ଆଲଜିମର ରୋଗ
ଆଲଜିମର ରୋଗ (ଇଂରାଜୀରେ Alzheimer's disease (AD), ବା ଆଲ୍ଜ୍ହେମର୍ ରୋଗ Alzheimer disease, ବା କେବଳ ଆଲ୍ଜ୍ହେମର୍ସ୍ Alzheimer's,) ଡିମେନ୍ସିଆର ୬୦ରୁ ୭୦ % ଭାଗ ଅଧିକାର କରିଥାଏ । [୧][୨] ଏହା ଏକ ସ୍ନାୟୁ ଅପଜନନକାରୀ (degenerative) ରୋଗ ଯାହା ଧୀରେ ଆରମ୍ଭ ହୁଏ ଓ ସମୟକ୍ରମେ ଖରାପ ଦିଗକୁ ଗତି କରେ । [୧][୨] ଏହାର ପ୍ରାଥମିକ ଲକ୍ଷଣ ମଧ୍ୟରେ ସଦ୍ୟ ଘଟଣାବଳୀ ପାଶୋରିବା (କ୍ଷଣସ୍ଥାୟୀ ସ୍ମୃତିଶକ୍ତି) ହ୍ରାସ ହେବା ଲକ୍ଷ କରାଯାଏ । [୧] ରୋଗ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ଅନ୍ୟ ଲକ୍ଷଣ ଯେପରିକି କଥାବାର୍ତ୍ତା ବା ଲିଖନ ଭିତ୍ତିକ ସମ୍ପର୍କରେ ଅବନତି, ସ୍ଥାନ କାଳ ପାତ୍ର ଅବସ୍ଥିତି ସମ୍ପର୍କରେ ଅବନତି, ସହଜରେ ହଜିଯିବା, ଅସ୍ଥିର ମାନସ, ପ୍ରେରଣାଶକ୍ତି ହାନୀ, ନିଜ ଯତ୍ନ ଅକ୍ଷମତା ଓ ଦୁର୍ବ୍ୟବହାର କରିବା ଦେଖାଯାଏ । [୧][୨] ରୋଗ ଆହୁରି ଆଗେଇଲେ ପରିବାର ଓ ସମାଜରୁ ରୋଗୀ ଦୂରେଇଯାଏ । [୧] ଶାରୀରିକ କ୍ରିୟାହାନୀ ହୋଇ ଧୀରେ ମୃତ୍ୟୁ ହୁଏ । [୩] ରୋଗର ଅଗ୍ରଗତି ସର୍ବଦା ସମାନ ନ ହେଲେ ମଧ୍ୟ ଆୟୁଷ ୩ରୁ ୯ ବର୍ଷ ରହେ । [୪][୫]
ଆଲଜିମର ରୋଗ | |
---|---|
ବିଭାଗ | neurology[*] |
ପୁନଃପୌନିକ | Lua error in ମଡ୍ୟୁଲ:PrevalenceData at line 28: attempt to perform arithmetic on field 'lowerBound' (a nil value). |
ଆଇସିଡ଼ି-୧୦ | G30., F00. |
ଆଇସିଡ଼ି-୯-ସିଏମ୍ | 331.0, 290.1 |
ଓଏମ୍ଆଇଏମ୍ | 104300 |
ରୋଗ ଡାଟାବେସ | 490 |
ମେଡ଼ିସିନ-ପ୍ଲସ | 000760 |
ଇ-ମେଡ଼ିସିନ | neuro/13 |
Patient UK | ଆଲଜିମର ରୋଗ |
MeSH | D000544 |
GeneReviews |
ଆଲଜିମର ରୋଗ କେଉଁ କାରଣରୁ ହୁଏ ତାହା ବୋଧଗମ୍ୟ ହୋଇନାହିଁ । [୧] ଏହି ରୋଗ ସଙ୍କଟ ୭୦ % କେଶ୍ରେ ଅନେକ ଜୀନଦ୍ୱାରା ହେଉଥିବା ବିଶ୍ୱାସ କରାଯାଏ । [୬] ଅନ୍ୟ ସଙ୍କଟଜନକ ଅବସ୍ଥା ମଧ୍ୟରେ ମୁଣ୍ଡ ଆଘାତ, ଅବସାଦ ଓ ଉଚ୍ଚ ରକ୍ତଚାପ ଉଲ୍ଲେଖନୀୟ । [୧] ଏହି ରୋଗ ସହିତ ମସ୍ତିଷ୍କରେ କେତେକ ପ୍ଲେକ୍ ଓ ମୋଡ଼ିମାଡ଼ି ହୋଇ ରହିଥିବା ସ୍ନାୟୁ ତନ୍ତୁ ଦେଖାଯାଏ । [୬] ରୋଗୀର ଇତିହାସରୁ ସମ୍ଭାବ୍ୟ ରୋଗ ନିର୍ଣ୍ଣୟ କରାଯାଏ ଓ କଗ୍ନିଟିଭ୍ ଟେଷ୍ଟ, ମେଡିକାଲ ଇମେଜିଙ୍ଗ ଓ ରକ୍ତ ପରୀକ୍ଷା କରି ଅନ୍ୟ ରୋଗ ନ ଥିବା ସ୍ପଷ୍ଟ କରାଯାଏ । [୭] ପ୍ରାରମ୍ଭରୁ ଏହାର ଲକ୍ଷଣମାନଙ୍କୁ ସ୍ୱାଭାବିକ ବୃଦ୍ଧାବସ୍ଥାର ଲକ୍ଷଣ ବୋଲି ଧରାଯାଏ । [୧] ନିଶ୍ଚିତ ନିର୍ଣ୍ଣୟ ନିମନ୍ତେ ମସ୍ତିଷ୍କ ତନ୍ତୁ ପରୀକ୍ଷା ଆବଶ୍ୟକ । [୬] ଶାରୀରିକ ଓ ମାନସିକ ବ୍ୟାଯାମ କରିବାଦ୍ୱାରା ଓ ମୋଟା ନ ହେବା ପାଇଁ ବ୍ୟବସ୍ଥା କଲେ ଏହି ରୋଗ ସଙ୍କଟ କମିଯାଏ । [୬] ଏହି ରୋଗ ନିମନ୍ତେ ବା ଉପଶମ ନିମନ୍ତେ କୌଣସି ଔଷଧ ବାହାରି ନାହିଁ । [୮]
ଏହି ରୋଗର ପ୍ରଗତିକୁ ବନ୍ଦ କରିହୁଏନି ବା ପଛକୁ ଫେରାଇ ହୁଏନି ଯଦିଓ କିଛି ଲକ୍ଷଣର ସାମୟିକ ଉନ୍ନତି ହୋଇପାରେ । [୨] ରୋଗୀ ତାଙ୍କର ଯତ୍ନ ନେଉଥିବା ଲୋକଙ୍କ ସାହାଯ୍ୟ ଉପରେ ଅଧିକ ନିର୍ଭର କରନ୍ତି ଓ ତାଙ୍କ ଉପରେ ବୋଝ ହୋଇ ସାମାଜିକ, ମାନସିକ ଓ ଅର୍ଥନୈତିକ ଚାପ ସୃଷ୍ଟ କରନ୍ତି । [୯] ବ୍ୟାୟାମ କାର୍ଯ୍ୟକ୍ରମଦ୍ୱାରା ଦୈନନ୍ଦିନ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୁଏ ।[୧୦] ବ୍ୟବହାରିକ ସମସ୍ୟା ଓ ସାଇକୋସିସ୍ ରୋଗର ଚିକିତ୍ସା କରାଯାଉଥିଲେ ମଧ୍ୟ କୌଣସି ଉପକାର ମିଳେନି ଅଧିକନ୍ତୁ ମୃତ୍ୟୁ ନିକଟତର ହୁଏ । [୧୧][୧୨]
ପୃଥିବୀରେ ସନ ୨୦୧୦ରେ ଏହି ରୋଗରେ ୨୧ରୁ ୩୫ ନିୟୁତ ଲୋକ ପୀଡ଼ିତ ଥିଲେ । [୨][୪] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ ଯଦିଓ ୪ରୁ ୫ % କେଶ୍ରେ ଏହି ବୟସ ପୂର୍ବରୁ (early-onset Alzheimer's) ହୁଏ । [୧୩] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୬ % ଲୋକଙ୍କୁ ଏହି ରୋଗ ହୁଏ । [୧] ସନ ୨୦୧୦ରେ ଡିମେନ୍ସିଆ ରୋଗରେ ୪୮୬,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । [୧୪] ସନ ୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଓ ପାଥୋଲୋଜିସ୍ଟ ଆଲଇସ୍ ଆଲ୍ଜ୍ହେମର୍ସ୍ ଏହି ରୋଗ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ବିକଶିତ ଦେଶମାନଙ୍କରେ ଆର୍ଥିକ ଦୃଷ୍ଟିରୁ ଅତି ଖର୍ଚ୍ଚାନ୍ତ ରୋଗ । [୧୫][୧୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Burns A, Iliffe S (5 February 2009). "Alzheimer's disease". BMJ (Clinical research ed.). 338: b158. doi:10.1136/bmj.b158. PMID 19196745.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Dementia Fact sheet N°362". World Health Organization. April 2012. Retrieved 28 November 2014.
- ↑ "About Alzheimer's Disease: Symptoms". National Institute on Aging. Retrieved 28 December 2011.
- ↑ ୪.୦ ୪.୧ Querfurth HW, LaFerla FM (28 January 2010). "Alzheimer's disease". The New England Journal of Medicine. 362 (4): 329–44. doi:10.1056/NEJMra0909142. PMID 20107219.
- ↑ Todd S, Barr S, Roberts M, Passmore AP (November 2013). "Survival in dementia and predictors of mortality: a review". International journal of geriatric psychiatry. 28 (11): 1109–24. doi:10.1002/gps.3946. PMID 23526458.
{{cite journal}}
: CS1 maint: multiple names: authors list (link) - ↑ ୬.୦ ୬.୧ ୬.୨ ୬.୩ Ballard C, Gauthier S, Corbett A,; et al. (19 March 2011). "Alzheimer's disease". Lancet. 377 (9770): 1019–31. doi:10.1016/S0140-6736(10)61349-9. PMID 21371747.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link) - ↑ "Dementia diagnosis and assessment" (PDF). National Institute for Health and Care Excellence (NICE). Archived from the original (PDF) on 5 December 2014. Retrieved 30 November 2014.
- ↑ "More research needed on ways to prevent Alzheimer's, panel finds". National Institute on Aging. 29 August 2006. Archived from the original (PDF) on 28 January 2012. Retrieved 29 February 2008.
- ↑ Thompson CA, Spilsbury K, Hall J, Birks Y, Barnes C, Adamson J. Systematic Review of Information and Support Interventions for Caregivers of People with Dementia. BMC Geriatrics. 2007;7:18. doi:10.1186/1471-2318-7-18. PMID 17662119.
- ↑ Forbes D, Thiessen EJ, Blake CM, Forbes SC, Forbes S (4 December 2013). "Exercise programs for people with dementia". The Cochrane database of systematic reviews. 12: CD006489. doi:10.1002/14651858.CD006489.pub3. PMID 24302466.
{{cite journal}}
: CS1 maint: multiple names: authors list (link) - ↑ National Institute for Health and Clinical Excellence. "Low-dose antipsychotics in people with dementia". National Institute for Health and Care Excellence (NICE). Retrieved 29 November 2014.
- ↑ "Information for Healthcare Professionals: Conventional Antipsychotics". US Food and Drug Administration. 16 June 2008. Retrieved 29 November 2014.
- ↑ Mendez MF (November 2012). "Early-onset Alzheimer's disease: nonamnestic subtypes and type 2 AD". Archives of medical research. 43 (8): 677–85. doi:10.1016/j.arcmed.2012.11.009. PMID 23178565.
- ↑ Lozano R, Naghavi M, Foreman K (15 December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.
{{cite journal}}
: CS1 maint: multiple names: authors list (link) - ↑ Bonin-Guillaume S, Zekry D, Giacobini E, Gold G, Michel JP. Impact économique de la démence (English: The Economical Impact of Dementia). Presse Médicale. 2005;34(1):35–41. French. PMID 15685097.
- ↑ Meek PD, McKeithan K, Schumock GT. Economic Considerations in Alzheimer's Disease. Pharmacotherapy. 1998;18(2 Pt 2):68–73; discussion 79–82. PMID 9543467.