ହୀରାକୁଦ ଏୟାର ଷ୍ଟ୍ରିପ
ହୀରାକୁଦ ଏୟାର ଷ୍ଟ୍ରିପ (IATA: VEHK)ବା ଜମାଦାର ପାଳି ବିମାନ ଅବତାରଣ କେନ୍ଦ୍ର[୧]
Hirakud Airstrip हीराकुड हवाई पट्टी ହୀରାକୁଦ ଉଡାଣ ପଥ | |||
---|---|---|---|
IATA: none – ICAO: VEHK | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
Owner | Government of Odisha | ||
ସେବା | Sambalpur | ||
ଅବସ୍ଥାନ | Hirakud (India) | ||
ଉଚ୍ଚତା (ସମୁଦ୍ର ଠାରୁ) | 658 ft / 201 m | ||
ଦିଗବାରେଣି | 21°34′49″N 84°00′20″E / 21.58028°N 84.00556°E | ||
Map | |||
Location in Odisha | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
15/33 | 4185 | 1276 |
ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ସମ୍ବଲପୁର ସହରଠାରୁ 12 କିଲୋମିଟର ଦୂରବର୍ତ୍ତୀ ଜମାଦାରପଲିଠାରେ ହୀରାକୁଦ ଜଳଭଣ୍ଡାରର ତଟ ନିକଟରେ ଅବସ୍ଥିତ ।
ଅବସ୍ଥିତି
ସମ୍ପାଦନାଏହାର ଭୌଗୋଳିକ ଅବସ୍ଥିତି 21°34′49″N 84°00′20″Eଠାରେ ।ଏହା ସମୁଦ୍ରପତ୍ତନଠାରୁ 658 ଫୁଟ ଉପରେ ଅବସ୍ଥିତ । ସମ୍ବଲପୁର ସହରର ଅଇଣ୍ଠାପାଳି ଛକଠାରୁ ହୀରାକୁଦ ବନ୍ଧ ଆଡକୁ କାଇନଶିର ଗ୍ରାମ ଦେଇ ଯାଇଥିବା ରାସ୍ତାରେ ଗଲେ ଏହା 12 କିଲୋମିର୍ଟର ଦୁରବର୍ତୀ ସ୍ଥାନରେ ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ଏକ ସମତଳ ଅଞ୍ଚଳରେ ରହିଛି । ଏଠାରେ ପହଞ୍ଚିବାକୁ ସମ୍ବଲପୁର - ରାଉରକେଲା ରାଜପଥ ସମବ୍ଲ୍ପୁରଠାରୁ 18 କିଲୋମିଟର ଦୂରରୁ ଅନନ୍ୟ ଏକ ପକ୍କା ରାସ୍ତା ମଧ୍ୟ ରହିଛି ।
ଇତିହାସ
ସମ୍ପାଦନା
ଏହି ଏୟାର ଷ୍ଟ୍ରିପ ବ୍ରିଟିଶ ସମୟ ରେ[୨]ନିର୍ମାଣ ହେଇଥିଲା ଓ ଏହା ମୁଖ୍ଯତଃ ରାଜନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଗମନାଗମନ ପାଇଁ ସାନ ବିମାନ ଅବତରଣ ପାଇଁ ବ୍ଯବହ୍ରୁତ ହାଉଥିଲା । ତେବେ ରାଜ୍ୟ ସରକାର ଏହାକୁ ଉନ୍ନତ କରି ସମ୍ବଲପୁରରୁ ଭୁବନେଶ୍ୱର ଦୈନିକ ବିମାନ ଚାଳନାର ବ୍ୟବସ୍ଥା କରିଥିଲେ । କିଛି ଦିନ ଚାଲିବା ପରେ ତାହା ସାମୟିକ ଭାବରେ ସ୍ଥଗିତ ରହିଛି ।
http://i6.wikimapia.org/?x=12014&y=7185&zoom=14&type=map&r=0
ପ୍ରଚଳିତ ବିମାନ ସେବା
ସମ୍ପାଦନାଏହି ଏୟାର ଷ୍ଟ୍ରିପକୁ ଏୟାର ଓଡ଼ିଶାର ବିମାନ ଭୁବନେଶ୍ୱରଠାରୁ ପରିକ୍ଷ୍ୟାମୂଳକ ଭାବେ ଚାଲିଥିଲା । ତାହା ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି ।
ବିମାନ ସେବା | ଗନ୍ତବ୍ୟ |
---|---|
Air Odisha | Bhubaneswar |
ଆଧାର
ସମ୍ପାଦନା- ↑ "World Aero Data". Archived from the original on 2017-07-11. Retrieved 2016-12-09.
- ↑ http://wikimapia.org/1071126/Hirakud-Jamadarpalli-Airstrip