୧୯୯୧ ପଞ୍ଜାବ ଗଣହତ୍ୟା
30°52′59″N 75°51′00″E / 30.883°N 75.85°E
୧୯୯୧ ପଞ୍ଜାବ ଗଣହତ୍ୟା | |
---|---|
ସ୍ଥାନ | ଲୁଧିଆନା ଜିଲ୍ଲା, ପଞ୍ଜାବ, ଭାରତ |
ତାରିଖ | ୧୫ ଜୁନ ୧୯୯୧ |
ମୃତ୍ୟୁ | 80-126 |
୧୯୯୧ ପଞ୍ଜାବ ଗଣହତ୍ୟା, ୧୭ ଜୁନ ୧୯୯୧ରେ ଲୁଧିଆନା ଜିଲ୍ଲାରେ ରେଳ ଯାତ୍ୀଙ୍କ ଉପରେ ହୋଇଥିବା ଗଣହତ୍ୟା, ଯେଉଁଥିରେ ଶିଖ ଆକ୍ରମଣକାରୀମାନେ ଭାରତର ଲିଧିଆନା ସହରରେ ଚାଲୁଥିବା ଦୁଇଟି ରେଳରେ ୧୨୬ ଜଣଙ୍କ ମଧ୍ୟରୁ ୮୦ ଜଣଙ୍କୁ ମାରିଦେଇଥିଲେ ।[୧] ଆକ୍ରମଣକାରୀମାନନେ ଦୁଇଟି ରେଳକୁ ଲୁଧିଆନା ଷ୍ଟେସନ୍ଠାରୁ ଏକ କିମି ଦୂରରେ ଜରୁରୀକାଳୀନ ଶୃଙ୍ଖଳ, ଜରୁରୀକାଳୀନ ବ୍ରେକ ଟାଣି ଟାଣି ଅଟକାଇଥିଲେ । ସେମାନେ ରେଳ ଭିତରେ ଗୁଳି କରିବା ଆରମ୍ଭ କରିଦେଇଥିଲେ ଓ ୮୦ ଜଣଙ୍କୁ ମାରି ଦେଇଥିଲେ । ବଞ୍ଚି ରହିଥିବା ଲୋକଙ୍କ ଅନୁଯାୟୀ ଦୁଇଟି ରେଳ ମଧରେ ହିନ୍ଦୁ ଯାତ୍ରୀମାନଙ୍କୁ ଖୋଜି ଖୋଜି ମରା ଯାଉଥିଲା । ଆକ୍ରମଣକାରୀମାନେ ରେଳ ମଧ୍ଯରେ ହିନ୍ଦୁ ଯାତ୍ରୀମାନଙ୍କୁ ଚିହ୍ନଟ କରି ପ୍ରବେଶ କରିଥିଲେ ଏବଂ ଶିଖମାନଙ୍କୁ ଛାଡି ମାରି ଚାଲିଥିଲେ । ଦ୍ୱିତୀୟ ରେଳରେ ଅକ୍ରମଣକାରୀମାନେ ବାଛବିଚାର ନ କରି ଗୁଳି କରିଥିଲେ । ଆକ୍ରମଣକାରୀମାନେ ଚାଲିଯିବା ପରେ ରେଳଟି ବୁଦ୍ଦୁୱାଲ ଷ୍ଟେସନ୍ ଚାଲିଯାଇଥିଲା । ସେଠାରେ ଏକ ଉଦ୍ଧାରକାରୀ ଦଳ ଡାକ୍ତରଙ୍କୁ ଧରି ପହଁଞ୍ଚିଥିଲା । ସ୍ଥାନୀୟ ଗ୍ରାମ୍ବାସୀମାନେ ମଧ୍ୟ ଜୀବିତଙ୍କୁ ଖାଦ୍ୟ, ଜଳ, ଔଷଧ ଓ ମାନସିକ ସହାୟତା ପ୍ରଦାନ କରିଥିଲେ । ଅପ୍ରେଲରେ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା ଓ ଜୁନ ଆକ୍ରମଣ ରାଜ୍ୟର ମୋଟ ୭୦୦ ଜଣଙ୍କୁ ମାରିଥିଲା ।[୨]
ପରେ ସେହି ବର୍ଷ, ଡିସେମ୍ବର ୧୯୯୧ରେ, ଆକ୍ରମଣକାରୀମାନେ ଲୁଧିଆନାରୁ ଫିରୋଜ[ଉର ଯାଉଥିବା ରେଳରେ ୪୯ଜଣ ଅଧିକ ଯାତ୍ରୀ ମୁଖ୍ୟତଃ ହିନ୍ଦୁମାନଙ୍କୁ ମାରିଥିଲେ ।[୩]
ଆଧର
ସମ୍ପାଦନା- ↑ "Sikhs attack India trains, killing 126". Chicago Sun-Times. June 17, 1991. Archived from the original on January 6, 2019.
- ↑ Extremists in India Kill 80 on 2 Trains As Voting Nears End, The New York Times (June 16, 1991)
- ↑ 49 Slain by Gunmen on Train in India, The New York Times (December 27, 1991)
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଏହି terrorism-related ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଏହି massacre-related ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |