୨୦୧୧ କ୍ରିକେଟ ବିଶ୍ୱ କପ
୨୦୧୧ ମସିହାରେ ହେଇଥିବା ICC କ୍ରିକେଟ ବିଶ୍ୱ କପ, ବିଶ୍ୱ କପ ଇତିହାସରେ ୧୦ ମ ବିଶ୍ୱ କପ ଥିଲା । ଏହା ମିଳିତ ଭାବରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହେଇଥିଲା । ଭାରତ ଏହି ଟୁର୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଥିଲା । ଏହା ଭାରତର ୧୯୮୩ ପରେ ଜିତିଥିବା ଅନ୍ୟତମ ବିଶ୍ୱ କପ ବିଜୟ । ଏହା ଜିତିବା ପରେ ଭାରତ ନିଜ ଦେଶରେ ଆୟୋଜିତ ହଉଥିବା ବିଶ୍ୱ କପ ଜିତିବାରେ ପ୍ରଥମ ଦେଶ ମଧ୍ୟ ହେଲା । ଏହି ବିଶ୍ୱ କପରେ ଯୁବରାଜ ସିଂହ "man of the tournament ପୁରସ୍କାର ଜିତିଥିଲେ । ପ୍ରଥମ ଥର ପାଇଁ ୨ଟି ଏସୀୟ ଦେଶ ବିଶ୍ୱ କପ ଫାଇନାଲ ଖେଳିଥିଲେ ଓ ଅଷ୍ଟ୍ରେଲିଆ ୧୯୯୨ ପରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇ ନଥିଲା ।
ଏହି ବିଶ୍ୱ କପରେ ୧୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଟେଷ୍ଟ ମାନନ୍ୟତା ପ୍ରାପ୍ତ ୧୦ଟି ଦେଶ ସମେତ ICCର ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରୁ ବାକି ୪ଟି ଦଳ ଚୟନ କରା ଯାଇଥିଲା ।
ଫର୍ମାଟ
ସମ୍ପାଦନା୨୦୦୭ ମସିହାରେ ICCଦ୍ୱାରା ଆହୁତ ସମ୍ମିଳନୀରେ ବିଶ୍ୱ କପର ପ୍ରଚଳିତ ଫର୍ମାଟର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ୧୪ଟି ଦଳକୁ ନେଇ ଦୁଇଟି ଗ୍ରୁପରେ ୭ଟି ଲେଖା ଦଳ ଭିତରେ ରାଉଣ୍ଡ ରବୀନ ପଦ୍ଧତିରେ ମେଚ ଅନୁଷ୍ଠିତ କରି ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୪ଟି ଲେଖା ଟିମକୁ ନେଇ ସୁପର ୮ ପ୍ରତିଯୋଗିତା ହେବାର ସ୍ଥିର ହେଇଥିଲା ।
ଯୋଗ୍ୟତା ଅର୍ଜନ
ସମ୍ପାଦନାICC ଟେଷ୍ଟ ମାନ୍ୟତାରେ ଥିବା ୧୦ଟି ଦଳକୁ ସିଧା ସଳଖ ପ୍ରବେଶ ଦିଅ ଯାଇ ଅବଶିଷ୍ଟ ୪ଟି ସ୍ଥାନ ପାଇଁ ଯୋଗ୍ୟତା ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ଯୋଗ୍ୟତା ପ୍ରତିଯୋଗିତାରେ ଆୟରଲଣ୍ଡ, କାନାଡା, ହଲାଣ୍ଡ ଓ କେନିୟା ଏହି ପ୍ରତିଯୋଗତାର ପ୍ରଥମ ୪ଟି ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କଲେ ।
ଅଂଶ ଗ୍ରହଣ କାରୀ ଦଳର ସୂଚୀ
ସମ୍ପାଦନା୧୪ଟି ଅଂଶ ଗ୍ରହଣ ଯୋଗ୍ୟ ଦଳଙ୍କ ମଧ୍ୟରେ ଗ୍ରୁପ A ଓ ଗ୍ରୁପ B ଗଠିତ ହେଲା
Group A | Group B | ||
---|---|---|---|
Rank | Team | Rank | Team |
Full Members | |||
1 | Australia | 2 | India (co-host) |
3 | Pakistan | 4 | South Africa |
5 | New Zealand | 6 | England |
7 | Sri Lanka(co-host) | 8 | West Indies |
9 | Zimbabwe | 10 | Bangladesh (co-host) |
Associate Members | |||
11 | Canada | 12 | Ireland |
13 | Kenya | 14 | Netherlands |
ପ୍ରସ୍ତୁତି
ସମ୍ପାଦନାପାକିସ୍ତାନର ସହ ଆୟୋଜକ ହେବାର ଯୋଗ୍ୟତା ରଦ୍ଦ
ସମ୍ପାଦନାଏହି ପ୍ରତିଯୋଗିତା ପାଇଁ ପାକିସ୍ତାନ ମଧ୍ୟ ସହ ଆୟୋଜକ ହେବାର ସ୍ଥିର ହେଇଥିଲା । ତେବେ ୨୦୦୯ ମସିହାରେ ଆତଙ୍କବାଦୀମାନଙ୍କଦ୍ୱାରା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ବସରେ ଆକ୍ରମଣ ହେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ମେଚ ଆୟୋଜନ ସୁଯୋଗରୁ ବାଦ ଦିଆ ଯିବାର ନିଷ୍ପତ୍ତି ନିଆଯାଇଥିଲା ।
ଯୋଗ୍ୟତା ଅର୍ଜନ
ସମ୍ପାଦନାGroup A | Group B | ||
---|---|---|---|
Rank | Team | Rank | Team |
Full Members | |||
1 | Australia | 2 | India (co-host) |
3 | Pakistan | 4 | South Africa |
5 | New Zealand | 6 | England |
7 | Sri Lanka(co-host) | 8 | West Indies |
9 | Zimbabwe | 10 | Bangladesh (co-host) |
Associate Members | |||
11 | Canada | 12 | Ireland |
13 | Kenya | 14 | Netherlands |
ଗାନ
ସମ୍ପାଦନାଏହି ବିଶ୍ୱ କପ ପାଇଁ ହିନ୍ଦୀ, ସିଂହଳୀ ଓ ବାଂଲା ଭାଷାରେ ୩ଟି ଗାନ ଚୟନ କରାଯାଇଥିଲା । ଉଦ୍ଧଘାଟନ ସମାରୋହରେ ଏହି ସବୁ ଗାନ ପରିବେଷିତ ହେଇଥିଲା ।
ମାସ୍କଟ
ସମ୍ପାଦନା" ସ୍ତୁମ୍ପି " ନାମ ଦିଅ ହେଇଥିବା ଏକ ହାତିଶାବକକୁ ମାସ୍କଟ ଭାବରେ ସ୍ୱୀକୃତି ଦିଅ ଯାଇଥିଲା । ଏକ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ଏହା ବଛା ଯାଇଥିଲା ।
ଉଦଘାଟନ ସମାରୋହ
ସମ୍ପାଦନାବାଂଲାଦେଶର ରାଜଧାନୀ ଢାକାର ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିଅମରେ ୧୭ ଫେବୃଆରୀ, ୨୦୧୧ରେ ଏହି ବିଶ୍ୱ କପର ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା ।
ପୁରସ୍କାର ରାଶି
ସମ୍ପାଦନାଏହି ପ୍ରତିଯୋଗିତାରେ ଦଳ ମାନଙ୍କ ପାଇଁ ପୁରସ୍କାର ରାଶିର ବର୍ଦ୍ଧନ କରା ଯାଇଥିଲା
- କ୍ୱାଟର ଫାଇନାଲରୁ ବାହାରିଥିବା ଦଳ -୨୫୦,୦୦୦ ଡଲାର
- ୪ ର୍ଥ ସ୍ଥାନିତ ଦଳ -୫୦୦,୦୦୦ ଡଲାର
- ୩ ୟ ସ୍ଥାନିତ ଦଳ -୫୦୦,୦୦୦ ଡଲାର
- ରାନର୍ସ ଅପ - ୧.୫୦୦,୦୦୦ ଡଲାର
- ବିଜେତା - ୩.୨୫୦,୦୦୦ ଡଲାର
ପ୍ରାଙ୍ଗଣ ସବୁ
ସମ୍ପାଦନାIndia | ||||
---|---|---|---|---|
Kolkata | Chennai | New Delhi | Nagpur | Ahmedabad |
Eden Gardens | M. A. Chidambaram Stadium | Feroz Shah Kotla Ground | Vidarbha Cricket Association Stadium |
Sardar Patel Stadium |
Capacity: 66,349 | Capacity: 37,220 | Capacity: 40,715 | Capacity: 45,000 | Capacity: 54,000 |
Mumbai | Mohali | Bangalore | ||
Wankhede Stadium | Punjab Cricket Association Stadium |
M. Chinnaswamy Stadium | ||
Capacity: 32,000 | Capacity: 42,000 | Capacity: 36,430 | ||
Sri Lanka | Bangladesh | |||
Colombo | Pallekele | Hambantota | Chittagong | Dhaka |
R. Premadasa Stadium | Pallekele International Cricket Stadium |
Mahinda Rajapaksa International Stadium |
Zohur Ahmed Chowdhury Stadium |
Sher-e-Bangla National Cricket Stadium |
Capacity: 35,000 | Capacity: 35,000 | Capacity: 35,000 | Capacity: 20,000 | Capacity: 26,000 |
ଆମ୍ପୟର
ସମ୍ପାଦନାଦଳ ସବୁ
ସମ୍ପାଦନାପ୍ରତେକ ଦଳରେ ୧୫ ଜଣ ଖେଳାଳିଙ୍କୁ ଆସିବାକୁ ଅନୁମତି ଦିଆ ଯାଇଥିଲା ।
Matches
ସମ୍ପାଦନାଅଭ୍ଯାସ ମେଚ
ସମ୍ପାଦନାପରିସ୍ଥିତି ସହ ଖାପ ଖୁଆଇବାକୁ ବିଶ୍ୱ କପ ମେଚ ଆରମ୍ଭ ହେବା ଆଗରୁ ପ୍ରତି ଦଳ ପାଇଁ ଅଭ୍ଯାସ ମେଚ ସବୁର ଆୟୋଜନ କରା ଯାଇଥିଲା ।
ଗ୍ରୁପ ସ୍ତର
ସମ୍ପାଦନାଗ୍ରୁପ A
ସମ୍ପାଦନାଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ
ଗ୍ରୁପ B
ସମ୍ପାଦନାଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ
କ୍ୱାଟର ଫାଇନାଲ
ସମ୍ପାଦନାସେମି ଫାଇନାଲ
ସମ୍ପାଦନାଫାଇନାଲ
ସମ୍ପାଦନାପରିସଙ୍ଖ୍ୟାଁନ
ସମ୍ପାଦନାବିବାଦୀୟ ପରିସ୍ଥିତି
ସମ୍ପାଦନା- ବାଂଲାଦେଶର କିଛି ଦର୍ଶକ ୱେଷ୍ଟ ଇଣ୍ଡିଜ ଦଳ ଉପରେ ଟେକା ପଥର ଫୋପଡିଥିବାର ଅଭିଯୋଗ ହେଇଥିଲା । ତାହା ପରେ ଦଳକୁ ଦିଆଯାଉଥିବା ସୁରକ୍ଷ୍ୟା ବଢ଼େଇ ଦିଅ ଯାଇଥିଲା ।
- ମୁମ୍ବାଇରେ ଶିବ ସେନା ପାକିସ୍ତାନ ଦଳକୁ ଅନ୍ତର୍ଭୁକ୍ତ କରା ଯାଇଥିବାରୁ ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ମେଚ ହେବାରେ କିଛି ଅସୁବିଧା ହେଇ ନ ଥିଲା ।
- ଗୃପ ସ୍ତରରେ ଭାରତ ବନାମ ଇଂଲଣ୍ଡ ମେଚରେ ଅମ୍ପାୟରଙ୍କ ନିଷ୍ପତ୍ତି ନେଇ ବିବାଦ ଉପୁଜିଥିଲା ।
- ଫାଇନାଲରେ ମେଚ ରେଫରି ଦର୍ଶକଙ୍କ କୋଳାହଳଦ୍ୱାରା ଟସରେ ଶ୍ରୀଲଙ୍କା ଅଧିନାୟକ କହିଥିବା କଥା ଠିକ ଶୁଣି ପାରିନଥିବାରୁ ଟସ ଆଉଥରେ ହେଇଥିଲା । ଏପରି ଦୃଷ୍ଟାନ୍ତ କ୍ରିକେଟରେ ପ୍ରଥମ ଥର ପାଇଁ ହେଲା ।