ହୀରା ଦେବୀ ୱାଇବା (୯ ସେପ୍ଟେମ୍ବର ୧୯୪୦ - ୧୯ ଜାନୁଆରୀ ୨୦୧୧) ଜଣେ ଭାରତୀୟ ଲୋକ ସଙ୍ଗୀତ ଗାୟକ ଥିଲେ ଯିଏ ନେପାଳୀ ଭାଷାରେ ଗୀତ ଗାଉଥିଲେ । ତାଙ୍କୁ ନେପାଳୀ ଲୋକ ସଙ୍ଗୀତର ଅଗ୍ରଦୂତ କୁହାଯାଉଥିଲା ।

ହୀରା ଦେବୀ ୱାଇବା
Waiba in 2010
ଜନ୍ମ(1940-09-09)୯ ସେପ୍ଟେମ୍ବର ୧୯୪୦
Ambootia Tea Estate, Kurseong, West Bengal, Darjeeling, India
ମୃତ୍ୟୁ୧୯ ଜାନୁଆରୀ ୨୦୧୧(2011-01-19) (ବୟସ ୭୦)
Kadamtala, Darjeeling, West Bengal, India
ଅନ୍ୟ ନାମLok Geet Samragi (Queen of Nepali Folk Songs)
ଶିକ୍ଷାନୁଷ୍ଠାନ
  • St Josephs School, Kurseong, Dist Darjeeling
  • Government College, Darjeeling (B.A College)
  • Shree Ramakrishna B T College, Darjeeling (Bachelor in Teaching)
ବୃତ୍ତିସମୂହ
  • Singer
  • Musician
  • Writer
ସକ୍ରିୟ ବର୍ଷ1974–2011
ପ୍ରସିଦ୍ଧିPioneer of Nepali folk songs and music
ବୈବାହିକ-ସାଥୀLate Ratal Lal Aditya
ସନ୍ତାନ
ପିତାମାତାs
  • Singman Singh Waiba (father)
  • Tshering Dolma (mother)
Musical career
ଶୈଳୀTamang Selo, Nepali Folk
ବାଦ୍ୟଯନ୍ତ୍ର
ଲେବଲ
  • His Masters Voice (HMV)
  • All India Radio (AIR)
  • Radio Nepal
  • British Broadcasting Corporation (BBC)
ଅନ୍ୟ ଅଂଶଗ୍ରହଣ

ତାଙ୍କର ଗୀତ ଚୁରା ତା ହୋଇନା ଅସ୍ତୁରା ନେପାଳୀ ଶୈଳୀର ପ୍ରଥମ ତାମଙ୍ଗ ସେଲୋ ଗୀତ ଥିଲେ ଯାହା ରେକର୍ଡ଼ିଙ୍ଗ ହୋଇଥିଲା । ହୀରା ଦେବୀ ୱାଇବା ପ୍ରଥମ ଲୋକ ସଙ୍ଗୀତ ଗାୟିକା ଥିଲେ ଯାହାଙ୍କର ଗୀତ ଏଚଏମ‌ଭି ତରଫରୁ ରେକର୍ଡ଼ କରାଯାଇଥିଲା ।[୧] ଆକାଶବାଣୀର ସେ ଏକମାତ୍ର ଏ ଗ୍ରେଡ ନେପାଳୀ ଲୋକ ସଙ୍ଗୀତ ଗାୟିକା ଥିଲେ । ନେପାଳରେ ଥିବା ଏକ ମୁଖ୍ୟ ସଙ୍ଗୀତ ଗୃହ ତାଙ୍କର ଗୀତ ରେକର୍ଡ଼ କରିଥିଲେ ଓ ସେ ତାଙ୍କର ପ୍ରଥମ ନେପାଳୀ କଳାକାର ଥିଲେ ଯାହାଙ୍କର ଗୀତ ରେକର୍ଡ଼ ହୋଇ ଆଲବମ ତିଆରି ହୋଇଥିଲା ।[୧]

ଜୀବନ ଓ ସଙ୍ଗୀତ ସମ୍ପାଦନା

କୁର୍ସେଓଙ୍ଗ, ନେପାଳ ପାଖରେ ଅମ୍ବୁତିଆ ଚା ବଗିଚା ନିକଟରେ ଲୋକ ସଙ୍ଗୀତ ଗାୟକ ଓ ସଙ୍ଗୀତଜ୍ଞ ଥିବା ଏକ ଦୀର୍ଘ ପିଢ଼ୀରେ ହୀରା ଦେବୀ ୱାଇବା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ 'ସିଂ ମାନ ସିଂହ ୱାଇବା' ଓ ମାତାଙ୍କ ନାମ 'ଶେରୋଙ୍ଗ ଡୋଲମା' ଥିଲା । ହୀରା ଦେବୀ ୱାଇବାଙ୍କର ଦୀର୍ଘ ୪୦ ବର୍ଷର ସଙ୍ଗୀତ ଜୀବନରେ ପ୍ରାଯ ୩୦୦ ଲୋକ ଲୋକଗୀତ ଗାଇଥିଲେ ।[୨] ରେଡିଓ ନେପାଳ, କୁର୍ସେଓଙ୍ଗ ନିମନ୍ତେ ୧୯୬୬ ମସିହାରେ ତାଙ୍କର ପ୍ରଥମ କରି ତିନୋଟି ଗୀତ ୧୯୬୬ ମସିହାର ରେକର୍ଡ଼ ହୋଇଥିଲା । କୁର୍ସେଓଙ୍ଗରେ ଥିବା ଆକାଶବାଣୀ ଷ୍ଟେସନରେ ସେ ୧୯୬୩ରୁ ୧୯୬୫ ପର୍ଯ୍ୟନ୍ତ ରେଡିଓ ଘୋଷକ ଥିଲେ ।[୩]

ହୀରା ଦେବୀ ୱାଇବାଙ୍କର ଗୀତମାନଙ୍କ ମଧରେ ଫରିୟା ଲ୍ୟାଇଦିୟେଚାନ (Phariya Lyaaidiyechan,), ଓରା ଦାଉଦି ଜାନ୍ଦା (Ora Daudi Jaanda) ଓ ରାମରି ତାଃ ରାମରି (and Ramri tah Ramri) ଉଲ୍ଲେଖନୀୟ ଲୋକପ୍ରିୟ ହୋଇଥିଲେ । ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ସେ ସିଲିଗୁଡ଼ି ପାଖରେ ଥିବା କଦମତାଲାରେ ୨୦୦୮ ମସିହାରେ ସେ 'ଏସଏମ ୱାଇବା ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ଏକାଡେମୀ' ଖୋଲିଥିଲେ ।


ମୃତ୍ୟୁ ସମ୍ପାଦନା

ହୀରା ଦେବୀ ତାଙ୍କର ନିଜ ଘରେ ଏକ ଦୁର୍ଘଟଣାରେ ପୋଡ଼ିଯିବା ଆଘାତ ଯୋଗୁ ୧୯ ଜାନୁଆରୀ ୨୦୧୧ ମସିହାର ମୃତ୍ୟୁ ବରଣ କରିଥିଲେ । [୪] ସେ ସଂସାରରେ ନବନୀତ ଆଦିତ୍ୟା ୱାଇବା ଓ ସତ୍ୟ ଆଦିତ୍ୟ ୱାଇବା ନାମକ ଦୁଇଟି ସନ୍ତାନ ଛାଡ଼ିଯାଇଥିଲେ ଯେଉଁମାନେ ତାଙ୍କ ଭଳି ସଙ୍ଗୀତଜ୍ଞ ହୋଇଛନ୍ତି ।[୫]

ପୁରସ୍କାର ସମ୍ପାଦନା

ହୀରା ଦେବୀଙ୍କୁ ନେପାଳି ଅକାଦେମୀ ପକ୍ଷରୁ ୧୯୮୬ ମସିହାରେ ମିତ୍ରସେନ ପୁରସ୍କାର, ୧୯୯୬ ମସିହାରେ ସିକ୍କିମ ସରକାରଙ୍କ ତରଫରୁ ମିତ୍ରସେନ ସ୍ମୃତି ପୁରସ୍କାର, ଭାନୁ ଅକାଦେମି ପୁରସ୍କାର, ୨୦୦୧ ମସିହାର ଅଗମ ସିଂହ ଗିରି ପୁରସ୍କାର ଓ ଗୋର୍ଖା ସ‌ହୀଦ ସେବା ସମିତି ତରଫରୁ ଲାଇଫ ଟାଇମ ଅଚିଭମେଣ୍ଟ ପୁରସ୍କାର ମିଳିଥଲା । ନେପାଳ ସରକାର ତାଙ୍କୁ ଗୋର୍ଖା ଦକ୍ଷିନା ବୋହୁ (Knighthood of Nepal) ସମ୍ମାନ, ସାଧନା ସମ୍ମାନ ଓ ମଧୁରିମା ଫୁଲ କୁମାରୀ ମାହାତୋ ପୁରସ୍କାର ପ୍ରଦାନ କରିଥିଲେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ "चुरा त होइन अस्तुरा - पहिलो तामाङ सेलो गीत ? - Tamang Online". Tamang Online (in ଆମେରିକୀୟ ଇଂରାଜୀ). 7 ଡିସେମ୍ବର 2016. Archived from the original on 4 ମାର୍ଚ୍ଚ 2018. Retrieved 5 ମାର୍ଚ୍ଚ 2018.
  2. "Darjeeling's folk singer Hira Waiba dies of burn injuries". The Himalayan Times. Archived from the original on 21 September 2022. Retrieved 21 July 2012.
  3. "North Bengal & Sikkim | School for Nepali folk music". The Telegraph. Calcutta (Kolkata). Archived from the original on 5 ମାର୍ଚ୍ଚ 2018. Retrieved 5 ମାର୍ଚ୍ଚ 2018.
  4. ୪.୦ ୪.୧ "Hira Devi dies of burn injuries". The Telegraph. Archived from the original on 25 ଅକ୍ଟୋବର 2012. Retrieved 21 ଜୁଲାଇ 2012.
  5. "Navneet Aditya Waiba, Satya Waiba". The Telegraph. Archived from the original on 2 ଫେବୃଆରୀ 2017. Retrieved 26 ଜାନୁଆରୀ 2017.