୮୮୫ ମସିହାରେ ବର୍ଣ୍ଣନା କରାଯାଇଥିଲା। [୬] ଏହି ରୋଗ ମେରୀ କ୍ୟୁରୀଙ୍କ ମୃତ୍ୟୁର କାରଣ ଥିଲା। [୮]
ଆଧାର
ସମ୍ପାଦନା- ↑ "Aplastic Anemia". www.nhlbi.nih.gov. Retrieved 21 November 2020.
- ↑ Stibbe, KJ; Wildschut, HI; Lugtenburg, PJ (15 February 2011). "Management of aplastic anemia in a woman during pregnancy: a case report". Journal of medical case reports. 5: 66. doi:10.1186/1752-1947-5-66. PMID 21324109.
{{cite journal}}
: CS1 maint: unflagged free DOI (link) - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ Moore, CA; Krishnan, K (January 2020). "Aplastic Anemia". PMID 30480951.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Aplastic Anemia - Hematology and Oncology". Merck Manuals Professional Edition. Retrieved 21 November 2020.
- ↑ ୫.୦ ୫.୧ Rodak, Bernadette F.; Fritsma, George A.; Doig, Kathryn (2007). Hematology: Clinical Principles and Applications (in ଇଂରାଜୀ). Elsevier Health Sciences. p. 262. ISBN 978-1-4160-3006-5.
- ↑ ୬.୦ ୬.୧ ୬.୨ Young, Neal S. (2018-10-25). "Aplastic Anemia". The New England Journal of Medicine. 379 (17): 1643–1656. doi:10.1056/NEJMra1413485. ISSN 1533-4406. PMC 6467577. PMID 30354958.
- ↑ ୭.୦ ୭.୧ ୭.୨ "Aplastic anemia | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 27 November 2020. Retrieved 21 November 2020.
- ↑ Mamourian, Alexander C. (2013). CT Imaging: Practical Physics, Artifacts, and Pitfalls (in ଇଂରାଜୀ). OUP USA. p. 38. ISBN 978-0-19-978260-4.