ମହିଳା ଅଧିକାର ପୁଷ୍ଟିକରଣ
ମହିଳା ଅଧିକାର ପୁଷ୍ଟିକରଣ (ଇଂରାଜୀ ଭାଷାରେ A Vindication of the Rights of Woman: with Strictures on Political and Moral Subjects (1792)) ଅଷ୍ଟାଦଶ ଶତାବ୍ଦୀର ବ୍ରିଟିଶ-ମହିଳା ଅଧିକାରବାଦୀ ମେରୀ ଓଲସ୍ଟୋନକ୍ରାଫ୍ଟ (Mary Wollstonecraft) ଲେଖିଥିଲେ ଯାହା ମହିଳା ଅଧିକାର ଦର୍ଶନଶାସ୍ତ୍ର (feminist philosophy) ବିଷୟରେ ଏକ ପ୍ରାରମ୍ଭିକ ରଚନା ଥିଲା । ଏଥିରେ ଅଷ୍ଟାଦଶ ଶତାବ୍ଦୀରେ ମହିଳାମାନେ ବିଧିବଦ୍ଧ ଶିକ୍ଷାଲାଭ କରିବାରେ ରାଜନୈତିକ ସିଦ୍ଧାନ୍ତକାରୀମାନେ ବିଶ୍ୱାସ ରଖୁନଥିବା ଓଲସ୍ଟୋନକ୍ରାଫ୍ଟ ଲେଖିଥିଲେ । ମହିଳାମାନେ ସମାଜରେ ସେମାନଙ୍କର ସ୍ଥିତି ଅନୁରୂପ ଶିକ୍ଷାଲାଭ କରିବାକୁ ଓଲସ୍ଟୋନକ୍ରାଫ୍ଟ ଯୁକ୍ତି କରୁଥିଲେ କାରଣ ସେମାନେ ତାଙ୍କର ସନ୍ତାନ ସନ୍ତତିଙ୍କୁ ଶିକ୍ଷା ଦେଇପାରିବେ ଓ କେବଳ ପତ୍ନୀ ନହୋଇ ସ୍ୱାମୀମାନଙ୍କ ସାଥୀ ହୋଇପାରିବେ । ସମାଜରେ ମହିଳାଙ୍କୁ ଅଳଙ୍କାର ଭାବରେ ବା ବିବାହ ପରବର୍ତ୍ତୀ ବ୍ୟବସାୟୀକ ସମ୍ପତ୍ତି ଭାବରେ ନଦେଖି ସେମାନେ ପୁରୁଷଙ୍କ ଭଳି ଯୁକ୍ତି ସଙ୍ଗତ ସମାନ ମାନବିକ ଅଧିକାର ପାଇବାକୁ ହକ୍ଦାର ବୋଲି ଓଲସ୍ଟୋନକ୍ରାଫ୍ଟ କହୁଥିଲେ ।
A Vindication of the Rights of Woman: With Strictures on Political and Moral Subjects | |
---|---|
File:Vindication1b.jpg | |
ଲେଖକ | Mary Wollstonecraft |
ଦେଶ | United Kingdom |
ଭାଷା | English |
ବିଭାଗ | Political philosophy, proto-feminism |
ପ୍ରକାଶ ତାରିଖ | 1792 |
ଚାର୍ଲସ ମରିସଙ୍କର (Charles Maurice de Talleyrand-Périgord's) ସନ ୧୭୯୧ରେ ଫରାସୀ ଜାତୀୟ ଆସେମ୍ବ୍ଲିର (National Assembly) ରିପୋର୍ଟ ଅନୁସାରେ ମହିଳାମାନେ କେବଳ ଘରୋଇ ଶିକ୍ଷାଲାଭ କରିବା ଉଚିତ - ଏହାକୁ ପଢ଼ି ଓଲସ୍ଟୋନକ୍ରାଫ୍ଟ ଟିପ୍ପଣୀ ଦେଇ ମହିଳାମାନଙ୍କୁ ଭାବନାତ୍ମକ ହୋଇ ଯୌନ ଦୈତ ମାପଦଣ୍ଡ ବିରୁଦ୍ଧରେ ଏକ ବିରାଟ ଆକ୍ରମଣର ଆହ୍ୱାନ କରି ମହିଳା ଅଧିକାର ବିଷୟ ଉଲ୍ଲେଖ ଲେଖିଥିଲେ । ଏହି ଚଳନ୍ତି ଘଟଣାମାନଙ୍କର ପ୍ରତିକ୍ରିୟାରେ ଓଲସ୍ଟୋନକ୍ରାଫ୍ଟ ମହିଳା ଅଧିକାର ବିଷୟ ତରତର ହୋଇ ଲେଖିଥିଲେ, ସେ ଏହି ବିଷୟରେ ଏକ ଦ୍ୱିତୀୟ ଭାଗରେ ବିଷଦ ଭାବରେ ଲେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହା ଶେଷ ହେବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।
ଜୀବନ କ୍ଷେତ୍ରରେ ଯେତେବେଳ ବି ନୈତିକତା ଭଳି ପ୍ରସଙ୍ଗ ଓଲସ୍ଟୋନକ୍ରାଫ୍ଟ ଉତ୍ଥାପନ କରନ୍ତି ସେତେବେଳେ କେବେବି ଉଭୟ ସମାନ ବୋଲି କହନ୍ତି ନାହିଁ । ତାଙ୍କର ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ବକ୍ତବ୍ୟ ଯୋଗୁ ଓଲସ୍ଟୋନକ୍ରାଫ୍ଟଙ୍କୁ ଆଧୁନିକ ଫେମିନିଷ୍ଟ ଭାବରେ ବର୍ଗୀକରଣ କରାଯାଇପାରେନି କାରଣ ସମାନତା କଳ୍ପନା ତାଙ୍କୁ ମିଳିନଥିଲା । ତାଙ୍କର ମହିଳା ଅଧିକାର କଳ୍ପନାର ପ୍ରତିକୂଳ ପ୍ରଭାବ ଥିଲା ବୋଲି ସମସ୍ତେ ଗ୍ରହଣ କରିନେଇଥିଲେ । ଉଇଲିଅମ ମହିଳା ଅଧିକାର ପୁଷ୍ଟିକରଣରେ ଲେଖିକାଙ୍କ ଜୀବନ କାଳ ମଧ୍ୟରେ ତାଙ୍କ ଜୀବନୀ ସ୍ମରଣ କରି ଗଡୱିନ (William Godwin) ପ୍ରକାଶିତ କରିବା (୧୭୯୮) ପରେ ଏହାକୁ ଆଧୁନିକ ଚିନ୍ତାଧାରା ଭାବି ପୂର୍ବଭଳି ଗାଳି କରାଗଲା । ସନ ୧୭୯୨ରେ ମହିଳା ଅଧିକର ଛାପା ହେବା ପରେ ପ୍ରକୃତରେ ଏହାକୁ ଗ୍ରହଣ କରାଗଲା । ଜଣେ ଜୀବନୀ ଲେଖକ କହିଥିଲେ, "ବୋଧହୁଏ ଏହା ଓଲସ୍ଟୋନକ୍ରାଫ୍ଟଙ୍କର ଏହି ଶତାବ୍ଦୀର ଏକ ମୌଳିକ ପୁସ୍ତକ ।" [୧] ଊନବିଂଶ ଶତାବ୍ଦୀରେ ମହିଳା ଅଧିକାର ଦାବୀ କରୁଥିବା ମହିଳାଙ୍କ ଉପରେ ଏହି ଲେଖା ପ୍ରବଳ ପ୍ରଭାବ ପକେଇଥିଲା । ସନ ୧୮୪୮ରେ ସେନେକା ଫଲସ କନଭେନସନରେ (Seneca Falls Convention) ଡିକ୍ଲାରେସନ ଅଫ ସେଣ୍ଟିମେଣ୍ଟସ (Declaration of Sentiments) ନାମକ ଏକ ଡକୁମେଣ୍ଟ ଲିଖିତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆନ୍ଦୋଳନକାରୀଙ୍କର ଲକ୍ଷ ସ୍ଥାପିତ ହୋଇଥିଲା ।
ଫରାସୀ ବିପ୍ଳବ ଚାଲିଥିଲା ବେଳେ ମହିଳା ଅଧିକାର ପୁଷ୍ଟିକରଣ ଲଂଲଣ୍ଡରେ ମଧ୍ୟ ଆଲୋଡ଼ନ ସୃଷ୍ଟିକରିଥିଲା । ଚର୍ଚ୍ଚ ଓ ପ୍ରଶାସନ ପୃଥକ ହୋଇଯିବା ପ୍ରସଙ୍ଗ ମଧ୍ୟ ଏଥିରେ ଥିଲେ । ଏହିପରି ଏକ ସମୟରେ ଏଡମଣ୍ଡ ବର୍କେଙ୍କ ଫରାସୀ ବିପ୍ଳବର ପ୍ରତିଫଳନ ପରିପ୍ରେକ୍ଷୀରେ ୧୭୯୦ରେ ଓଲସ୍ଟୋନକ୍ରାଫ୍ଟ ମହିଳା ଅଧିକାର ପୁଷ୍ଟିକରଣ ଲେଖି ପ୍ରଥମେ ପ୍ରବେଶ କଲେ ।[୨]