ହେଲୋ ନେଟୱର୍କ

ବ୍ୟବସାୟିକ ଅନଲାଇନ ସୋସିଆଲ ନେଟ୍ୱାର୍କିଙ୍ଗ ସେବା

ହେଲୋ ନେଟୱର୍କ ହେଉଛି ଅରକୁଟର ନିର୍ମାତା ଅରକୁଟ ବୁୟୁକୁତେନଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଏକ ସାମାଜିକ ନେଟୱର୍କିଙ୍ଗ ସେବା । ଏହା ବିଶେଷ କରି ବ୍ୟକ୍ତି ବିଶେଷଙ୍କର ପାରଦର୍ଶିତାକୁ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହୋଇଛି । ହେଲୋ ସେବାଟି ବର୍ତ୍ତମାନ ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଖୁବ କମ ଦେଶରେ ଉପଲବ୍ଧ ହୋଇଛି ।

ବିଶେଷତ୍ୱ ସମ୍ପାଦନା

ହେଲୋ ନେଟୱର୍କରେ ବ୍ୟକ୍ତି ବିଶେଷଙ୍କ ପାରଦର୍ଶିତାକୁ ପ୍ରଦର୍ଶନ କରିବାପାଇଁ ମୁଖ୍ୟତଃ ଦୁଇ ପ୍ରକାରର ସେବା ଉପଲବ୍ଧ ରହିଛି । ସେହି ସବୁ ସେବା ଗୁଡିକୁ ସାମୁହିକ ଭାବରେ 'ଜୋଟ' କୁହାଯାଏ ।

ଲିଖିତ ଜୋଟ ସମ୍ପାଦନା

ଲିଖିତ ଜୋଟରେ ଜୋଟ ପ୍ରସ୍ତୁତ କରୁଥିବା ବ୍ୟକ୍ତି କେବଳ ଲେଖା ଦେଇ ଜୋଟ ଟିକୁ ପ୍ରସ୍ତୁତ କରିପାରିବେ । ଜୋଟ ପ୍ରସ୍ତୁତ କଲାପରେ, ଏହାକୁ ଉପଯୁକ୍ତ ଇଣ୍ଟରେଷ୍ଟ ଗ୍ରୁପ ସହ ଯୋଡି ହେଲୋ ନେଟୱର୍କରେ ଛାଡ଼ି ପାରିବେ ।

ଚିତ୍ରିତ ଜୋଟ ସମ୍ପାଦନା

ଲିଖିତ ଜୋଟ ପରି ଚିତ୍ରିତ ଜୋଟରେ ଜୋଟ ପ୍ରସ୍ତୁତ କରୁଥିବା ବ୍ୟକ୍ତି, ହେଲୋ ନେଟୱର୍କରେ ନିଜଦ୍ୱାରା ଉତ୍ୱ୍ୱଲନ କରାଯାଇଥିବା କିଛି ଚିତ୍ର ଛାଡି ପାରିବେ । ଏବଂ ଏହି ଚିତ୍ର ସହିତ, ଚିତ୍ର ଉପରେ କିଛି ଲେଖା ମଧ୍ୟ ଛାଡି ପାରିବେ ।

ଇଣ୍ଟରେଷ୍ଟ କମ୍ୟୁନିଟି ସମ୍ପାଦନା

ଏକା ପ୍ରକାରର ପାରଦର୍ଶିତା ଥିବା ଲୋକମାନଙ୍କ ସହ ମିଶିବା ଏବଂ ନିଜର ରଚନାତ୍ମକତାକୁ ସମସ୍ତଙ୍କ ଆଗରେ ଜଣେଇବା ପାଇଁ ଇଣ୍ଟରେଷ୍ଟ କମ୍ୟୁନିଟି ଏକ ନିଆରା ପନ୍ଥା । ଏକା ପ୍ରକାରର ପାରଦର୍ଶିତା ଥିବା କେତେ ଜଣ ଲୋକ ମିଶି ଏକ ଇଣ୍ଟରେଷ୍ଟ କମ୍ୟୁନିଟି ନିର୍ମାଣ କରିଥାନ୍ତି ଏବଂ ଅନ୍ୟମାନେ ଏହି କମ୍ୟୁନିଟିରେ ଧୀରେ ଧୀରେ ଯୋଗ ଦିଆନ୍ତି ।