ହ୍ଵାୱେଇ

ଚିନି ଟେକ୍ନୋଲୋଜି କମ୍ପାନୀ

ହ୍ୱାୱେଇ ଟେକ୍ନୋଲୋଜିସ୍ (ଫିନୟିନ୍:Huáwéi), ହେଉଛି ଏକ ଚାଇନାର ବହୁରାଷ୍ଟ୍ରୀୟ ନେଟୱାର୍କିଂ ଏବଂ ଟେଲିଯୋଗାଯୋଗ ଉତ୍ପାଦନ ଏବଂ ସେବା ପ୍ରଦାନକାରୀ ଯାହାକ୍ୱାଣ୍ଟୁଙ୍ଗ ପ୍ରଦେଶର ଶେଞ୍ଚେନରେ ମୁଖ୍ୟାଳୟ ଅଟେ । ୨୦୧୨ରେ ଏରିକ୍ସନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଟେଲିଯୋଗାଯୋଗ ସାନ୍ସ ଉପକରଣ ନିର୍ମାତା ହୋଇପାରିଥିଲା । [୧][୨]

ଏହା ୧୯୮୭ରେ ଚୀନର ପୂର୍ବତନ ସାମରିକ ଅଧିକାରୀ ରେନ୍ ଝେଙ୍ଗଫେଇଙ୍କ ହାତ ଧରି ସ୍ଥାପିତ ହୋଇଥିଲା । ପ୍ରାରମ୍ଭରେ ହ୍ୱାୱେଇ କେବଳ ଫୋନ୍ ସୁଇଚ୍ କରିଥିଲେ, କିନ୍ତୁ ବ୍ୟବସାୟ ବଢିବା ସହିତ ଏହା ଟେଲିଯୋଗାଯୋଗ ନେଟୱାର୍କ ନିର୍ମାଣ କରିବା ଆରମ୍ଭ କଲା, କାର୍ଯ୍ୟକ୍ଷମ ଏବଂ ପରାମର୍ଶ ସେବା ପ୍ରଦାନ କଲା ଏବଂ ଚୀନ ଭିତରେ ଏବଂ ବାହାରେ ସାମଗ୍ରୀ ଯୋଗାଇଲା । ସେପ୍ଟେମ୍ବର 2015 ଅନୁଯାୟୀ, ହୁହ୍ୱାୱେଇ 170,000 ମାନବ ସମ୍ବଳ ନିୟୋଜିତ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ 76,000 ଗବେଷଣା ଏବଂ ବିକାଶ ବିଭାଗରେ କାର୍ଯ୍ୟ କରିଥିଲେ ।

ହ୍ୱାୱେଇ ଶବ୍ଦସିଧାସଳଖ କମ୍ପାନୀର ଚାଇନା ନାମରୁ ଅନୁବାଦ କରାଯାଇଛି | ହ୍ୱା ଶବ୍ଦର ଅର୍ଥ ଫୁଲ; ତେଣୁ ହ୍ୱାୱେଇ କମ୍ପାନୀ ଲୋଗୋରେ ଫୁଲର ଚିତ୍ର ଅଛି । ୱେଇ ଶବ୍ଦର ଅର୍ଥ ହେଉଛି କାର୍ଯ୍ୟ କିମ୍ବା ସଫଳତା । କମ୍ପାନୀର ନାମ ମାଣ୍ଡାରିନ୍ରେ ଉଚ୍ଚାରଣ ହେଉଛି 'ହ୍ୱାୱେଇ'।

ଆଧାର ସମ୍ପାଦନା