୩ଡି ଅଲ୍ଟ୍ରାସାଉଣ୍ଡ

(3D ultrasoundରୁ ଲେଉଟି ଆସିଛି)

୩ଡି ଅଲ୍ଟ୍ରାସାଉଣ୍ଡ୍ ହେଉଛି ଏକ ଚିକିତ୍ସା ବିଜ୍ଞାନରେ ଉପଯୋଗ ହେଉଥିବା ଅଲ୍ଟ୍ରାସାଉଣ୍ଡ୍ ପ୍ରବିଦ୍ଧି ଯାହାକି ଭୃଣ, ହ୍ରୁଦଜନିତ, ମଳାଶୟ ଏବଂ ରକ୍ତ ବାହିକା ଆଦିରେ ଉପଯୋଗ ହୋଇଥାଏ । ୩ଡି ଅଲ୍ଟ୍ରାସାଉଣ୍ଡ୍ ମୁଖ୍ୟତଃ ଅଲ୍ଟ୍ରାସାଉଣ୍ଡ୍ ତଥ୍ୟର ମାତ୍ରା ପ୍ରତିପାଦନ କରେ ଏବଂ ଯେତେବେଳେ ଏହା ଏକ ସମୟସୀମାରେ ଗଚ୍ଛିତ ତଥ୍ୟ ପ୍ରକ୍ରିୟାକରଣ କରିଥାଏ ଏହାକୁ ୪ଡି (୩ ସ୍ଥାୟୀ ଡାଇମେନସନ୍ + ୧ ସମୟ ଡାଇମେନସନ୍) ମଧ୍ୟ ସମ୍ବୋଧନ କରାଯାଏ । 

୨୦ ସପ୍ତାହ ବୟସର ଏକ ମଣିଷ ଭୃଣ  

୩ଡି ଅଲ୍ଟ୍ରାସାଉଣ୍ଡ୍ ତଥ୍ୟ ଚାରୋଟି ସାଧାରଣ ଉପାୟରେ ଗଚ୍ଛିତ କରାଯାଇପାରେ । 

ଫ୍ରିହ୍ୟାଣ୍ଡ୍, ଯେଉଁଥିରେ ପ୍ରୋବକୁ ଟିକେ ବଙ୍କାଇକରି ଏକ ଶୃଙ୍ଖଳାରେ ଅଲ୍ଟ୍ରାସାଉଣ୍ଡ୍ ଛବି ନେଇହବ ଓ ଟ୍ରାନ୍ସଡ୍ୟୁସର ଗତିପଥ ପ୍ରତିକ୍ଷଣ ରେକର୍ଡ କରିହେବ ।

ଯନ୍ତ୍ରଦ୍ୱାରା, ଯେଉଁଠାରେ ଗୋଟିଏ ଆଭ୍ୟନ୍ତରୀଣ ରୈଖିକ ପ୍ରୋବର ବୁଲାଣି ବଙ୍କାଣୀ, ପ୍ରୋବ ଭିତରେ ଥିବା  ଗୋଟିଏ ମୋଟରଦ୍ୱାରା ସନ୍ତୁଳିତ ହୋଇଥାଏ । 

ଗୋଟିଏ ଏଣ୍ଡୋପ୍ରୋବ ଉପଯୋଗ କରିବା ଦ୍ୱାରା, ଯେଉଁଥିରେ ଗୋଟିଏ ପ୍ରୋବକୁ ପୁରାଇ ଟ୍ରାନ୍ସଡ୍ୟୁସରକୁ ନିୟନ୍ତ୍ରଣର ସହ କାଢ଼ିଲେ ଆୟତନ ଜଣାପଡ଼ିଥାଏ ।

ଶେଷ ଏବଂ ଚତୁର୍ଥ ପ୍ରଯୁକ୍ତି ହେଉଛି ମାଟ୍ରିକ୍ସ ଆରେ ଟ୍ରାନ୍ସଡ୍ୟୁସର ଯାହା ବିମଷ୍ଟିଅରିଂ ଉପଯୋଗ କରି ବିନ୍ଦୁ ଗୁଡିକୁ ଯାଞ୍ଚ ପରଖ କରି ଏକ ପିରାମିଡ଼ ପ୍ରକାରର ଆୟତନ ପ୍ରସ୍ତୁତ କରେ । [୧]

ଆଧାର  ସମ୍ପାଦନା

  1. Hoskins, Peter; Martin, Kevin; Thrush, Abigail (2010). Diagnostic ultrasound : physics and equipment (2nd ed.). Cambridge, UK: Cambridge University Press. ISBN 978-0-521-75710-2.

ବାହ୍ୟ ଆଧାର  ସମ୍ପାଦନା