ୱିଲହେମ ରଣ୍ଟଜେନ
ୱିଲହେମ କନରାଡ ରଣ୍ଟଜେନ (Wilhelm Conrad Röntgen: ୨୭ ମାର୍ଚ୍ଚ ୧୮୪୫ରୁ ୧୦ ଫେବୃଆରୀ) ଜର୍ମାନୀ ଦେଶର ଜଣେ ପଦାର୍ଥ ବିଜ୍ଞାନୀ ଥିଲେ । ସେ ୮ ନଭେମ୍ବର ୧୮୯୫ ମସିହାରେ ଗୋଟିଏ ଇଲେକ୍ଟ୍ରୋମ୍ୟାଗନେଟିକ ୱେଭଲେନ୍ଥ ଆବିଷ୍କାର କଲେ ଯାହା ଅଧୁନା ଏକ୍ସ- ରେ (X-rays or Röntgen rays) ନାମରେ ପରିଚିତ ଓ ଏଥି ନିମନ୍ତେ ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ପ୍ରଥମ ନୋବେଲ ପୁରସ୍କାର ମିଳିଥିଲା[୧] । ତାଙ୍କୁ ସମ୍ମାନ ଜଣେଇ ଆଇ.ୟୁ.ପି.ଏ.ସି. ( International Union of Pure and Applied Chemistry: IUPAC ) ସଂସ୍ଥା ୨୦୦୪ ମସିହାରେ ଗୋଟିଏ ଏଲିମେଣ୍ଟ ୧୧୧କୁ ତାଙ୍କ ନାମାନୁସାରେ ରଣ୍ଟଜେନିଅମ ନାମ ଦିଆଗଲା ।
ୱିଲହେମ ରଣ୍ଟଜେନ | |
---|---|
ଜନ୍ମ | Wilhelm Conrad Röntgen ୨୭ ମାର୍ଚ୍ଚ ୧୮୪୫ |
ମୃତ୍ୟୁ | ୧୦ ଫେବୃଆରୀ ୧୯୨୩ Munich, Germany | (ବୟସ ୭୭)
ଜାତୀୟତା | German |
ଶିକ୍ଷାନୁଷ୍ଠାନ | |
ପ୍ରସିଦ୍ଧି | X-rays |
ପୁରସ୍କାର | Nobel Prize in Physics (1901) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Physics X-ray astronomy |
କର୍ମାନୁଷ୍ଠାନ | |
ଡକ୍ଟରୀ ଉପଦେଷ୍ଟା | August Kundt |
ଡକ୍ଟରୀ ଛାତ୍ର | |
ଦସ୍ତଖତ | |
ଜୀବନୀ
ସମ୍ପାଦନାରଣ୍ଟଜେନଙ୍କ ପିତା ଜଣେ ଲୁଗା ପ୍ରସ୍ତୁତକାରୀ ଓ ବେପାରୀ ଥିଲେ ଓ ମାଆଙ୍କ ନାମ ଚାର୍ଲୋଟ (Charlotte Constanze Frowein) ଥିଲା । ଜୁରିକର ଫେଡେରାଲ ପଲିଟେକ୍ନିକ୍ ଇନ୍ସ୍ଟିଚ୍ୟୁଟରେ ସେ ମେକାନିକାଲ ଇଞ୍ଜିନିଅରିଙ୍ଗ ପାସ କରିଥିଲେ । ସେ ୧୮୬୯ ମସିହାରେ ଜୁରିକ ୟୁନିଭରସିଟିରୁ ପି.ଏଚ୍.ଡି ଲାଭ କରିଥିଲେ । ସେ ୧୮୭୩ ମସିହାରେ ତାଙ୍କର ପ୍ରଫେସର ଅଗଷ୍ଟ କୁଣ୍ଡତଙ୍କ (August Kundt) ପ୍ରିୟ ଛାତ୍ର ହୋଇ ତାଙ୍କ ସହ ସ୍ଟ୍ରାସବର୍ଗ ୟୁନିଭରସିଟିକୁ ଆସିଥିଲେ[୨] । ସେ ୧୮୭୪ ମସିହାରେ ସ୍ଟ୍ରସବର୍ଗ ୟୁନିଭରସିଟିରେ ଲେକ୍ଚରର୍ ରୂପେ ଯୋଗ ଦେଇଥିଲେ ଓ ୧୮୭୫ ମସିହାରେ ହୋହେନ୍ହେମ୍ଠାରେ ଏକାଡେମି ଅଫ ଏଗ୍ରିକଲଚର ଅନୁଷ୍ଠାନରେ ପ୍ରଫେସର ହୋଇଥିଲେ ।
ଆନ୍ନା ବର୍ଥା ଲୁଡବିଗ ତାଙ୍କର ପତ୍ନୀ ଥିଲେ ଓ ତାଙ୍କର ଜୋସେଫାଇନ ନାମରେ ଗୋଟିଏ ପାଳିତା କନ୍ୟା ଥିଲା ଯିଏ ଜୋସେଫାଇନଙ୍କି ଭାଇଙ୍କ ଝିଅ ଥିଲେ । ଅନ୍ତନଳୀ କର୍କଟ ରୋଗରେ ପୀଡ଼ିତ ହୋଇ ରଣ୍ଟଜେନ ୧୮୨୩ ମସିହାରେ ଦେହ ତ୍ୟାଗ କଲେ[୩] । ସେ ସର୍ବଦା ଶିଶାର ପୋଷାକ ପିନ୍ଧୁ ଥିବାରୁ କର୍କଟ ରୋଗ ରାଡିଏସନ ଯୋଗୁ ହେବା କାରଣକୁ ଅସ୍ୱୀକାର କରାଯାଏ ।
ରଣ୍ଟଜେନ ତାଙ୍କର କୌଣସି ଆବିଷ୍କାରକୁ ପେଟେଣ୍ଟ କରୁ ନ ଥିଲେ । ନୋବେଲ ପୁରସ୍କାର ଅର୍ଥକୁ ସେ ଉର୍ଜବର୍ଗ ୟୁନିଭରସିଟିକୁ ଦାନ କରିଦେଇଥିଲେ । ତାଙ୍କ ଶେଷ ଜୀବନରେ ସେ ବ୍ୟାଙ୍କରପ୍ଟ ହୋଇଯାଇଥିଲେ ଓ ମ୍ୟୁନିକ ପାଖରେ ଥିବା ବେଲ୍ହେମଠାରେ ତାଙ୍କର ନିଜ ଗ୍ରାମ ଘରେ ରହୁଥିଲେ[୪] । ତାଙ୍କର ଉଇଲ ଅନୁସାରେ ତାଙ୍କର ବ୍ୟକ୍ତିଗତ ଓ ବୈଜ୍ଞାନିକ ପତ୍ରାଳାପ ସବୁ ନଷ୍ଟ କରିଦିଆଯାଇଥିଲା ।
ଆଧାର
ସମ୍ପାଦନା- ↑ Novelline, Robert. Squire's Fundamentals of Radiology. Harvard University Press. 5th edition. 1997. ISBN 0-674-83339-2 p. 1.
- ↑ Trevert, Edward (1988). Something About X-Rays for Everybody. Madison, WI: Medical Physics Publishing Corporation. p. 4. ISBN 0-944838-05-7.
- ↑ Glasser, Otto (1933). Wilhelm Conrad Röntgen and the Early History of the Roentgen Rays. London: John Bale, Sons and Danielsson, Ltd. p. 305. OCLC 220696336.
- ↑ Nitske, Robert W., The Life of W. C. Röntgen, Discoverer of the X-Ray, University of Arizona Press, 1971.
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ରମଫୋର୍ଡ ମେଡାଲ (Rumford Medal - ୧୮୯୬ ମସିହା)
- ମ୍ୟାଟେଉଉସି ମେଡାଲ (Matteucci Medal - ୧୮୯୬ ମସିହା)
- ଏଲିଅଟ କ୍ରେସନ୍ ମେଡାଲ (Elliott Cresson Medal - ୧୮୯୭ ମସିହା)
- ନୋବେଲ ପୁରସ୍କାର (Nobel Prize for Physics - ୧୯୦୧ ମସିହା)
- ଆଇ.ୟୁ.ପି.ଏ.ସି. ( International Union of Pure and Applied Chemistry: IUPAC ) ସଂସ୍ଥା ୨୦୦୪ ମସିହାରେ ଗୋଟିଏ ଏଲିମେଣ୍ଟ ୧୧୧କୁ ତାଙ୍କ ନାମାନୁସାରେ ରଣ୍ଟଜେନିଅମ ନାମ ଦିଆଗଲା ।