ହେଲେନ କେଲେର

ଆମେରିକାନ ଲେଖିକା ଏବଂ ରାଜନୀତିଜ୍ଞ

ହେଲେନ ଏଡ଼ମ୍ସ କେଲର (୨୭ ଜୁନ ୧୮୮୦-୧ ଜୁନ ୧୯୬୮) ଜଣେ ଆମେରିକୀୟ ଲେଖିକା, ରାଜନୈତିକ କାର୍ଯ୍ୟକର୍ତ୍ତ୍ରୀ ଓ ଅଧ୍ୟାପିକା ଥିଲେ। ସେ କଳାରେ ସ୍ନାତକ ଅର୍ଜନ କରିଥିବା ପ୍ରଥମ ବଧିରଦୃଷ୍ଟିହୀନ ଥିଲେ । ଏନି ସୁଲେବନଙ୍କ ପ୍ରଶିକ୍ଷଣରେ ୬ ବର୍ଷ ବୟସରୁ ଆରମ୍ଭ କରି ୪୧ ବର୍ଷ ବୟସ ମଧ୍ୟରେ ହେଲେନ୍ ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ଏନି ଓ ହେଲେନଙ୍କ କାହାଣୀ ସମସ୍ତଙ୍କୁ ଆକର୍ଷିତ କରିଥିଲା । ୨୦୦୯ରେ ସଞ୍ଜୟ ଲୀଳା ଭନ୍ସାଲି ଏହି କଥନ ଉପରେ ଆଧାରିତ ବ୍ଲାକ୍ ନାମକ ଏକ ହିନ୍ଦୀ କଥାଚିତ୍ର ତିଆରି କରିଥିଲେ। ହେଲେନ ଜଣେ ଉତ୍ତମ ଲେଖିକା ଥିଲେ। ସେ ତାଙ୍କର ଅଧିକାଂଶ ଲେଖାରେ ଯୁଦ୍ଧକୁ ବିରୋଧ କରିଛନ୍ତି । ସମାଜବାଦୀ ଦଳର ଏକ ସଦସ୍ୟ ରୂପେ ସେ ଅମେରିକା ତ‌ଥା ସମଗ୍ର ବିଶ୍ୱର ଶ୍ରମିକ ଓ ମହିଳାମାନଙ୍କ ମତାଧିକାର, ଶ୍ରମ ଅଧିକାର ସପକ୍ଷରେ ଏବଂ ସମାଜବାଦୀ ଓ କଠୋରପନ୍ଥୀ ଶକ୍ତିଗୁଡ଼ିକ ବିରୁଦ୍ଧରେ ଅଭିଯାନ ଚଳାଇଥିଲେ ।

ହେଲେନ କେଲର
A woman with full dark hair and wearing a long dark dress, her face in partial profile, sits in a simple wooden chair. A locket hangs from a slender chain around her neck; in her hands is a magnolia, its large white flower surrounded by dark leaves.
Helen Keller holding a magnolia, ca. 1920.
ଜନ୍ମ ଓ ଜନ୍ମସ୍ଥାନHelen Adams Keller
(1880-06-27)ଜୁନ ୨୭, ୧୮୮୦
Tuscumbia, Alabama, U.S.
ମୃତ୍ୟୁଜୁନ ୧, ୧୯୬୮(1968-06-01) (ବୟସ ୮୭)
Arcan Ridge
Easton, Connecticut, U.S.
ବୃତ୍ତିAuthor, political activist, lecturer
ଶିକ୍ଷାRadcliffe College[୧]

ଦସ୍ତଖତ

ଜୀବନ ବୃତ୍ତାନ୍ତ ସମ୍ପାଦନା

ହେଲେନ କେଲର ୧୮୮୦ ମସିହା ଜୁନ ୨୭ ତାରିଖରେ ଆମେରିକାର ତସ୍କମ୍ବିଆ, ଅଲବମାଠାରେ ଜନ୍ମ ହୋଇଥିଲେ। ତାଙ୍କ ମାତା ପିତା ସେଠାରେ ଆଇବି ଗ୍ରୀନ ଷ୍ଟେଟରେ ହେଲେନ‌ଙ୍କ ଜେଜେବାପାଙ୍କଦ୍ୱାରା ନିର୍ମିତ ଘରେ ରହୁଥିଲେ। ହେଲେନଙ୍କ ପିତା ଅଥର ଏଚ କେଲର ତେସ୍କମ୍ବିଆର ଉତ୍ତର ଆଲ୍ବମିଆଁରେ ବହୁ ବର୍ଷ ଧରି ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଆମେରିକା ସଂଘ ସେନାର ଅଧିନାୟକ ଥିଲେ। ହେଲେନଙ୍କ ମାତା କେଟ ଏଡ଼ମ୍ସ ଚର୍ଳେସ୍ ଏଡ଼ମସଙ୍କ ଝିଅ ଥିଲେ। ହେଲେନ ଜନ୍ମରୁ ଦୃଷ୍ଟିହୀନ ଓ ବଧିର ନ ଥିଲେ । ୧୯ ବର୍ଷ ବୟସରେ ପେଟ ଓ ମସ୍ତିଷ୍କର ଏକ ରୋଗ ତାଙ୍କ ଦୃଷ୍ଟି ଶକ୍ତି ଓ ଶ୍ରବଣ ଶକ୍ତି ନେଇଯାଇଥିଲା । ଏତେବେଳେ ଡକ୍ତରମାନେ ପେଟ ଓ ମସ୍ତିଷ୍କର ଏହି ରୋଗ ସ୍କାର୍ଳେଟ ଜ୍ୱର କିମ୍ବା ମୈନିଯାଇଟିସ ହୋଇଥିବ ଅନୁମାନ କରିଥିଲେ । ସେହି ସମୟରେ ସେ ସଙ୍କେତ ମାଧ୍ୟମରେ ନିଜ କଥା ଅନ୍ୟମାନ‌ଙ୍କୁ ବୁଝାଇବାରେକୁ ସକ୍ଷମ ହେଉଥିଲେ । ତାଙ୍କ ରୋଷେୟାର ଛୋଟ ଝିଅଟି ତାଙ୍କ ସଙ୍କେତ ବୁଝିପାରୁଥିଲା । ୭ ବର୍ଷ ବୟସରେ ହେଲେନଙ୍କ ପାଖରେ ଆନ୍ୟମାନ‌ଙ୍କ ସ‌ହ ଯୋଗାଯୋଗ କରିବା ପାଇଁ ପ୍ରାୟ ୬୦ଟି ସଙ୍କେତ ଥିଲା । ୧୨୮୬ ମସିହାରେ ତାଙ୍କ ମା ଚାର୍ଲସ ଡିକେନ୍ସଙ୍କ ଲେଖାରେ ଲୋରା ବ୍ରିଜମୈଁ ନାମକ ଜଣେ ଦୃଷ୍ଟିହୀନ ମହିଳାଙ୍କ ସମ୍ବନ୍ଧରେ ପଢି଼ଥିଲେ। ଏହି ସମ୍ବନ୍ଧରେ ହେଲେନଙ୍କ ମାତ ପିତା ଆହୁରି ଅଧିକ ତ‌ଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ । ସେମାନେ ବଧିରମାନଙ୍କ ବିଦ୍ୟାଳୟ ଗୁଡି଼କ ବିଷୟରେ ତ‌ଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ ଓ ହେଲେନଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ସ‌ହ ମଧ୍ୟ ଯୋଗାଯୋଗ କରିଥିଲେ।

ହେଲେନ କେଲର
 
୧୯୦୪ରେ କେଲର

୧୮୮୮ ମସିହା ମଇ ମାସରେ ହେଲେନଙ୍କୁ ପର୍କୀନ୍ସ ଦୃଷ୍ଟିହୀନ ପ୍ରଶିକ୍ଷଣ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା । ୧୮୯୪ ମସିହାରେ ସେ ତାଙ୍କ ସହାୟିକା ଓ ପ୍ରଶିକ୍ଷିକା ଆନି ସୁଳିବାନ‌ଙ୍କ ସ‌ହ ରାଇଟ ହ୍ୟୁମାସନ୍ସ ମୁକ-ବଧିର ବିଦ୍ୟାଳୟରେ ଯୋଗ ଦେବା ପାଇଁ ନିୟୁୟର୍କ ଯାଇଥିଲେ । ୧୮୯୬ ମସିହାରେ ସେମାନେ ସାସାଚୁସେଟ୍ସ ଫେରିଆସିଲେ । ସେଠାରେ ହେଲେନ କେମ୍ବ୍ରିଜ ସ୍କୁଲ୍ ଫର୍ ୟଙ୍ଗ୍ ଲେଡିଜ୍‌ରେ ନାମ ଲେଖାଇଥିଲେ। ୧୯୦୦ ମସିହାରେ ସେ ରେକ୍ଲୀଫ୍ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ସାଉଥ୍ ହାଉସ୍ଠାରେ ଥିବା ବ୍ରିଗ୍ସ ହଲରେ ରହୁଥିଲେ । ହେଲେନ ୨୪ ବର୍ଷ ବୟସରେ ୧୯୦୪ ମସିହାରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରଥମ ଦୃଷ୍ଟିହୀନ ଓ ବଧିର ମହିଳା ଥିଲେ । କେଲର କେମ୍ବ୍ରିଜ ଅଷ୍ଟ୍ରିଆର ଦାର୍ଶନିକ ଓ ଶିକ୍ଷାବିସାରଦ ବିବିଏମ ୟରୁସଲେମ୍ଙ୍‌ଙ୍କ ସାଥିରେ ତାଙ୍କର ପତ୍ରାଚାର ଥିଲା । ପରବର୍ତ୍ତୀ ସମୟରେ ସେ ପ୍ରଥମ କରି ହେଲେନଙ୍କ ସାହିତ୍ୟିକ ପ୍ରତିଭାକୁ ଲୋକଲୋଚନ‌କୁ ଆଣିବାରେ ସାହାଯ୍ୟ କରିଥିଲେ ।

ଅନ୍ୟମାନଙ୍କ ସ‌ହ ଯୋଗାଯୋଗ କରିବା ପାଇଁ ହେଲେନ କଥାବାର୍ତ୍ତା କରିବା ଶିଖିଲେ । ତାପରେ ତାଙ୍କ ଜୀବନର ଅଧିକାଂଶ ସମୟ ଭାଷଣ ଓ ଅଧ୍ୟାପନାରେ ବ୍ୟତୀତ ହୋଇଥିଲା । ଲୋକଙ୍କୁ ଓଠର ଗତିକୁ ସ୍ପର୍ଶ କରି ତାଙ୍କ କଥା ବୁଝିବାର କ୍ଷମତା ହେଲେନ‌ଙ୍କ ଅଦ୍ଭୁତ ସାମର୍ଥ୍ୟର ପ୍ରମାଣ ଥିଲା । କେଲର ବ୍ରାଇଲ ଲିପି ତଥା ହାତର ସ୍ପର୍ଶରେ ସାଙ୍କେତିକ ଭାଷା ପଢ଼ିବାରେ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ ।

ଆଧାର ସମ୍ପାଦନା

  1. "HELEN KELLER GOES TO COLLEGE - Deaf, Dumb and Blind Girl Now Studying at Radcliffe - Passes Her Examination with Honors Although She Had Many Obstacles to Overcome During Her Years of Preparation - At Home in the Foreign Languages - Work in Translation Brilliant - Enjoys the Plays of Shakspeare (sic) - Is Apt in Quotations". The Chicago Tribune: 16. October 13, 1900.

ଅଧିକ ତଥ୍ୟ ସମ୍ପାଦନା

  • ଯାନ ଏ. ମାସ ଓ ଏନି ସୁଲିବନଙ୍କ ସାଥିରେ ହେଲେନ କେଲେର। (1903) The Story of My Life. ନେବ୍ୟୋର୍କ:
  • (1980) Helen and Teacher: The Story of Helen Keller and Anne Sullivan Macy . न