ୟୁରିଡାଇନ୍ ଟ୍ରାଇଆସେଟେଟ
ୟୁରିଡାଇନ୍ ଟ୍ରାଇଆସେଟେଟ (ଇଂରାଜୀ ଭାଷାରେ Uridine triacetate) ଯାହା ପୂର୍ବରୁ ଭିଷ୍ଟୋନୁରିଡାଇନ ଭାବରେ ଜଣାଶୁଣା ଥିଲା, ହେଉଛି ଏକ ଔଷଧ ଯାହା ବଂଶଗତ ଓରୋଟିକ୍ ଏସିଡୁରିଆ ଓ ଫ୍ଲୋରୋୟୁରାସିଲ କିମ୍ବା କ୍ୟାପେସିଟାବାଇନ୍ କାରଣରୁ ବିଷାକ୍ତ ହେଲେ ବ୍ୟବହୃତ ହୁଏ ।[୧] ବିଷାକ୍ତତା ପାଇଁ ଏହାକୁ ୪ ଦିନ ମଧ୍ୟରେ ବ୍ୟବହାର କରାଯିବା ଉଚିତ ଏବଂ ଲକ୍ଷଣଗୁଡିକର ଉପସ୍ଥିତିକୁ ଖାତିର ନକରି ଅତି ମାତ୍ରାରେ ବ୍ୟବହାର କରାଯାଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧] [୨]
Clinical data | |
---|---|
Trade names | Vistogard, Xuriden |
Synonyms | Vistonuridine |
AHFS/Drugs.com | monograph |
MedlinePlus | a616020 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Metabolism | Pyrimidine catabolic pathway |
Onset of action | Tmax = 2–3 hours |
Elimination half-life | 2–2.5 hours |
Excretion | Kidney |
Identifiers | |
| |
ECHA InfoCard | 100.021.710 |
Chemical and physical data | |
Formula | C15H18N2O9 |
Molar mass | ୩୭୦.୩୧ g·mol−1 |
3D model (JSmol) | |
| |
|
ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ କିମ୍ବା ତରଳ ଝାଡ଼ା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର କାରଣରୁ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ୟୁରିଡାଇନର ଏକ ପ୍ରୋଡ୍ରଗ୍ ; ଯାହା ଯୋଗୁ ଏହା କାର୍ଯ୍ୟକ୍ଷମ ହୁଏ ।[୨] [୧]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ୟୁରିଡାଇନ ଟ୍ରାଇଆସେଟେଟ ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦ ଗ୍ରାମ ମାତ୍ରା ନିମନ୍ତେ ପ୍ରାୟ ୪୨୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହା କେବଳ ସ୍ପେସିଆଲିଟି ଫାର୍ମାସି ମାଧ୍ୟମରେ ଉପଲବ୍ଧ ।[୧] କାନାଡ଼ାରେ 'ସ୍ୱାସ୍ଥ୍ୟ କାନାଡା ସ୍ୱତନ୍ତ୍ର ପ୍ରବେଶ ପ୍ରୋଗ୍ରାମ'ର ଅନୁମୋଦନ ଆବଶ୍ୟକ ହୁଏ ।[୬]ଭିଷ୍ଟୋଗାର୍ଡ ଏବଂ ଜୁରିଡେନ ବିକ୍ରୟ ନାମରେ ଏହା ଉପଲବ୍ଧ ହୁଏ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Uridine Triacetate Monograph for Professionals". Drugs.com (in ଇଂରାଜୀ). Archived from the original on 8 December 2019. Retrieved 13 September 2021.
- ↑ ୨.୦ ୨.୧ Saif, Muhammad Wasif (4 March 2019). "Uridine triacetate - an antidote in the treatment of 5-fluorouracil or capecitabine poisoning". Expert Opinion on Orphan Drugs. 7 (3): 95–103. doi:10.1080/21678707.2019.1591273.
- ↑ "Uridine Use During Pregnancy". Drugs.com (in ଇଂରାଜୀ). Archived from the original on 30 October 2020. Retrieved 13 September 2021.
- ↑ "FDA approves drug for genetic condition that affects 20 patients worldwide". The Pharmaceutical Journal. 2015. doi:10.1211/PJ.2015.20069307.
- ↑ "Vistogard Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 13 September 2021.
- ↑ "BC Cancer Agency Management Guidelines Management of 5-fluorouracil (5FU) infusion overdose" (PDF). Archived (PDF) from the original on 8 February 2020. Retrieved 13 September 2021.