ହୋମୱାର୍ଡ଼

୨୦୧୯ରେ ନରିମନ ଆଲିଭଙ୍କ ନିର୍ଦ୍ଦେଶନାରେ ଏକ ୟୁକ୍ରେନିୟ ଚଳଚ୍ଚିତ୍ର

ହୋମୱାର୍ଡ଼ ୨୦୧୯ ମସିହାରେ ନରିମନ ଆଲିଭଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ୟୁକ୍ରେନିୟ ଚଳଚ୍ଚିତ୍ର ।[୧] ଏହା ୨୦୧୯ ମସିହାରେ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।[୨] ୟୁକ୍ରେନରୁ ଏହି ଚଳଚ୍ଚିତ୍ରଟିକୁ ୯୨ତମ ଓସ୍କାର ପୁରସ୍କାରର ଶ୍ରେଷ୍ଠ ଆନ୍ତର୍ଜାତିକ ଚଳଚ୍ଚିତ୍ର ବିଭାଗରେ ପୁରସ୍କାର ନିମନ୍ତେ ନାମାଙ୍କିତ ହୋଇଥିଲା କିନ୍ତୁ ଏହାକୁ ମନୋନୀତ କରାଯାଇନଥିଲା ।[୩][୪]

ହୋମୱାର୍ଡ଼
ନିର୍ଦ୍ଦେଶକନରିମନ ଆଲିଭ
ସଂଳାପନରିମନ ଆଲିଭ, ମେରିସିଆ ନିକିତ୍ୟୁକ
କଳାକାରଅଖତେମ ସେଇତବ୍ଲେଭ
ସମ୍ପାଦକଆଲେକ୍ସାଣ୍ଡର ଚର୍ଣ୍ଣୈ
ମୁକ୍ତିଲାଭ ତାରିଖ
୨୦୧୯
କଥାଚିତ୍ରର ସମୟ
୯୭ ମିନିଟ
ଦେଶୟୁକ୍ରେନ
ଭାଷାକ୍ରିମିୟା, ୟୁକ୍ରେନିଆନ

ବିଷୟବସ୍ତୁ ସମ୍ପାଦନା

ଋଷିଆୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିହତ ନଜିମର ଶବ ସଂଗ୍ରହ ସମୟରେ ନଜିମର ପିତା ମୁସ୍ତାଫା ଏବଂ ତାଙ୍କ ସାନ ଭାଇ ଅଲିମ ମଧ୍ୟରେ ଝଗଡ଼ା ହୁଏ ।[୫] ମୁସ୍ତାଫାକୁ କ୍ରିମିୟାର ଇସଲାମିୟ ପରମ୍ପରା ଅନୁଯାୟୀ ପୁଅ ନଜିମର ଶବ ସତ୍କାର ନିମନ୍ତେ ୟୁକ୍ରେନର ରାଜଧାନୀ କିଭରୁ କ୍ରିମିୟାକୁ ଯିବାକୁ ପଡ଼େ । କାହାଣୀଟି ଗୋଟିଏ ଶବାଗାରରୁ ଆରମ୍ଭ ହୋଇ, ୟୁକ୍ରେନର ରାଜଧାନୀ କିଭରୁ କ୍ରିମିୟା ପର୍ଯ୍ୟନ୍ତ ଜିପରେ ବସି ଏକ ସଡ଼କ ଯାତ୍ରା ମଧ୍ୟରେ ଗତିଶୀଳ ହୋଇଛି । ବାଟରେ ଗାତରେ ପଡ଼ି ଜିପଟି ଦୁର୍ଘଟଣାଗ୍ରସ୍ତ ହୁଏ । ଅଲିମ ଜିପଟିକୁ ନିକଟସ୍ଥ ଏକ ଗାଡ଼ି ମରାମତି ଗାରେଜକୁ ନେଇଯାଇଛି । ସେଠାରେ ସେ ଗାରେଜ ମିସ୍ତ୍ରୀର ନାତୁଣୀକୁ ଭେଟିଛି । ଝିଅଟି ଅଲିମକୁ ନିକଟସ୍ଥ ନଦୀପାଖକୁ ଯିବାପାଇଁ ପ୍ରବର୍ତ୍ତାଇଛି । ଏହି ସମୟରେ ସେଠାର ସ୍ଥାନୀୟ ଲୋକମାନେ ମୁସ୍ତଫା ଓ ଅଲିମଙ୍କର ମନିପର୍ସଟି ଓ ଅନ୍ୟାନ୍ୟ ଆସବାବପତ୍ର ଛଡ଼ାଇ ନେଇଛନ୍ତି । ସେଠାରେ ଅଲିମ ଓ ମୁସ୍ତାଫା ନିଜର ଝଗଡ଼ା ଭୁଲି ଏକାଠି ହୋଇ ସ୍ଥାନୀୟ ଲୋକଙ୍କ ସହିତ ଲଢ଼ି ନିଜକୁ ରକ୍ଷା କରିବା ସହ ନିଜ ଅର୍ଥ ଓ ଆସବାବପତ୍ର ଫେରି ପାଇଛନ୍ତି । ସେଠାରୁ ସେମାନେ ବନ୍ଧୁ ବସ୍ୟଙ୍କ ଘରେ ପହଞ୍ଚିଛନ୍ତି ଓ ସେଠାରେ ମୁସ୍ତାଫାଙ୍କ ଅସୁସ୍ଥତା ବିଷୟରେ ଜଣାପଡ଼ୁଛି । ବନ୍ଧୁ ବସ୍ୟଙ୍କ ଘରଠାରୁ ମୁସ୍ତାଫାଙ୍କର ନିଜ ଘରର ଦୂରତା ବେଶୀ ନୁହଁ । ମୁସ୍ତାଫା, ବନ୍ଧୁ ବସ୍ୟଙ୍କୁ ମନେଇ ଏକ ଛୋଟ ନୌକା ଉଧାର ନେଇଛନ୍ତି ଓ ନିଜ ଘର ପର୍ଯ୍ୟନ୍ତ ଗସ୍ତ ସମ୍ପୂର୍ଣ୍ଣ କରିଛନ୍ତି ।

ଚଳଚ୍ଚିତ୍ରଟିର ଗ୍ରହଣୀୟତା ସମ୍ପାଦନା

କଲାଇଡ଼ରଗାର୍ଡ଼ିୟନ ଆଦି ପତ୍ରିକା ଏହି ଚଳଚ୍ଚିତ୍ରଟିକୁ ୟୁକ୍ରେନର ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିଛନ୍ତି ।[୬][୭]

ଅଭିନୟ ସମ୍ପାଦନା

  • ଅଖତେମ ସେଇତବ୍ଲେଭ ମୁସ୍ତାଫା ଭୂମିକାରେ
  • ରେମଜି ବିଲ୍ୟାଲଭ ଅଲିମ ଭୂମିକାରେ

ଆଧାର ସମ୍ପାଦନା

  1. "The Screenings Guide 2019". 9 May 2019. Retrieved 9 May 2019.
  2. "Cannes festival 2019: full list of films". The Guardian. Retrieved 18 April 2019.
  3. "Фільм "Додому" офіційно став претендентом на "Оскар" від України". Ukrainian State Film Agency. Archived from the original on 23 August 2019. Retrieved 23 August 2019.
  4. "Ukrainian film Homeward about annexed Crimea goes for Oscar". Opinion UA. Archived from the original on 23 August 2019. Retrieved 23 August 2019.
  5. Dalton, Stephen (29 May 2019). "'Homeward' ('Evge'): Film Review". Variety. Retrieved 30 August 2019.
  6. Shomer, Jason (2022-03-12). "Best of Ukrainian Cinema, Like 'Homeward' and 'Bitter Harvest'". Collider (in ଆମେରିକୀୟ ଇଂରାଜୀ). Retrieved 2022-09-11.
  7. Lodge, Guy (2022-03-05). "Streaming: the best Ukrainian films past and present". the Guardian (in ଇଂରାଜୀ). Retrieved 2022-09-11.

ବାହାର ଆଧାର ସମ୍ପାଦନା