ହୁମାଇରା ହିମୁ
ହୁମାଇରା ନୁସରତ ହିମୁ (ହୁମାଇରା ହିମୁ ଭାବରେ ମଧ୍ୟ ଜଣାଶୁଣା; ୨୩ ନଭେମ୍ବର ୧୯୮୫ – ୨ ନଭେମ୍ବେର ୨୦୨୩)[୧] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଥିଲେ । ସେ ଟେଲିଭିଜନ୍ ଓ କଥାଚିତ୍ରରେ ଅଭିନୟ କରୁଥିଲେ । ୨୦୧୧ ମସିହାରେ, ସେ ଆମାର ବନ୍ଧୁ ରାଶେଦ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଡିବି, ସଂଘତ, ଚେୟାରମ୍ୟାନ ବାରି, ବତିଘର ଓ ଶୋନେନା ଶେ ଶୋନେନା ଭଳି ଟିଭି ଡ୍ରାମାରେ ଅଭିନୟ କରିଥିଲେ ।[୨][୩][୪]
ହୁମାଇରା ହିମୁ | |
---|---|
হুমাইরা হিমু | |
ଜନ୍ମ | ହୁମାଇରା ନୁସରତ ହିମୁ ୨୩ ନଭେମ୍ବର ୧୯୮୫ ଲକ୍ଷ୍ମୀପୁର, ବଙ୍ଗଳାଦେଶ |
ମୃତ୍ୟୁ | ୨ ନଭେମ୍ବର ୨୦୨୩ | (ବୟସ ୩୭)
ମୃତ୍ୟୁର କାରଣ | ଫାଶୀ ଦ୍ୱାରା ଆତ୍ମାହତ୍ୟା |
ଜାତୀୟତା | ବାଂଲାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫–୨୦୨୩ |
Early life
ସମ୍ପାଦନାହିମୁ ୧୯୮୫ ମସିହା ନଭେମ୍ବର ୨୩ ତାରିଖରେ ଲକ୍ଷ୍ମୀପୁର ଜିଲ୍ଲାରେ ସନା ଉଲ୍ଲା ଓ ଶମିମ ଆରା ଚୌଧୁରୀଙ୍କର ଏକମାତ୍ର ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ ।[୫] ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ । ସେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ- ହାଇଫାଇ କୁଟୁକ୍ ଶିଳ୍ପଗୋଷ୍ଠୀ ଆଣ୍ଡ୍ ଫ୍ରେଣ୍ଡସ୍ ନାଟ୍ୟଗୋଷ୍ଠୀରେ କାର୍ଯ୍ୟ କରିଥିଲେ ।[୧]
୧୯୯୯ ମସିହାରେ, ସେ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରେ ଢାକା ଚାଲି ଆସିଥିଲେ । ସେ ନାଗରିକ ନାଟ୍ୟଙ୍ଗନ ସମେତ ଅନେକ ଥିଏଟର ଗ୍ରୁପରେ କାମ କରିଥିଲେ ।[୧]
Career
ସମ୍ପାଦନାହିମୁ ଅଧିକାଂଶ ସମୟରେ ଟେଲିଭିଜନ ଡ୍ରାମାରେ କାମ କରୁଥିଲେ । ସେ 'ପାଇ' ଜରିଆରେ ଟେଲିଭିଜନ ଡ୍ରାମାରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ମସିହାରେ ତୋରୁ ଅପା ଭୂମିକାରେ ଆମାର ବନ୍ଧୁ ରାଶେଦ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୧][୩][୫]
ମୃତ୍ୟୁ
ସମ୍ପାଦନା୨ ନଭେମ୍ବର ୨୦୨୩ ରେ ୩୭ ବର୍ଷ ବୟସରେ ହିମୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।[୬] ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ବିତର୍କ ଚାଲିଥିଲା । ସେପ୍ଟେମ୍ବର ୨୦୨୪ରେ, ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ନିଶ୍ଚିତ ହୋଇଥିଲା ।[୭]
ଟିଭି ଧାରାବାହିକ
ସମ୍ପାଦନା- ଡିବି
- ସୋନାଘାଟ
- ଚେୟାରମ୍ୟାନ ବାଡ଼ି
- ବତିଘର
- ଶୋନେନା ସେ ଶୋନେନା
- କମେଡ଼ି-୪୨୦
- ଚାପାବାଜ
- ଛାୟାବିବି
- ଏକ କପ ଚା
- ଏ କେମନ ପ୍ରତିଦାନ
- ହୁଲୋ ବିଡ଼ାଲ
- ପାଗଲା ପ୍ରେମିକ
- ଉପହାର
- ହାଲଖାତା
- ଦାନବୀର ଏଖନ ନିଃସ୍ୱ
- ବାବର ଆଲୀର ବିୟେ
- ସ୍ୟାଲୁଟ୍
- ନୟା ଲାଇଲି ମଜନୁ
- ହକାର ଅବ୍ଦୁଲ ହାଇ
- ଗିଟ୍ଟୁ ସେଲିମ
- ମନଓ ଚୋରା ଗଲି
- ସୁରେର ଫେରିଓୟାଲା
- ଛାୟାବିବି
- ଗାନାଦାର
- ଲେଟ୍ ମ୍ୟାରେଜ୍
- ଭୁତେର ଗ୍ରାମ
- ଛାୟାବୀଥି
- ପିଆଇ
- ଶୋଧ
- ଚୁପି ଚୁପି
- ନିର୍ବିକାର ମାନୁଷ
- ସ୍କ୍ୟାଣ୍ଡେଲ
- ଉତ୍ତରାଧିକାର
- ଝୁଲନ୍ତ ବାବୁରା
- ଭୂତେର ବାଡ଼ି
- ବାଘା ଶେର
- ଗାଁୟେର ମାନୁଷ
- ଗାୟେନ
- ଜତିଷ ରାଜ ଟିପୁ ସୁଲତାନ
- ପାରଦ ଫୁଲେର ଘ୍ରାଣ
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ମନ୍ତବ୍ୟ |
---|---|---|---|---|
୨୦୧୪ | ଏକ କାପ ଚା | ରୋଜି | ନଈମ ଇମତିୟାଜ ନେୟାମୁଲ | |
୨୦୧୧ | ଆମାର ବନ୍ଧୁ ରାଶେଦ | ଅରୁ ଆପା | ମୋରଶେଦୁଲ ଇସଲାମ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Humaira Himu's mysterious death: One arrested". Prothomalo (in ଇଂରାଜୀ). 3 November 2023. Retrieved 3 November 2023.
- ↑ "Humaira Himu joins DB". Dhaka Tribune. 1 May 2014. Retrieved 17 May 2019.
- ↑ ୩.୦ ୩.୧ Shazu, Shah Alam (11 December 2016). "HIMU busy with TV projects". The Daily Star.
- ↑ "Bangladeshi Actor Humaira Himu Dies Mysteriously At 37: Report". NDTV news.
- ↑ ୫.୦ ୫.୧ "মায়ের কবরের পাশে সমাহিত অভিনেত্রী হোমায়রা হিমু". Prothomalo (in Bengali). 4 November 2023. Retrieved 5 November 2023.
- ↑ "Actress Humaira Himu dies". The Business Standard (in ଇଂରାଜୀ). 2 November 2023. Retrieved 2 November 2023.
- ↑ "হোমায়রা হিমুর সঙ্গে তাঁর বন্ধুর মনোমালিন্য চলছিল: র্যাব". Prothomalo (in Bengali). 3 November 2023. Retrieved 5 November 2023.