ହେମା ସେୟାଦ
ହେମା ସେୟଦ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ ସହକାରୀ ଅଭିନେତ୍ରୀ ଏବଂ ହାସ୍ୟାତ୍ମକ କଳାକାର ଭାବରେ ଅଭିନୟ କରନ୍ତି ।[୨] ସେ ପାଖାପାଖି ୨୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୩][୪] ହେମା କିଛି ତାମିଲ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
ହେମା ସେୟାଦ | |
---|---|
ଜନ୍ମ | କ୍ରିଷ୍ଣା ବେନି |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୯ରୁ-ଏବେଯାଏଁ |
ବୈବାହିକ-ସାଥୀ | ସେୟାଦ ଜାନ୍ ଅହମଦ୍(୧୯୯୩ରୁ- ଏବେଯାଏଁ)[୧] |
ସନ୍ତାନ | ଇସା ସେୟଦ |
ପିତାମାତା | ଲକ୍ଷ୍ମୀ(ମାଆ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାହେମା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲ୍ଲା କ୍ରିଷ୍ଣା ବେନି । ଗୋଦାବରୀ ନଦୀପାଖରେ ତାଙ୍କର ଘର । ଅଭାବ ଅନାଟନ ପାଇଁ ସେ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିବାକୁ ସକ୍ଷମ ହୋଇଥିଲେ । ପରେ ପରେ ସେ କଥାଚିତ୍ର ଜଗତରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ହେମାଙ୍କର ହସ ପାଇଁ ସେ ଅଧିକ ଲୋକପ୍ରିୟ ହୋଇପାରିଥିଲେ ।
୧୯୯୩ ମସିହାରେ ହେମା ଜାନ୍ ସେୟଦଙ୍କୁ ବିବାହ କରିଥିଲେ ।[୫] ତାଙ୍କର ଗୋଟିଏ ଝିଅ ଅଛି ।[୧]
କଥାଚିତ୍ର ଜୀବନ
ସମ୍ପାଦନାହେମା ତାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ୧୯୮୯ରେ ସେ କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ କଥାଚିତ୍ର ଦୁନିଆକୁ ଆସିବା ପରେ ତାଙ୍କର ନାମ କ୍ରିଷ୍ଣାରୁ ହେମାକୁ ପରିବର୍ତ୍ତନ କରିଥିଲେ । ତାଙ୍କର ହସ ହସ ମୁହଁ ପାଇଁ ସେ ସଭିଙ୍କଠାରେ ଲୋପ୍ରିୟ ହୋଇପାରିଥିଲେ । ସହକାରୀ ଅଭିନେତ୍ରୀ ଭାବରେ ସେ କାମ କରିଥିଲେ ତେଲୁଗୁ କଥାଚିତ୍ର ଜଗତରେ । ସହକାରୀ ଅଭିନେତ୍ରୀ ସାଙ୍ଗକୁ ହାସ୍ୟାଭିନେତ୍ରୀ ଭାବରେ ମଧ୍ୟ ସେ ଅଭିନୟ କରନ୍ତି ।
୧୯୯୩ରେ ହେମା ବିବାହ କରିଥିଲେ । ବିବାହ ପରେ ସେ କିଛିଦିନ ପାଇଁ ଅଭିନୟ ଦୁନିଆରୁ ଅବସର ନେଇଥିଲେ । ପରେ ପରେ ମହେଶ ବାବୁଙ୍କ ଅଭିନୀତ ଚଳଚ୍ଚିତ୍ର ମୁରାରୀରେ ସେ ପୁଣିଥରେ ଅଭିନୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ହେମା ୨୫୦ଟିରୁ ଅଧିକ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।
ରାଜନୈତିକ ଜୀବନ
ସମ୍ପାଦନା୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ହେମା ଆନ୍ଧ୍ରର ଆଞ୍ଚଳିକ ଦଳ ଜୟ ସାମୟିକ ଆନ୍ଧ୍ର ଦଳ(JSP) ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ ନିର୍ବାଚନରେ ପରାଜିତ ହୋଇଥିଲେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ Seshagirirao, Vandana. "Hema". Retrieved 21 March 2017.
- ↑ "Character Artist Hema had a terrific accident". zimbio.com. 3 November 2009. Retrieved 30 January 2013.
- ↑ "Tollywood » Actress » Hema". telugucolours.com. Retrieved 21 March 2017.
- ↑ "Actress Hema to contest from Mandapeta". timesofindia.indiatimes.com. Retrieved 21 March 2017.
- ↑ "HEMA SYED". National Election Watch. Retrieved 21 March 2017.
- ↑ "actress hema contest from mandapeta". actors9.com. Archived from the original on 19 April 2014. Retrieved 21 March 2017.