ହିମାଳୟାନ ଏକ୍ସପ୍ରେସୱେ

ହିମାଳୟ ଏକ୍ସପ୍ରେସୱେ ହିମାଳୟ ଏକ୍ସପ୍ରେସୱେ ହେଉଛି ଭାରତର 27.5 କିଲୋମିଟର ଦୂର ରାଜପଥ ଯାହାକି ହରିୟାଣା, ପଞ୍ଜାବ

ହିମାଳୟାନ ଏକ୍ସପ୍ରେସୱେ,  ଏକ 27.5 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ । ଏହା ହରିୟାଣା , ପଞ୍ଜାବ ଓ ହିମାଚଳ ପ୍ରଦେଶର ତ୍ରିବେଣୀ ସୀମା ଅଞ୍ଚଳରେ ଥିବା ଶିବଲିକ ପର୍ବତ ମାଲାକୁ କାଟି ଯାଇଥାଏ । ଏହା ପଞ୍ଜାବର ଜାକିରପୁରଠାରୁ ହିମାଚଳ ପ୍ରଦେଶର ପରୱାନୁ ପର୍ଯ୍ୟନ୍ତ ଯାଇଛି । ଏଥିରେ ପଞ୍ଜାବ ଅଞ୍ଚଳରେ 2 କିଲୋମିଟର , ହରିୟାଣାରେ 21 କିଲୋମିଟର ଓ ହିମାଚଳ ପ୍ରଦେଶରେ 4.5 କିଲୋମିଟର ଯାଇଛି । ଏହା JP ଗ୍ରୁପଦ୍ୱାରା ନିର୍ମିତ ହେଇଥିଲା । 

Himalayan Expressway
Route information
Length:27.5 km (୧୭.୧ mi)
Major junctions
South end:Zirakpur
North end:Parwanoo
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଲାଭ ସମୂହ  ସମ୍ପାଦନା

ଏହି ରାସ୍ତା ଜାକିରପୁରଠାରୁ ପରୱାନୁ ମଧ୍ୟରେ ମାତ୍ର 3 କିଲୋମିଟର ଦୁରତ୍ୱ କମ କରୁଥିଲେ ମଧ୍ୟ ବହୁ ସମୟ ବଞ୍ଚେଇ ଥାଏ । ଏହି ଦୂରତା ଅତିକ୍ରମ କରିବାକୁ  ସାଧାରଣ ରାଜପଥରେ ଭିଡ ଯୋଗୁଁ 1 ଘଣ୍ଟାରୁ 7 ଘଣ୍ଟା ଲାଗିଥାଏ । ଏହି ରାସ୍ତାରେ ଯିବାଦ୍ୱାରା ଯାତ୍ରୀମାନେ ଭିଡ ପୂର୍ଣ ପିଞ୍ଜୋରେ ଓ କାଳକା ରାସ୍ତା ଦେଇ ଯିବାକୁ ହୁଏ ନାହି । 

ବୈଶିଷ୍ୟ ସମ୍ପାଦନା

  •  ଏହି ପଥରେ ଏକ ରେଳ ଓଭରବ୍ରିଜ ସହ 2ଟି ଫ୍ଲାଇଓଭର ଓ 11ଟି ବ୍ରିଜ ରହିଛି । 
  • ପ୍ରକଳ୍ପ ପାଇଁ 412 କୋଟି ଟଙ୍କା ଖରଚ ହେଇଥିଲା । 
  • ଜାକିରପୁରଠାରେ ଥିବା ଟୋଲ ପ୍ଲାଜାରେ 14ଟି ଲେନ ରହିଛି ଓ ତାହା ସର୍ବଧୁନିକ ରେଡିଓ ଫ୍ରେକୁଏନ୍ସି ଆଇଡେନ୍ତିଫାଇୟାର (ଆରଏଫଆଇଡ଼ି)ଦ୍ୱାରା ଚାଳିତ । 
  • ଏଠାରେ ରାସ୍ତାରେ ଭିଡିଓ କାମେରା  ରହିଛି । 

ଆଧାର  ସମ୍ପାଦନା