ୟାମି ଗୌତମ
ୟାମି ଗୌତମ (ଜନ୍ମ: ୨୮ ନଭେମ୍ବର ୧୯୮୮)[୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ[୫] ଏବଂ ମଡେଲ । ସେ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି । ଏତଦ ବ୍ୟତୀତ ସେ ତାମିଲ, କନ୍ନଡ଼, ମାଲାୟଲମ୍ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ସେ କିଛି ଜିନିଷ ପାଇଁ ମଧ୍ୟ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି ।
ୟାମି ଗୌତମ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ପିତାମାତା | ମୁକେଶ ଗୌତମ ଅଞ୍ଜଳି ଗୌତମ |
ପରିବାର | ସୁରିଲୀ ଗୌତମ (ସାନ ଭଉଣୀ) |
୨୦୧୨ରେ ଅଭିନେତା ଆୟୁଷମାନ ଖୁରାନାଙ୍କ ପ୍ରଥମ ଚଳଚ୍ଚିତ୍ର ବିକି ଡୋନରରେ ୟାମି ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬][୭] ଏହା ପରେ ସେ ଆକ୍ସନ ଜାକ୍ସନ, ବଦଲାପୁର, ସନମ୍ ରେ, କାବିଲ୍ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାୟାମି ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମହେବା ପରେ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।[୧][୮] ତାଙ୍କ ବାପା ମୁକେଶ ଗୌତମ ଜଣେ ପଞ୍ଜାବୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ମାଆ ଅଞ୍ଜଳୀ ଗୋତମ ।[୯] ୟାମିଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି, ସୁରିଲୀ ଗୌତମ ଯିଏକି ପଞ୍ଜାବୀ ଚଳଚ୍ଚିତ୍ର ପାୱାର କଟ୍ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୦][୧୧][୧୨] ୟାମି ନିୟମିତ ବିଦ୍ୟାଳୟ ଶିକ୍ଷା ପରେ ଆଇନରେ ସ୍ନାତକ ହାସଲ କରିଥିଲେ । ସେ ଭାରତୀୟ ପ୍ରଶାସନିକ ସେବା (IAS)ରେ ଯୋଗ ଦେବାକୁ ଚାହୁଁଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ଅଭିନୟକୁ ତାଙ୍କର ପେଶା ଭାବରେ ବାଛିବାକୁ ନିଷ୍ପତ୍ତି ନେଇଥିଲେ ।[୧୩] ସେତେବେଳେ ସେ ସ୍ନାତକ ହାସଲ ପାଇଁ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଥିଲେ, ମାତ୍ର ଅଭିନୟରେ ଯୋଗ ଦେବା ପାଇଁ ସେ ମହାବିଦ୍ୟାଳୟ ତ୍ୟାଗ କରିଥିଲେ । ପରେ ସେ ମୁମ୍ବାଇର ଏକ ମହାବିଦ୍ୟାଳୟରେ ସ୍ନାତକ ପାଇଁ ଯୋଗ ଦେଇଥିଲେ ।[୧୪]
ଅଭିନୟ ଜୀବନ
ସମ୍ପାଦନାଦୂରଦର୍ଶନ
ସମ୍ପାଦନାୟାମି କୋଡ଼ିଏ ବର୍ଷ ବୟସରେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ମୁମ୍ବାଇ ଯାଇଥିଲେ ।[୧୫] ସେଠାରେ ସେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଅଭିନେତା ରାଜକୁମାର ଆର୍ଯ୍ୟନଙ୍କ ସହ ୟାମି ଚାନ୍ଦ କେ ପାର୍ ଚଲୋ ଧାରାବାହିକ ଜରିଆରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ । ପରେ ସେ କଲର୍ସ ଟିଭିରେ ପ୍ରସାରିତ[୧୬] ଧାରାବାହିକ ୟେ ପ୍ୟାର୍ ନା ହୋଗା କମ୍ ଧାରାବାହିକରେ ଅଭିନୟ କରିଥିଲେ ।[୧୭] ପରେ ସେ ଦୂରଦର୍ଶନ କାର୍ଯ୍ୟକ୍ରମ ମିଠି ଚୋରୀ ନଂ ୧ ଏବଂ କିଚେନ ଚମ୍ପିଆନ-୧ ଆଦିରେ ଯୋଗଦାନ କରିଥିଲେ ।
କଥାଚିତ୍ର
ସମ୍ପାଦନାୟାମି ୨୦୦୯ରେ ଏକ କନ୍ନଡ଼ ଚଳଚ୍ଚିତ୍ର ଉଲ୍ଲାସ ଉତ୍ସାହ ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇନଥିଲେ ମଧ୍ୟ ୟାମିଙ୍କ ଅଭିନୟକୁ ସଭିଏଁ ପସନ୍ଦ କରିଥିଲେ ।[୧୮]
ଏହାପରେ ସେ ୨୦୧୧ରେ ପଞ୍ଜାବୀ ଚଳଚ୍ଚିତ୍ର ଏକ ନୁର୍ ଜରିଆରେ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ତେଲୁଗୁ ଚଳଚ୍ଚିତ୍ର ନୁଭିଲ୍ଲା ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
୨୦୧୨ ହିନ୍ଦୀ କଥାଚିତ୍ର ବିକି ଡୋନର ଜରିଆରେ ୟାମି ଅଭିନେତା ଆୟୁଷମାନ ଖୁରାନାଙ୍କ ସହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସହ ୟାମିଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୬][୭][୨୦][୨୧]
୨୦୧୨ରେ ୟାମି ମାଲାୟଲମ୍ କଥାଚିତ୍ର ହିରୋ ଜରିଆରେ ମାଲାୟଲମ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୩ରେ ୟାମି ଗୌରବମ୍ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା ।
୨୦୧୪ରେ ୟାମି ଅଭିନେତା ଅଜୟ ଦେବଗନଙ୍କ ସହ ହିନ୍ଦୀ କଥାଚିତ୍ର ଆକ୍ସନ ଜାକ୍ସନ ଏବଂ ଟୋଟାଲ ସିୟାପ୍ପାରେ ଅଭିନୟ କରିଥିଲେ । ୨୦୧୫ରେ ସେ ଅଭିନେତା ବରୁଣ ଧବନଙ୍କ ସହ ବଦ୍ଲାପୁର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପରେ ପରେ ୨୦୧୬ରେ ୟାମିଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ସନମ୍ ରେ ଏବଂ ୨୦୧୭ରେ ଅଭିନେତା ହ୍ରିତିକ ରୋଶନଙ୍କ କାବୀଲ୍ ବ୍ୟବସାୟିକ ସଫଳ ହେବା ସହ ୟାମିଙ୍କୁ ପ୍ରସିଦ୍ଧିଲାଭ କରାଇଥିଲା ।[୨୨][୨୩]
୨୦୧୫ରେ ୟାମି ତେଲୁଗୁ ଚଳଚ୍ଚିତ୍ର କୋରିଅର୍ ବୟ୍ କଲ୍ୟାଣରେ ଅଭିନେତା ନିତୀନଙ୍କ ସହ ସଫଳ ହୋଇଥିଲା ।[୨୪][୨୫] ୨୦୧୬ରେ ୟାମିଙ୍କ ଅନ୍ୟ ଏକ ହିନ୍ଦୀ କଥାଚିତ୍ର ୟୁନୁନିୟାତ୍ ମୁକ୍ତିଲାଭ କରିଥିଲା ।[୨୬]
ଅକ୍ଟୋବର ୨୦୧୬ରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ସରକାର ଚଳଚ୍ଚିତ୍ରର ୩ୟ ଭାଗ ସରକାର-୩ ପାଇଁ ୟାମିଙ୍କ ସହ ଚୁକ୍ତି କରିଥିଲେ ।[୨୭][୨୮][୨୯]
ବିଜ୍ଞାପନ
ସମ୍ପାଦନାୟାମି ଫେୟାର ଆଣ୍ଡ ଲଭ୍ଲି, 'କର୍ଣ୍ଣେଟୋ ଆଇସ୍କ୍ରିମ୍, ସାମସଙ୍ଗ ମୋବାଇଲ, ଚେଭ୍ରୋଲେଟ୍ ଭଳି ଜିନିଷର ବିଜ୍ଞାପନରେ ଅଭିନୟ କରିଥିଲେ ।[୩୦]
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୦୯: ଉଲ୍ଲାସ ଉତ୍ସାହ (ପଞ୍ଜାବୀ)
- ୨୦୧୧: ଏକ୍ ନୁର୍ (ପଞ୍ଜାବୀ)
- ୨୦୧୧: ନୁଭିଲ୍ଲା (ତେଲୁଗୁ)
- ୨୦୧୨: ବିକି ଡୋନର (ହିନ୍ଦୀ)
- ୨୦୧୨: ହିରୋ (ମାଲାୟଲମ୍)
- ୨୦୧୩: ଗୌରବମ୍ (ତେଲୁଗୁ/ତାମିଲ)
- ୨୦୧୩: ଯୁଦ୍ଧମ୍ (ତେଲୁଗୁ)
- ୨୦୧୪: ଟୋଟାଲ ସିଆପ୍ପା (ହିନ୍ଦୀ)
- ୨୦୧୪: ଆକ୍ସନ ଜାକ୍ସନ (ହିନ୍ଦୀ)
- ୨୦୧୫: ବଦଲାପୁର (ହିନ୍ଦୀ)
- ୨୦୧୫: କୋରିଅର ବୟ୍ କଲ୍ୟାଣ (ତେଲୁଗୁ)
- ୨୦୧୬: ସନମ୍ରେ (ହିନ୍ଦୀ)
- ୨୦୧୬: ଜୁନୁନ୍ୟାତ୍ (ହିନ୍ଦୀ)
- ୨୦୧୬: ତାମିଲସେଲ୍ଭମ୍ ତାନିଆର୍ ଅଞ୍ଜାଲମ୍ (ତାମିଲ)
- ୨୦୧୭: କାବିଲ୍ (ହିନ୍ଦୀ)
- ୨୦୧୭: ସରକାର ୩ (ହିନ୍ଦୀ)
ଆଧାର
ସମ୍ପାଦନା- ↑ ୧.୦ ୧.୧ "I have had no affair in my life so far: Yaami Gautam — The Times of India". Timesofindia.indiatimes.com. Retrieved 18 April 2017.
- ↑ "Yami Gautam gets her own nest"
- ↑ "Yami Gautam buys a heritage home in Himachal"
- ↑ "Busy Birthday for Yami – IANS".
- ↑ "Yami Gautam looks like a dream at Kaabil promotion".
- ↑ ୬.୦ ୬.୧ "Vicky Donor is a HIT" Retrieved 26 January 2013
- ↑ ୭.୦ ୭.୧ "Vicky Donor gets very good reviews from film critics" as well as nomination for Filmfare Award for Best Female Debut. Archived 2014-02-02 at the Wayback Machine.Retrieved 26 January 2013
- ↑ "Yami Gautam: There is a reason why people think Aamir Khan, Shahrukh Khan are intelligent". bollywoodlife.com.
- ↑ "Mother day".
- ↑ "Yami Gautam's sister to make her debut". Mid-day.com. 1 October 2012. Retrieved 12 May 2017.
- ↑ "Yami Gautam's sister to marry Jaspal Bhatti's son – Times of India". Timesofindia.indiatimes.com. 25 October 2012. Retrieved 12 May 2017.
- ↑ Subhash K Jha & VICKEY LALWANI 26 October 2012, 10.05AM IST (26 October 2012). "Jaspal Bhatti died a day before son's debut film release – Times of India". Articles.timesofindia.indiatimes.com. Archived from the original on 30 June 2013. Retrieved 12 May 2017.
{{cite news}}
: CS1 maint: numeric names: authors list (link) - ↑ Gautam, Yami. "Yami's Personal Life". Retrieved 12 May 2017.
- ↑ Gautam, Yami. "Gautam's Biography". Archived from the original on 18 May 2013. Retrieved 12 May 2017.
- ↑ Yummylicious. Filmfare. 12 May 2017
- ↑ "Come, fall in love". Screen (magazine). 12 February 2010. Archived from the original on 13 February 2010. Retrieved 12 May 2017.
- ↑ "First look: Chand Ke Paar Chalo". rediff.com. 11 September 2008. Retrieved 12 May 2017.
- ↑ Suresh, Sunayana. "Sandalwood's hot for TV stars". The Times of India. Archived from the original on 2013-11-05. Retrieved 12 May 2017.
- ↑ "Ayushmann's film debut as Sperm Donor". Times of India. 6 October 2011. Retrieved 12 May 2017.
- ↑ Adarsh, Taran. "Vicky Donor (2012) Movie Review". Retrieved 12 May 2017.
- ↑ Mukherjee, Madhureeta. "Vicky Donor movie review". The Times of India. Retrieved 12 May 2017.
- ↑ "Yami Gautam's thank you note makes Hrithik Roshan emotional". The Times Of India. 8 February 2016. Retrieved 12 May 2017.
- ↑ Yami Gautam’s post on Kaabil leaves Hrithik Roshan teary-eyed"
- ↑ "I am a director's actor: Yaami Gautam — Times Of India". Timesofindia.indiatimes.com. 7 May 2013. Retrieved 12 May 2017.
- ↑ "Yami Gautam Excited To Begin Shooting With Ajay Devgn". The Times of India.
- ↑ "Yami Gautam begins shooting for 'Junooniat'". Deccan Chronicle. 30 November 2014. Retrieved 12 May 2017.
- ↑ "Yami Gautam in 'Sarkar 3'"
- ↑ "After Katrina and Aishwarya, Yami joins Sarkar bandwagon"
- ↑ "Yami Gautam starts shooting 'Sarkar 3'"
- ↑ "Yami-Gautam-too-big-for-her-boots".
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ୟାମି ଗୌତମ