ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬

ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬ ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ଦତ୍ତକଗ୍ରହଣ ଓ ଭରଣପୋଷଣ ସଂପର୍କିତ ବିଧି ବ୍ୟବସ୍ଥାକୁ ସଂଶୋଧନ ତଥା ସଂହିତାବଦ୍ଧ କରିବାପାଇଁ ଏକ ଅଧିନିୟମ । ଭାରତୀୟ ସଂସଦଦ୍ୱାରା ଏହି ଆଇନ ୧୯୫୬ ମସିହାରେ ପାରିତ ଓ ଅଧିନିୟମିତ ହୋଇଥିଲା । ହିନ୍ଦୁ ଆଇନର ଏହା ଅନ୍ୟତମ ସଂହିତା । ହିନ୍ଦୁ ଆଇନର ଅନ୍ୟ ସଂହିତାସବୁ ହେଲା ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬, ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ଇତ୍ୟାଦି । ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬ ମୁଖ୍ୟତଃ ସାବାଳକ ହିନ୍ଦୁଦ୍ୱାରା ପୋଷ୍ୟସନ୍ତାନ ଗ୍ରହଣ ଏବଂ ପରିବାରର ଅନ୍ୟ ସଦସ୍ୟ ଯଥା ସ୍ତ୍ରୀ, ପିତାମାତା ଇତ୍ୟାଦିଙ୍କୁ ଭରଣ ପୋଷଣ ଦେବା ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା ଉପରେ ଆଧାରିତ ।[୧]

ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬
Emblem of India.svg
ନିୟମାକାରକParliament of India
Status: In force

ପ୍ରଯୁଜ୍ୟତାସମ୍ପାଦନ କରନ୍ତୁ

ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬ର ଧାରା ୨(୧) ଅନୁସାରେ ଉକ୍ତ ଅଧିନିୟମ ନିମ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁଁ ପ୍ରଯୁଜ୍ୟ -

କ) ଲିଙ୍ଗାୟତ, ବୀରଶୈବ, ଆର୍ଯ୍ୟସମାଜ, ବ୍ରାହ୍ମ ସମାଜ, ପ୍ରାର୍ଥନା ସମାଜ ଆଦି ବର୍ଗର ବ୍ୟକ୍ତି ଯେ କୌଣସି ଅନୁଗାମୀ ସହିତ ଯେ କୌଣସି ରୂପରେ ସମସ୍ତ ବର୍ଗର ହିନ୍ଦୁ ଧର୍ମାବଲମ୍ବୀ,

ଖ) ଧର୍ମତଃ ସମସ୍ତ ବୌଦ୍ଧ, ଜୈନ ଏବଂ ଶିଖ ଧର୍ମାବଲମ୍ବୀ,

ଗ) ଧର୍ମତଃ ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ ବା ଇହୁଦୀ ହୋଇ ନ ଥିବା ଅନ୍ୟ ଯେଉଁ ବ୍ୟକ୍ତି ଏହି ଅଧିନିୟମ ପାରିତ ହୋଇ ନ ଥିଲେ ଏଥିରେ ଉପବନ୍ଧିତ ହୋଇଥିବା କୌଣସି ବିଷୟ ସଂପର୍କରେ ହିନ୍ଦୁ ବିଧିଦ୍ୱାରା ଶାସିତ ହୋଇ ନ ଥାନ୍ତେ ବୋଲି ଯଦି ପ୍ରମାଣିତ ହୁଏ ତେବେ ସେହି ସବୁ ଅନ୍ୟ ବ୍ୟକ୍ତି,

ସ୍ପଷ୍ଟିକରଣ:- ନିମ୍ନ ଲିଖିତ ବ୍ୟକ୍ତି ବିଶେଷ ମଧ୍ୟ ଧର୍ମତଃ ହିନ୍ଦୁ, ବୌଦ୍ଧ, ଜୈନ ବା ଶିଖ ଅଟନ୍ତି :

୧) ହିନ୍ଦୁ, ବୌଦ୍ଧ, ଜୈନ ତଥା ଶିଖ ଧର୍ମର ପିତାମାତାଙ୍କ ବୈଧ କିମ୍ବା ଅବୈଧ ସନ୍ତାନ ସନ୍ତତି

୨) ବୈଧ ବା ଅବୈଧ ହେଉ, ଯେଉଁ ପିତା ମାତାମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ଧର୍ମତଃ ହିନ୍ଦୁ, ବୌଦ୍ଧ, ଜୈନ ବା ଶିଖ ଅଟନ୍ତି

୩) ବୈଧ ବା ଅବୈଧ ହେଉ ଜନ୍ମ ପରିଚୟ ଜଣା ନଥିବା ସେହି ସବୁ ସନ୍ତାନ ସନ୍ତତି ୟେଉଁମାନେ ପିତାମାତାଙ୍କଦ୍ୱାରା ପରିତ୍ୟକ୍ତ ହୋଇଥାନ୍ତି ଏବଂ ହିନ୍ଦୁ, ଜୈନ, ବୌଦ୍ଧ କିମ୍ବା ଶିଖଭାବେ ପାଳିତ ହୋଇଥାନ୍ତି, ଏବଂ

୪) ଅନ୍ୟାନ୍ୟ ଧର୍ମର ବ୍ୟକ୍ତି ବିଶେଷ ଯେଉଁମାନେ ଧର୍ମାନ୍ତରୀକରଣ ହୋଇ ହିନ୍ଦୁ, ଜୈନ, ବୌଦ୍ଧ କିମ୍ବା ଶିଖ ଧର୍ମ ଗ୍ରହଣ କରିଥିବେ ସେହିମାନଙ୍କ ପାଇଁ ମଧ୍ୟ ଏହି ଅଧିନିୟମ ଲାଗୁ ହେବ ।

ଅଧିନିୟମ ବିଷୟରେସମ୍ପାଦନ କରନ୍ତୁ

ଅଧିନିୟମର ଧାରା ୭ ପ୍ରକାରେ ସୁସ୍ଥ ମସ୍ତିସ୍କ ହୋଇଥିବା ଏବଂ ଅପ୍ରାପ୍ତ ବୟସ୍କ ହୋଇ ନ ଥିବା ଯେ କୌଣସି ପୁରୁଷ ହିନ୍ଦୁଙ୍କର ଜଣେ ପୁତ୍ର ବା କନ୍ୟା ଦତ୍ତକ କରିବାର ଶକ୍ୟତା ରହିଛି ।

କିଏ ଦତ୍ତକ ଗ୍ରହଣ କରିପାରିବେସମ୍ପାଦନ କରନ୍ତୁ

କାହାକୁ ଦତ୍ତକ ଦିଆଯାଇପାରିବସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Hindu Adoption and Maintenance Act 1956" (PDF). www.legislative.gov.in. Retrieved 30 August 2018.

ବାହାର ଆଧାରସମ୍ପାଦନ କରନ୍ତୁ