ହୀରାକୁଦ ବନ୍ଧ

ଓଡ଼ିଶାର ଏକ ଡ୍ୟାମ୍
(ହୀରାକୁଦ ନଦୀବନ୍ଧରୁ ଲେଉଟି ଆସିଛି)


ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । []

ହୀରାକୁଦ ବନ୍ଧ
ହୀରାକୁଦ ବନ୍ଧର ପାଣିଛାଡ଼ିବା ବାଟ
ପ୍ରଶାସନିକ ନାଆଁହୀରାକୁଦ ବନ୍ଧ
ସ୍ଥାନୀୟତାହୀରାକୁଦ ବନ୍ଧ
ଦିଗବାରେଣି21°34′N 83°52′E / 21.57°N 83.87°E / 21.57; 83.87
କାମ ଆରମ୍ଭ ହେଲା୧୯୪୮
ଖୋଲା ଗଲା୧୯୫୭
ତିଅରି ଖର୍ଚ୧୦୧ କୋଟି ଟଙ୍କା (୧୯୫୭)
ବନ୍ଧ ଓ ପାଣି ଯିବା ବାଟ
ବନ୍ଧର ପ୍ରକାରବନ୍ଧ ଓ ଜଳ ଭଣ୍ଡାର
ଉଚ୍ଚତା60.96 m (200 ft)
ଲମ୍ବା4.8 km (3 mi) (main section)
25.8 km (16 mi) (entire dam)
ଜବତ କରିବାମହାନଦୀ
ପାଣିଯିବା ବାଟ୬୪ ସ୍ଲୁଇସ ଗେଟ
ପାଣିଯିବା ବାଟର କ୍ଷମତା42,450 cubic metres per second (1,499,000 cu ft/s)
ଜଳଭଣ୍ଡାର
କ୍ଷମତା5,896,000,000 m3 (4,779,965 acre⋅ft)
ନିଷ୍କାସନ କୁଣ୍ଡ83,400 km2 (32,201 sq mi)
ପାବାର ଷ୍ଟେସନ
ଟରବାଇନସବୁପାବାର ହାଉସ ୧ (ବୁର୍ଲା): ୫ x ୩୭.5 MW, ୨ x ୨୪ MW କାପଲାନ ପ୍ରକାରର
ପାବାର ହାଉସ ୨ (ଚିପିଲିମା): : ୩ x ୨୪ MW
ପ୍ରତିଷ୍ଠିତ କ୍ଷମତା୩୦୭.୫ MW

ନିର୍ମାଣ ଇତିହାସ

ସମ୍ପାଦନା

ମୂଳ ପ୍ରସ୍ତାବ ଅନୁଯାୟୀ ହୀରାକୁଦ, ଟିକରପଡା,ନରାଜଠାରେ ବନ୍ଧ ନିର୍ମାଣ ହେବାର ଥିଲା । ଆନ୍ଦୋଳନ ଯୋଗୁଁ ଟିକରପଡ଼ା ବନ୍ଧ,ମଣିଭଦ୍ରା ବନ୍ଧ ଓ ସୁବଳୟା ବନ୍ଧ ବନ୍ଦ ହୋଇଯାଇଥିଲା । କେବଳ ହୀରାକୁଦ ବନ୍ଧ ନିର୍ମାଣ ସମ୍ଭବ ହେଲା ।

ଚଳନ୍ତି ଜଳ ଧାରଣ କ୍ଷମତା / ରୁଲ କର୍ଭ

ସମ୍ପାଦନା

ଚଳନ୍ତି ରୁଲ କର୍ଭ ଅନୁଯାୟୀ ସର୍ବନିମ୍ନ ଜଳସ୍ତର ଜୁଲାଇ ୧ରେ ୫୯୫ ଫୁଟ, ଅଗଷ୍ଟ ୧ରେ ୫୯୦ ଫୁଟ, ଅଗଷ୍ଟ ୧୧ରେ ୬୦୫-୬୧୧ ଫୁଟ, ଅଗଷ୍ଟ ୨୧ରେ ୬୧୦-୬୨୨ ଫୁଟ, ସେପ୍ଟେମ୍ବର ୧ରେ ୬୧୯-୬୨୭ ଫୁଟ, ସେପ୍ଟେମ୍ବର ୧୧ରେ ୬୨୪-୬୨୯ ଫୁଟ, ସେପ୍ଟେମ୍ବର ୨୧ରେ ୬୨୯.୫-୬୩୦ ଫୁଟ ଏବଂ ଅକ୍ଟୋବର ୧ରେ ୬୩୦ ଫୁଟ ରହିବ ବୋଲି ନିର୍ଦ୍ଧାରଣ ହୋଇଛି ।[]

ଜଳମଗ୍ନ ଅଞ୍ଚଳ ଓ ବିସ୍ଥାପିତ ଲୋକ ସଂଖ୍ୟା

ସମ୍ପାଦନା

ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ []168ଟି ଗ୍ରାମ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସମୂହରେ 1,23,00 ଏକର ଚାଷ ଜମି , ତାହା ମଧ୍ୟରୁ ଅନେକ ଉର୍ବର ଜମି ଥାଏ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସବୁ ଜଳମଗ୍ନ ହେବାଦ୍ୱାରା ସମୁଦାୟ 26,561ଟି ପରିବାର ବାସହରା ହେଇ 1 ଲକ୍ଷ ଲୋକ ଦୁର୍ଦିନ ଭିତରେ ରହିଲେ । ବରତମା ଯାଏ ବନ୍ଧା ନିର୍ମାଣର 60 ବର୍ଷ ପରେ ମଧ୍ୟ ଏହି ବିସ୍ଥାପିତ ପରିବାର ମଧ୍ୟରୁ 10,000 ପରିବାର କୌଣସି ପ୍ରକାର ସହାୟତା ପାଇ ନାହାନ୍ତି । [][]

ବିବାଦୀୟ

ସମ୍ପାଦନା

ବନ୍ୟା ନିୟନ୍ତ୍ରଣକରିବାରେ ଅସମର୍ଥ

ସମ୍ପାଦନା

୧୯୬୨ର ହୀରାକୁଦ ଇଭାଲୁଏସନ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ହୀରାକୁଦ ମାଧ୍ୟମରେ ସାଧାରଣ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ । ପ୍ରବଳ ବନ୍ୟା ଆଂଶିକ ଭାବେ ନିୟନ୍ତ୍ରଣ ସମ୍ଭବ ।ଅସାଧାରଣ ବନ୍ୟା ନିୟନ୍ତ୍ରଣ ସମ୍ଭବ ନୁହେଁ । ହୀରାକୁଦ ବନ୍ଧ ନିର୍ମାଣର ପଚାଶ ବର୍ଷ ପୂର୍ବରୁ ଯେତିକି ଥର ବନ୍ୟା ହେଉଥିଲା । ପରବର୍ତ୍ତୀ ପଚାଶ ବର୍ଷ ମଧ୍ୟରେ ଅଧିକ ଥର ବନ୍ୟା ହୋଇଛି । ଅବଶ୍ୟ ହୀରାକୁଦ ଯୋଗୁଁ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ ହୋଇଛି । ବନ୍ୟାନିୟନ୍ତ୍ରଣ ସକାଶେ ହୀରାକୁଦର ଜଳ ଧାରଣ କ୍ଷମତା ଆରମ୍ଭରୁ ଯଥେଷ୍ଟ ନ ଥିଲା । ପଟୁମାଟି ଭର୍ତ୍ତି ଯୋଗୁଁ ଏହାର ଜଳ ଧାରଣ କ୍ଷମତା ଶତକଡା ୩୧ଭାଗ ପାଖାପାଖି କମିଛି । ଭବିଷ୍ୟତରେ ଆହୁରି କମିବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଜଳଭଣ୍ଡାର ତୁଳନାରେ ଯଦିଓ ହୀରାକୁଦ ଜଳଭଣ୍ଡାର ବହୁତ ବଡ଼, ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଅତି ଛୋଟ । ହୀରାକୁଦ ଅବବାହିକାରେ ହାରାହାରି ୧୫ ସେଣ୍ଟିମିଟର ବୃଷ୍ଟିପାତରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଏ । []


ବନ୍ଧ ପାଇଁ ଅନୁପଯୁକ୍ତ ସ୍ଥାନ

ସମ୍ପାଦନା

ହୀରାକୁଦର ଗଭୀରତା ୧୩୦ ଫୁଟ ହୋଇଥିବାବେଳେ, କେବଳ ୪୦ଫୁଟ ଜଳ ବ୍ୟବହୃତ ହୁଏ । ବର୍ଷ ଯାକ ୪ ଫୁଟ ବାଷ୍ପ ହୋଇ ନଷ୍ଟ ହୁଏ । ପ୍ରକୃତରେ ୩୬ ଫୁଟ ଜଳ ଉପଯୋଗୀ ହୁଏ । ଏହି କାରଣରୁ ଏହି ସ୍ଥାନ ନଦୀବନ୍ଧ ଯୋଜନା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ୧୯୪୬ ଡିସେମ୍ବରରେ ମହିଶୂରର ଅବସରପ୍ରାପ୍ତ ମୁଖ୍ୟ ଇଞ୍ଜିନିଅର ଏମ ଜି ରଙ୍ଗେୟା ମତ ଦେଇଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଉପଯୁକ୍ତ ସ୍ଥାନ ନୁହେଁ । ତାଙ୍କ ରିପୋର୍ଟ ଉପରେ ଗୁରୁତ୍ୱ ଦିଆନଯାଇ ହୀରାକୁଦ ବନ୍ଧ ନିର୍ମିତ ହୋଇଥିଲା । []

ପୁରାତନ ରୁଲକର୍ଭ

ସମ୍ପାଦନା

ଜଳ ପରିଚାଳନା ପାଇଁ ଏକ ରୁଲକର୍ଭ ରହିଛି । କେଉଁ ତାରିଖରେ ହୀରାକୁଦ ଜଳ ସ୍ତର କେତେ ରଖାଯିବ ରୁଲକର୍ଭ ଅନୁସାରେ କରାଯାଏ ।ଶେଷଥର ପାଇଁ ୧୯୮୮ରେ ରୁଲକର୍ଭ ସଂଶୋଧିତ ହୋଇଥିଲା । ଏବେ ସୁଦ୍ଧା ଜଳ ପ୍ରବାହ ଓ ଧାରଣ କ୍ଷମତା ପାଇଁ ପୁରାତନ ପ୍ରଣାଳୀ ଅବଲମ୍ବନ କରାଯାଉଛି ଯାହାଦ୍ୱାରା ବନ୍ୟା ନିୟନ୍ତ୍ରଣରେ ଲାଭ ମିଳୁନାହିଁ । []

୨୦୧୧ ବନ୍ୟା

ସମ୍ପାଦନା

ଜଳବାୟୁରେ ବିରାଟ ପରିବର୍ତ୍ତନ, ଛତିଶଗଡ଼ରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ, ହୀରାକୁଦକୁ ଜଳପ୍ରବାହରେ ଅନେକ ପରିବର୍ତ୍ତନ ହୋଇଛି । ୨୦୧୧ ସେପ୍ଟେମ୍ବର ୫ ତାରିଖରୁ ୯ ତାରିଖ ମଧ୍ୟରେ ଛତିଶଗଡ଼଼ର ଅଧିକାଂଶ ଛୋଟ ବଡ଼ ବନ୍ଧ ପ୍ରବଳ ବର୍ଷା ଯୋଗୁଁ ଶତକଡା ନବେ ଭାଗ ଭର୍ତ୍ତି ଥିଲା । ଆବଶ୍ୟକତା ଦୃଷ୍ଟିରୁ ସେହି ବନ୍ଧ ସବୁରୁ ଜଳ ନିଷ୍କାସିତ ହେଉଥିଲା । ଏବଂ ଏହି ଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କଲା । ସେହିପରି ଇବ ଓ ଭେଡେନ ନଦୀରୁ ପ୍ରବଳ ବର୍ଷା ଯୋଗୁଁ ଏକ ସଙ୍ଗେ ବନ୍ୟା ଜଳ ପ୍ରବେଶ କଲା । ୬୩୦ ଫୁଟ ସ୍ତର ପର୍ଯ୍ୟନ୍ତ ଜଳ ଗଛିତ ରହିପାରିବ ଜାଣି ସୁଦ୍ଧା ସେପ୍ଟେମ୍ବର ୭ ତାରିଖରେ ଜଳପତ୍ତନ ୬୨୫.୬୦ ରଖାଯାଇଥିଲା । ରୁଲକର୍ଭ ଅନୁସାରେ ଯେତିକି ଜଳପତ୍ତନ ରହିବା କଥା ତାହାର ବହୁ ଉପରେ ରହିଥିଲା । ୩୬ଟି ଗେଟ ଖୋଲା ଥିଲା । ସେପ୍ଟେମ୍ବର ୨ ତାରିଖରେ ଭାରତୀୟ ପାଣିପାଗ ବିଭାଗ (ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ) ତରଫରୁ ଛତିଶଗଡ଼଼ ଓ ଓଡ଼ିଶାରେ ସପ୍ତାହ କ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଘୋଷଣା କରାଯାଇଥିଲା । କର୍ତୃପକ୍ଷ ଘୋଷଣା ଉପରେ ନଜର ନଦେଇ ତାହା ପରଦିନ ୮ ତାରିଖରେ ଥରକୁଥର କରି ୫୯ଟି ଗେଟ ଖୋଲିଥିଲେ ।ପରିସ୍ଥିତି ଅସମ୍ଭାଳ ହୋଇ ପ୍ରବଳ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଲା ।[]

ବିସ୍ଥାପିତଙ୍କ କ୍ଷତିପୂରଣ

ସମ୍ପାଦନା

ଅର୍ଦ୍ଧଶତାବ୍ଦୀ ବିତିଯାଇଥିଲେ ବି ହୀରାକୁଦ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦେବା ସରିନାହିଁ । ୨୬୫୦୦ ପରିବାର ଏହି ଯୋଜନାରେ ବିସ୍ଥାପିତ ହେଲେ । ଏବେ ସୁଦ୍ଧା ନଅ ହଜାରରୁ ଉର୍ଦ୍ଧ୍ୱ ପରିବାର କ୍ଷତିପୂରଣ ପାଇନାହାନ୍ତି । [୧୦]

ମହାନଦୀ ଜଳ ବିବାଦ

ସମ୍ପାଦନା

ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଉପର ମୁଣ୍ଡରେ ଅନେକ ବନ୍ଧ ଛତିଶଗଡ଼଼ ସରକାରଙ୍କଦ୍ୱାରା ନିର୍ମାଣ ହୋଇଥିବାରୁ ମହାନଦୀ ଶୁଖିଲା ପଡ଼ିବ ଅନୁମାନ କରି ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା ।[୧୧]

ଗ୍ୟାଲେରି

ସମ୍ପାଦନା
  1. http://sarbasadharana.com/p=24149
  2. http://odishasuntimes.com/2014/07/26/odishas-refusal-change-hirakud-rule-curve-dangerous-experts/
  3. it has submerged more than 360 villages covering more than 1,23,000 acres of land and displaced 26, 561 families (more than one lakh people). , http://www.indiawaterportal.org/articles/doomed-displacement
  4. “In the process of rehabilitation, the government resettled 2,243 families in 18 different rehabilitation camps, which is only 8.46% of the total displaced people.” In 2014, out of 26,561 displaced families approximately 10,000 families have still not received compensation.
  5. http://www.indiawaterportal.org/articles/doomed-displacement
  6. "ଆର୍କାଇଭ୍ କପି". Archived from the original on 2017-08-21. Retrieved 2016-12-07. {{cite web}}: Cite has empty unknown parameter: |1= (help)
  7. http://www.academia.edu/25595908/1991._State_Policies_and_Peoples_Response_Lessons_from_the_Hirakud_Dam_in_Orissa_Economic_and_Political_Weekly_Bombay_Vol.XXVI_No.41_pp.2373-79&ei=pXnOSMri&lc=en-IN&s=1&m=29&host=www.google.co.in&ts=1481131301&sig=AF9Nedn5OCwz2ruQan1s4iziqG9o_CL4Ug
  8. http://odishasuntimes.com/2014/07/26/odishas-refusal-change-hirakud-rule-curve-dangerous-experts/
  9. http://www.odisha.com/2011/september/10/fullstory/flood.html
  10. http://sadharanapurusha-karunakar.blogspot.in/2012/05/hirakud-dam-project.html?m=1
  11. "ଆର୍କାଇଭ୍ କପି". Archived from the original on 2019-04-12. Retrieved 2016-12-07. {{cite web}}: Cite has empty unknown parameter: |1= (help)